Advertisment

ମୁଁ ଚାଲି ଚାଲି ଯିବି ପୁରୀ: ଅପରାଜିତା

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ । ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି କହିଲେ ଅପରାଜିତା । ମୁଁ ଏକଲା ଚାଲିକି ଯାଇ ଦର୍ଶନ କରିବି ବୋଲି କହୁଛନ୍ତି ଅପରାଜିତା ।

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ଅଟକାଇଲା ପୋଲିସ । ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି କହିଲେ ଅପରାଜିତା । ମୁଁ ଏକାକି ଚାଲିକି ଯାଇ ଦର୍ଶନ କରିବି ବୋଲି କହିଛନ୍ତି ଅପରାଜିତା । ପ୍ରଶାସନିକ ଅଧିକାରୀଙ୍କ ସହ ଅପରାଜିତାଙ୍କ ଆଲୋଚନା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି ।

Advertisment

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚନ୍ଦନପୁର କାଠପୋଲ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ପଦଯାତ୍ରା ପାଇଁ ଅନୁମତି ମଗା ଯାଇନଥିଲା କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଦରକାର ନାହିଁ ବୋଲି ସେ କହିଛନ୍ତି । ଯଦି ସରକାର ସତମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି। ଯଦି କିଛି ଲୁଚାଇବାର ନାହିଁ ଭୟ କାହିଁକି କରୁଛନ୍ତି ସରକାର। ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି, ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି। ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ସବୁ ଦଳର ଲୋକ ଆସିଛନ୍ତି'।

ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି କହିଛନ୍ତି ।ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି । ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ଏବଂ କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାର୍ଇ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଥିଲେ । ଏହା ଆଗରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ ପୁରୀ ଯିବେ ବୋଲି ଜଣାଇଥିଲେ ।

ଯେହେତୁ ଆଜି ସେ ପୁରୀ ଯାଉଛନ୍ତି, ଚର୍ଚ୍ଚା ହେଉଥିଲା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ ଅନୁମତି ଦେଇନାହିଁ । ଏହା ପରେ ସାଂସଦ ନିଜେ ଏକ ଟ୍ୱିଟ୍‌ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଆଜି ପୁରୀ ଯିବେ ବୋଲି କହିଛନ୍ତି ।

Advertisment

ସେପଟେ ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିପକ୍ଷବାଦୀଙ୍କୁ ରାଲି କରିବାକୁ ଅନୁମତି ଦେଇନାହିଁ ଜିଲ୍ଲା ପ୍ରଶାସନ । ତା ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷାମଞ୍ଚକୁ ଦୀପଦାନ ଅନୁମତି ନମିଳିବା ସତ୍ତ୍ୱେ ଏହି ସଂଗଠନ କହିଛି, ଦୀପଦାନ ନ ହେଲେ ନାହିଁ, କିନ୍ତୁ ମହାପ୍ରଭୁଙ୍କ ପ୍ରକଳ୍ପ କାମ ସୁରୁଖୁରୁରେ ଶୀଘ୍ର ଶେଷ ହେଉ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆଜି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି । ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆଜିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛନ୍ତି ।

Puri Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ