Advertisment

ଅପରାଜିତାଙ୍କ ଟାର୍ଗେଟ୍‌ରେ ଦିବ୍ୟଶଙ୍କର। ସିବିଆଇ ତଦନ୍ତର ସାମ୍ନା କରନ୍ତୁ

ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

ଭୁବନେଶ୍ୱର: ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି । କହିଛନ୍ତି ନିଜକୁ ସ୍ୱଚ୍ଛ ବୋଲି ମନ୍ତ୍ରୀ କହିଦେଲେ ହେବନି। ମନ୍ତ୍ରୀଙ୍କୁ ସିବିଆଇ ସ୍ୱଚ୍ଛ ବୋଲି କହିବା ଦରକାର ।

Advertisment

ତେଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସନ୍ତୁ ଏବଂ CBI ତଦନ୍ତକୁ ଆମନ୍ତ୍ରିତ କରି ତାଙ୍କ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ସ୍ପଷ୍ଟ କରନ୍ତୁ। ଏହାପରେ ଯାଇ ଓଡିଶା ଶାନ୍ତ ପଡ଼ିବ ବୋଲି କହିଛନ୍ତି ଅପରାଜିତା। ସେହିପରି କଂଗ୍ରେସ ମିଡିଆ ସେଲ୍ ଆବାହକ ସତ୍ୟ ପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ଗଣମାଧ୍ୟମରେ ହାଲକା ବିବୃତି ଦେଇ ଖସିପାରିବେ ନାହିଁ। ମାମଲାରେ ତାଙ୍କର ସଂପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ କିମ୍ବା ନାରେ ଉତ୍ତର ଦିଅନ୍ତୁ। ସେହିପରି ରାୟପୁରରେ ବୈଠକ ସମ୍ବନ୍ଧରେ କାହିଁକି ସିଡିଆର୍ ଯାଞ୍ଚ ହେଉନି କି ପୋଲିସ ସ୍ପଷ୍ଟ କରୁନି ବୋଲି କହିଛନ୍ତି ସେ ।

ଦିବ୍ୟଶଙ୍କରଙ୍କ ଯଦି ଫର୍ଜିର ନୁହଁନ୍ତି ଏବଂ ସତରେ ସେ ଯଦି ଫୌଜି, ତାହେଲେ ସେ ଇସ୍ତଫା ଦିଅନ୍ତୁ । ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ୧୨ ତାରିଖରେ କଂଗ୍ରେସ ଓଡ଼ିଶା ବନ୍ଦ କରିବ ବୋଲି ସତ୍ୟପ୍ରକାଶ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି। ତେଣେ ପ୍ରତିକ୍ରିୟା ରଖି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିର ଗୋଟିଏ ଷ୍ଟାଣ୍ଡ। ଆଇନ ତା ବାଟରେ ଯିବ । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଛି ଏବଂ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି ସାଂସଦ ସୁଜିତ କୁମାର ।

Advertisment

ସେପଟେ, ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ଏବଂ ତାଙ୍କ ପରିବାରକୁ ନ୍ୟାୟ ଉଦ୍ଦେଶ୍ୟରେ ଦିପାବଳି ଦିନ ଦୀପ ଜାଳିବ ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଦଳୀୟ କର୍ମୀ ଓ ନେତା ଦୀପ ଜାଳିବେ ଦୀପାବଳି ଦିନ। NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶାରେ ଅଧିକ । ବିଜେଡି ସରକାରରେ ମହିଳା ବିପଦରେ। ମମିତା ନ୍ୟାୟ ଲାଗି ଲଢ଼େଇ କରାଯାଉଛି ବୋଲି ସମୀର ମହାନ୍ତି କହିଛନ୍ତି । ସେପଟେ ମମିତା ହତ୍ୟା ମାମଲାରେ ଆସନ୍ତା ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

Advertisment

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୧୦ ଦିନ ଭିତରେ ଯଦି ମନ୍ତ୍ରୀ ପଦରୁ ବରଖାସ୍ତ କରାନଯାଏ, ତେବେ ୧୨ ତାରିଖରେ କଂଗ୍ରେସ ଓଡ଼ିଶା ବନ୍ଦ କରିବ ବୋଲି ଚେତାବନୀ ଦେଇଛି । ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ପ୍ରମାଣ ଥାଇ ବି ମୋକଦ୍ଦମା ରୁଜୁ କରାଯାଇନି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଉଭୟ ବିଜେପି ଏବଂ କଂଗ୍ରେସର ଏଭଳି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

BJP Congress Aparajita Sarangi MamitaMurderCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ