Advertisment

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ: SP, IICଙ୍କୁ କଂଗ୍ରେସର ଟାର୍ଗେଟ

ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Alleged custodial death at Abhaychandapur police station

Alleged custodial death at Abhaychandapur police station

Advertisment

ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ଏସ୍‌ପି ଓ ଥାନା ଆଇଆଇସିଙ୍କୁ କଂଗ୍ରେସ ଟାର୍ଗେଟ କରିଛି। ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ। 

Advertisment

ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ୨୦୨୦ ନଭେମ୍ବର ୧୯ରେ ପୁରୀ ବାସେଳି ସାହି ଥାନାରେ ଘଟିଥିବା କେ.ରମେଶ ହାଜତ ମୃତ୍ୟୁ ଘଟଣାର ପୁନରାବୃତ୍ତି ଘଟିଛି। ସେ ସମୟରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ ଓ ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ଥିଲେ। 

ଏହି ଘଟଣାରେ ବି ଜଗତସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଥିବା ବେଳେ ଅଭୟଚାନ୍ଦପୁର ଥାନା ଆଇଆଇସି ଜୀବନାନନ୍ଦ ଜେନା ଅଛନ୍ତି। ଯଦି ସେତେବେଳେ ଏ ଦୁଇ ଜଣଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥାନ୍ତେ ତା’ହାଲେ ହାଜତ ମୃତ୍ୟୁ ହୋଇନଥାନ୍ତା ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି। 

Advertisment

‘ମୋ ପୁଅ ଆଜି ଯାଏ ଜୀବନରେ କୌଣସି କ୍ରାଇମ୍‌ କରିନାହିଁ। ତା’ ଡ୍ୟୁଟି ଭଲ ତ ସେ ଭଲ। ହେଲେ ବ୍ରାଉନସୁଗର କେସ୍‌ରେ ତାକୁ ଫସାଇ ପୁଅକୁ ପୋଲିସ୍‌ ପିଟିପିଟି ହତ୍ୟା କରିଛି’ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Custodial Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ