Advertisment

ବିଜେପି ଆଡ଼କୁ ଢଳୁଛନ୍ତି କି ଅରିନ୍ଦମ ? ଫଟୋ ଭାଇରାଲ ପରେ ଚର୍ଚ୍ଚା ଜୋର୍‌..

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି।

Arindam Roy

Arindam Roy

Advertisment

କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସହିତ ବିଜେଡି ନେତା ଅରିନ୍ଦମ ରାଏ। କିଛି ଦିନ ଆଗରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ପ୍ରକାଶ ବେହେରାଙ୍କ ସହିତ ଅରିନ୍ଦମଙ୍କ ସାକ୍ଷାତକୁ ନେଇ ନାନା କଳ୍ପନା ଜଳ୍ପନା। ଅରିନ୍ଦମଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଛି। ଅରିନ୍ଦମ ବିଜେପି ଆଡ଼କୁ ଢଳୁଛନ୍ତି କି, ବିଜେପିରେ ଯୋଗ ଦେବେ କି ଆଲୋଚନା ହେଲାଣି। କୁହାଯାଉଛି, ବିଜେଡିରେ କଣଠେସା ହୋଇ ରହିଥିବା ଅରିନ୍ଦମ ଅସନ୍ତୁଷ୍ଟ ଅଛନ୍ତି।

Advertisment

ଏପରିକି ଗତ ୧୨ ତାରିଖରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ଯୁବ ସମ୍ମିଳନୀ କରିଥିଲେ। ଅରିନ୍ଦମ କହିଥିଲେ- ମୁଁ କାହାକୁ ଦେଖା କରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି, ଭାବନ୍ତୁ। ସେଠାରେ ଲାଗିଥିବା ବ୍ୟାନରରେ ବିଜେଡି ନାମ ଗନ୍ଧ ନଥିଲା। ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍‌ ହୋଇଥିଲେ।

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ ଅରିନ୍ଦମ। ଆଉ ଏବେ ଏହି ଫଟୋକୁ ସାମ୍ନାକୁ ଆସିବା ପରେ ନାନା ଚର୍ଚ୍ଚା ହେଉଛି। ସେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ଏନେଇ ତାଙ୍କର କିମ୍ୱା ପ୍ରକାଶ ବେହେରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Prakash Behera BJP Odisha Politics Arindam Roy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ