arka keshari deo
ବିଜେଡି ଛାଡ଼ି ବିଜେପିରେ ମିଶିଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେଓ । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅର୍କ କେଶରୀ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ସେ ବିଜେଡି ତରଫରୁ କଳାହାଣ୍ଡିର ସାଂସଦ ଥିଲେ । ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହଦେଓ ଓ କୁମାର ସାହେବଙ୍କ ବୋହୂ ତଥା ସେରାମିକ୍ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ବାମୀ ସୁଧାଂଶୁ ଶେଖର ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ସହିତ ସେମାନେ ପଦ୍ମ ଧରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695805240.jpg)