Advertisment

ଆଶ୍ଚର୍ଯ୍ୟ କଲା ଆନ୍ଧ୍ରର EXIT POLL, NDAକୁ ୯୮ରୁ ୧୨୦, YSRCPକୁ ୫୫ରୁ ୫୭ ସିଟ୍

ଏନଡିଏ ମେଣ୍ଟରେ ଥିବା ଦଳ ମାନଙ୍କ ପ୍ରଦର୍ଶନକୁ ଦେଖିଲେ ବିଜେପି ସପକ୍ଷରେ ୪ରୁ ୬ ସିଟ୍ ଯାଉଥିଲା ବେଳେ ଟିଡିପିକୁ ୭୮ରୁ ୯୬, ଜେଏସପି ୧୬ରୁ ୧୮ ସିଟ୍ ପାଇବାର ସମ୍ଭାବନା ଥିବା କୁହାଯାଇଛି।

Andhra Pradesh EXIT POLL

Andhra Pradesh EXIT POLL

Advertisment

ଆନ୍ଧ୍ର ବିଧାନସଭା ନିର୍ବାଚନରେ ଏନଡିଏକୁ ବିପୁଳ ବହୁମତ। ସିଏମ୍ ଜଗନ୍ ରେଡ୍ଡୀଙ୍କ ୱାଇ.ଏସ୍. ଆର୍.ସି.ପି. କୁ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ଏକ୍‌ଜିଟ୍ ପୋଲ୍ ସର୍ଭେରୁ ଆସିଛି କିଛି ଏଭଳି ଫଳାଫଳ। ମୋଟ୍ ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏନଡିଏ ୯୮ରୁ ୧୨୦ ସିଟ୍ ପାଇବାକୁ ଯାଉଥିବା ବେଳେ ୱାଇ.ଏସ୍. ଆର୍.ସି.ପି. ୫୫ରୁ ୫୭ଟି ଆସନ ହାସଲ କରିବା ଆକଳନ କରିଛି ଇଣ୍ଡିଆ ଟୁଡେ ଆକ୍ସିସ୍ ଏକଜିଟ୍ ପୋଲ୍। ଦୟନୀୟ ପ୍ରଦର୍ଶନ ସହ ଇଣ୍ଡିଆ ସପକ୍ଷରେ ୦-୨ ସିଟ୍ ଯିବାର ଆକଳନ କରିଛି ସଂସ୍ଥା।

Advertisment

ତେବେ ଏନଡିଏ ମେଣ୍ଟରେ ଥିବା ଦଳ ମାନଙ୍କ ପ୍ରଦର୍ଶନକୁ ଦେଖିଲେ ବିଜେପି ସପକ୍ଷରେ ୪ରୁ ୬ ସିଟ୍ ଯାଉଥିଲା ବେଳେ ଟିଡିପିକୁ ୭୮ରୁ ୯୬, ଜେଏସପି ୧୬ରୁ ୧୮ ସିଟ୍ ପାଇବାର ସମ୍ଭାବନା ଥିବା କୁହାଯାଇଛି। 

୨୦୧୯ରେ ୱାଇଏସ୍‌ଆର କଂଗ୍ରେସ ଏକାକୀ ୧୫୧ଟି ଆସନ ଜିତି ସରକାର ଗଢ଼ିଥିଲା। ଟିଡିପି ମଧ୍ୟ ଏକାକୀ ଲଢ଼ିଥିଲା। ହେଲେ ଏଥିର ଆସନ ଅଙ୍କନ ବଦଳିବାର ସମ୍ଭାବନା ଥିବା କୁହାଯାଛି। ସର୍ଭେ ସଂସ୍ଥା କହିଛି ଏନଡିଏ ୨୦୧୯ ଅପେକ୍ଷା ଏଥର ଅଧିକ ୮୫ଟି ଆସନ ଜିତିବ। ୱାଇଏସ୍‌ଆର କଂଗ୍ରେସର ଆସନ ହ୍ରାସ ପାଇବ। ଏନଡିଏର ଭୋଟ ଶେୟାର ୫% ବଢ଼ିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ଅଧିକ ୧% ଭୋଟ ପାଇବ। କିନ୍ତୁ ଜଗନଙ୍କ ଭୋଟ ଶେୟାର ୬% ହ୍ରାସ ପାଇବ।

Advertisment

ସେପଟେ ଓଡ଼ିଶାରେ ମଧ୍ୟ ଚକିତ କଲା ଭଳି EXIT POLL ଫଳାଫଳ ସାମ୍ନାକୁ ଆସିଛି । ଓଡ଼ିଶାରେ ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଲା ଏକ୍‌ଜିଟ୍ ପୋଲ୍ ସର୍ଭେ ଫଳାଫଳ। ଅଧିକାଂଶ ସଂସ୍ଥାର ସର୍ଭେ କହୁଛି, ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ବୃହତ ସଫଳତା, ଆଉ ଜୋରଦାର ଝଟ୍‌କା ଖାଇବ ବିଜେଡି । ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।

ସେହିପରି ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍। ଇଣ୍ଡିଆ ଟିଭି ସର୍ଭେ ଅନୁସାରେ, ୧୫ ରୁ ୧୭ ଆସନରେ ବିଜେପି ବିଜୟ ଲାଭ କରିବାର ସମ୍ଭାବନା ଥିବା ବେଳେ ୪ ରୁ ୬ ଆସନରେ ବିଜେଡି ଓ କଂଗ୍ରେସ କେବଳ ଗୋଟିଏ ସିଟରେ ସନ୍ତୁଷ୍ଟ ରହିପାରେ। 

Advertisment
BJP Congress Exit Poll General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ