Advertisment

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି; ସଂସଦରେ ଟେବୁଲ ବାଡ଼େଇ କହିଲେ Yes Yes..

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି ।

ଅଦ୍ୟତନ ହୋଇଛି
MP Anubhav Mohanty

MP Anubhav Mohanty

Advertisment

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ Yes Yes କହିବା ସହ ଚୁଟିକୁ ହଲାଇ ଟେବୁଲ ପିଟୁଥିବାର ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

Advertisment

ବଜେଟ୍‌ ଅଧିବେଶନ ଚାଲୁଥିବା ବେଳେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡରରେ ଖୋଳାଯାଉଥିବା ବିରାଟ ଗାତକୁ ନେଇ ସଂସଦର ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀମତୀ ଷଡଙ୍ଗୀ କହିଥିଲେ କି, ଆମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ପୁରୀ ଜଗନ୍ନାଥ ମନ୍ଦିର। ୪ ଧାମରୁ ଗୋଟିଏ ଧାମ ଶ୍ରୀକ୍ଷେତ୍ର। ହେଲେ ଏ ରାଜ୍ୟ ସରକାର ମନ୍ଦିର ପାଖରେ ଯେଉଁ ଖନନ କାର୍ଯ୍ୟ କରୁଛନ୍ତି ସେଥିରେ ଶ୍ରୀମନ୍ଦିର ପ୍ରତି ଘୋର ବିପଦ ରହିଛି।

କେବଳ ଏତିକି ନୁହେଁ ବରଂ ମନ୍ଦିରରୁ ପଥର କମ ଜୋର ହେଲାଣି। ଏମିତିକି ASIର ବିନା ଅନୁମତିରେ ଖନନ କାର୍ଯ୍ୟ କରାଯାଉଛି । ବାସ୍‌ ଅପରାଜିତାଙ୍କ ବକ୍ତବ୍ୟ ପରେ କାଉଣ୍ଟର ଆଟାକ୍‌ କରିବାକୁ ଛିଡ଼ା ହୋଇଥିଲେ ବିଜେଡ଼ି ସଂସଦୀୟଦଳ ନେତା ତଥା ପୁରୀ ସାସଂଦ ପିନାକୀ ମିଶ୍ର। ସେ କହିଥିଲେ ଯେ, ଭୁବନେଶ୍ୱର ସାଂସଦ ଯେତେବେଳେ ଜଗନ୍ନାଥଙ୍କ କଥା କହୁଥିଲେ ଆମେ ମାନେ ଚୁପ୍‌ଚାପ ଶୁଣୁଥିଲୁ। ହେଲେ ମୁଁ ନିଜେ ଆଶ୍ଚର୍ଯ୍ୟ କି, ମାଡାମ ରାଜନୀତିକୁ ଆସିବା ପୂର୍ବରୁ ସେଇ ରାଜ୍ୟରେ ଅନେକ ବର୍ଷ ପ୍ରଶାସକ ଭାବରେ କାର୍ଯ୍ୟ କରିଛନ୍ତି।

Advertisment

ଆଉ ସିଏ ଭଲରେ ଜାଣିଛନ୍ତି ନବୀନ ବାବୁଙ୍କ ସରକାରରେ କୌଣସି ଗଫଲତି ହୁଏନାହିଁ କି ଆଇନକୁ ଭଙ୍ଗାଯାଏନି। କେବଳ ଏଇଥି ପାଇଁ ୨୨ ବର୍ଷ ହେଲାଣି ଓଡ଼ିଶାରେ ବିଜେଡି ସରକାର ଅଛି। ଏହାସହ ପିନାକୀ କହିଥିଲେ, ଆମେ କୌଣସି ଖନନ କରୁନାହୁଁ କେବଳ ୪ଟି ପାଇଖାନା ନିର୍ମାଣ କରୁଛୁ। କାରଣ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶୌଚାଳୟର ଆବଶ୍ୟକତା ମନେ କରୁଛନ୍ତି ହେଲେ ତାହାର ଲାଭ ପାଉନାହାନ୍ତି। ତେଣୁ ଶୌଚାଳୟ ନିର୍ମାଣ କରାଯାଉଛି । ପିନାକୀ ଏମିତି କହୁଥିବା ବେଳେ ଅନୁଭବ ଜୋରସୋରରେ Yes Yes କହି ଜୋରସୋରରେ କହିବା ସହ ନିଜ ଚୁଟିକୁ ବାରମ୍ବାର ସଜାଡ଼ି ଚିଲାଇବାରେ ଲାଗିଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଚାଲିଛି।

କୁହାଯାଉଛି କି ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଅନୁଭବ ଅଲୋଡ଼ା ହୋଇ ପଡିଥିବାରୁ ନବୀନ ବାବୁଙ୍କ ଧ୍ୟାନ ଆକର୍ଷଣ ପାଇଁ ଏମିତି କରିଥାଇପାରନ୍ତି।

Advertisment
MP Anubhav Mohanty Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ