Advertisment

'ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି, ସେଥିପାଇଁ ମତେ ଜଗୁଛନ୍ତି'

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି ।

ଅଦ୍ୟତନ ହୋଇଛି
undefined

MP Aparajita Sarangi slams #Odisha govt over Srimandir Parikrama project row

Advertisment

ଶେଷରେ ପୁରୀରେ ପହଞ୍ଚିଛନ୍ତି ଅପରାଜିତା । ଅନେକ ବାଧା ବିଘ୍ନ ସତ୍ତ୍ୱେ ପୁରୀ ବଡ଼ ଦାଣ୍ଡରେ ଅପରାଜିତା ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସାଙ୍ଗରେ ଶହ ଶହ ଲୋକଙ୍କ ସହ ପୁଣି ଥରେ ପଦଯାତ୍ରା କଲେ ଅପରାଜିତା । ସବୁ ଦଳର ନେତା ଓ କର୍ମୀ ବି ସାମିଲ ରହିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ଅପରାଜିତାଙ୍କ ସହ ସାମିଲ ହୋଇଥିବା ଦେଖାଯାଇଥିଲା । ଡାକ୍ତରଖାନା ଛକରେ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ମନ୍ଦିର ଅଭିମୁଖେ ଆରମ୍ଭ କରିଥିଲେ ଯାତ୍ରା ।

Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି । ଭୁବନେଶ୍ୱରରୁ ବାହାରିବାଠାରୁ ପହଞ୍ଚିବା ଯାଏ ତାଙ୍କୁ ଅନେକ ସ୍ଥାନରେ ଅବରୋଧ କରାଯାଇଥିଲା ।

ଏନେଇ ସେ କହିଛନ୍ତି ଯେ, ‘ଏହି ଅବରୋଧ ପାଇଁ ଅଧିକାରୀଙ୍କୁ ଦୋଷ ଦେବିନି । ସମସ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି । ରାଜ୍ୟ ସରକାର ପ୍ରଥମେ ସତମାର୍ଗରେ ରହିବାକୁ ଶିଖନ୍ତୁ । ଯଦି ଠିକ କାମ କରିଥାନ୍ତେ, ଆଜି ଅବରୋଧ କରିବାକୁ ପଡ଼ିନଥାନ୍ତା । ସତମାର୍ଗରେ ରହିଥିଲେ ସରକାର କାହାକୁ ଡରି ନଥାନ୍ତେ । ଅବରୋଧରୁ ସ୍ପଷ୍ଟ ଜଣାପଡୁଛି ସରକାର ସତମାର୍ଗରେ ନାହାନ୍ତି କିଛି ଲୁଚାଇବାକୁ ଚାହୁଁଛନ୍ତି’ ।

Advertisment

ସେ ଆହୁରି କହିଛନ୍ତି ଯେ, ଆଇନ ପରିସରରେ ରହି ସରକାରଙ୍କୁ ସତମାର୍ଗରେ ଯିବାକୁ ପଡ଼ିବ । ମନ୍ଦିର ସୁରକ୍ଷିତ ଥିବା ନେଇ ଗଜପତିଙ୍କ ମନ୍ତବ୍ୟ ଉପରେ ମଧ୍ୟ ଅପରାଜିତା ପ୍ରତିକ୍ରିୟା ରଖି କହିଛନ୍ତି, ଶେଷରେ ଗଜପତିଙ୍କ ସାହାରା ନେବାକୁ ପଡ଼ିଲା। ତେବେ ମନ୍ଦିର ସୁରକ୍ଷିତ ଅଛି କି ନାହିଁ, ASI ବା ଇଂଜିନିୟର କହିବା ଦରକାର। ମାମଲା ଏବେ ହାଇକୋର୍ଟରେ ଅଛି ଏବଂ କୋର୍ଟଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି ।

ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ବିଜେଡି ସାଂସଦ ମୁନା ଖାଁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ କୌଣସି କାରଣ ପାଇଁ ଅନୁମତି ଦେଇ ନାହାନ୍ତି ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କାମ କରିବା ଉଚିତ ନୁହେଁ । ଆଇନ ଶୃଙ୍ଖଳା ସ୍ଥିତି ବି ଥାଇ ପାରେ, ରାଲି ପାଇଁ ନିୟମ କାନୁନ ରହିଛି । ସେ କଥା ବୁଝିବା ଦରକାର । ଦର୍ଶନ କରିବା କାହାକୁ ମନା କରାଯାଇନାହିଁ କିନ୍ତୁ ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ସେ କହିଛନ୍ତି ।

Advertisment

ସେ ଆହୁରି କହିଛନ୍ତି ଯେ, ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି । ସ୍ଥାନୀୟ ବିଧାୟକ, ଗଜପତି ମଧ୍ୟ ଏହି ପ୍ରକଳ୍ପକୁ ସମର୍ଥନ କରୁଛନ୍ତି ।

Puri Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ