Advertisment

ଅମ୍ବାଭୋନା ଥାନା ଭଙ୍ଗାରୁଜା: ବରଗଡରେ ବିଜେଡି ବନାମ ପୋଲିସ

ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।

undefined

Ambabhona police station vandalism

Advertisment

ମଦ ପିଇ ଘଟଣା ସ୍ଥଳକୁ ଯାଇଥିଲା ପୋଲିସ। ବନ୍ଧୁକ ଦେଖାଇ ଦାଦାଗିରି ବି ଦେଖାଇଥିଲା। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବରଗଡ଼ ପୋଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡି ବିଧାୟକ ସୁଶାନ୍ତ ସିଂ। ବଡ଼ କଥା ହେଲା ଏତ ବଡ ଘଟଣାରେ ପୋଲିସ କିନ୍ତୁ ଚୁପ୍। ଏପଟେ କିନ୍ତୁ ସୁଶାନ୍ତଙ୍କ ସମର୍ଥକ ଏବଂ ବିଜେଡି ନେତା ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଗିରଫ କଲେ ପରିସ୍ଥିତି ଖରାପ ହେବ। ଏସବୁ ଭିତରେ ସୁଶାନ୍ତ ଓ ତାଙ୍କ ସମର୍ଥକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ।

Advertisment

ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ। ପିକନିକ୍ ସ୍ଥଳରେ ନିଶା କାରବାର ଚାଲୁଥିଲା ବୋଲି ପୋଲିସର ସନ୍ଦେହ ପରେ ସୁଶାନ୍ତ ସିଂଙ୍କ ପାଲଟା ଅଭିଯୋଗ। ସୁଶାନ୍ତ କହିଛନ୍ତି ମଦ ପିଇ ଘଟଣାସ୍ଥଳକୁ ଯାଇଥିଲା ପୋଲିସ। ଆଉ ବନ୍ଧୁକ ଦେଖାଇ ପିକନିକ୍ କରୁଥିବା ଯୁବକଙ୍କ ସହ ଦାଦାଗିରି କରୁଥିଲେ ପୋଲିସ ବାବୁ। ଖାଲି ସେତିକି ନୁହେଁ ରାସ୍ତା ବନ୍ଦ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସୁଶାନ୍ତଙ୍କ ସମର୍ଥକ ତଥା ବିଜେଡି ନେତା। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପ୍ରାୟ ୧୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିବା ପ୍ରତିବାଦରେ ଗତକାଲି ଭଟଲି ରାଜରାସ୍ତା ଅବରୋଧ କରିଥିଲେ ବିଜେଡି ନେତା ଓ କର୍ମୀ। ଗିରଫ ଲୋକଙ୍କୁ ତୁରନ୍ତ ଛାଡିବା ସହ ଅମ୍ବାଭୋନା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଖୋଦ ବିଜେଡି ନେତା।

ବଡ଼ କଥା ହେଉଛି ପୋଲିସ ଉପରେ ଏତେ ବଡ ହମଲା ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ମନ୍ଥର ଗତିରେ ଚାଲିଛି। ଜମାରୁ ମୁହଁ ଖୋଲୁ ନାହାନ୍ତି ଗୃହମନ୍ତ୍ରୀ। କହିଛନ୍ତି ଏ ସଂପର୍କରେ ତାଙ୍କ ପାଖରେ ସୂଚନା ନାହିଁ। ସିସିଟିଭି ଫୁଟେଜ ସତ୍ତ୍ୱେ କାହିଁକି ଅଭିଯୁକ୍ତଙ୍କୁ ହାତ ମାରିବାକୁ ଡରୁଛି ପୋଲିସ? ସୁଶାନ୍ତଙ୍କ ସମର୍ଥକଙ୍କୁ ଭୟ କରୁରୁଛି କି ପୋଲିସ ? ନା ସୁଶାନ୍ତଙ୍କ ପାଲଟା ଅଭିଯୋଗ ସତ ? ଏସବୁ ଭିତରେ ସିସିଟିଭି ଫୁଟେଜ ଆଧାରରେ ସୁଶାନ୍ତ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଡିଜିପିଙ୍କୁ ଭେଟି ଦାବି କରିଛି ବିଜେପି। କଂଗ୍ରେସ ପକ୍ଷରୁ ମଧ୍ୟ ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରାଯାଇଛି।

Advertisment

ଗତ ରବିବାର ଦିନ ନିଶା କାରବାର ଖବର ପାଇଁ ସୁଶାନ୍ତଙ୍କ ସମର୍ଥକମାନେ କରୁଥିବା ଭୋଜିରେ ଚଢାଉ କରିଥିଲା ପୋଲିସ। ହେଲେ କୌଣସି ନିଶା ଦ୍ରବ୍ୟ ନମିଳିବା ପରେ ଥାନାକୁ ଆସି ଏମିତି ଲଙ୍କାକାଣ୍ଡ ଭିଆଇ ଥିଲେ ସୁଶାନ୍ତଙ୍କ ସମର୍ଥକ। ଘଟଣାର ୨ ଦିନ ପରେ ବି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବରଗଡ଼ ପୋଲିସ । ବ୍ୟାକଫୁଟରେ ଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ବରଗଡରୁ ଧର୍ମଦତ୍ତ ପାଢୀ

BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ