Advertisment

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

House Scam

Advertisment

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ପଡୁଛି ଉଠୁଛି ରାଜ୍ୟ ରାଜନୀତି। ଏମିତିକି ଲକ୍ଷେ ଆବାସରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ୍ କରିଛି ବିଜେପି। ତେଣେ ଗ୍ରାଉଣ୍ଡ ଜିରୋରୁ ବି ହସ୍ତଗତ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବାସ୍ତବ ଚିତ୍ର। କେଉଁଠି ବିଧବାଙ୍କ ଆବାସ ଟଙ୍କା ତ କେଉଁଠି ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ରହୁଥିବା ହିତାଧିକାରୀଙ୍କ ସହାୟତା ରାଶିକୁ ଅନ୍ୟ କେହି ହଡପ୍ କରି ନେବାର ଅଭିଯୋଗ ଆସିଲାଣି।

Advertisment

ନିଜ ଭଙ୍ଗା ଦଦରା ଘରକୁ ଚାହିଁ, କଣ ବା ଭାବୁଥିବେ ଖୋର୍ଦ୍ଧା କମାଗୁରୁ ଗାଁର ଦୁର୍ଗା ଚରଣ ରଣସିଂ? ଗରିବଙ୍କ ପାଇଁ ଆବାସ ଯୋଜନା କଣ ତାଙ୍କ କ୍ଷେତ୍ରରେ ଏକ ପ୍ରହେଳିକା ସାଜିଲା। କାରଣ ୨୦୧୮ ମସିହାରୁ ନିଜ ନାଁରେ ପ୍ରଧାନମନ୍ତ୍ରୀ ଆବାସଟିଏ ଆସିଥିବା କଥା ସେ ଶୁଣିଛନ୍ତି। ବ୍ଲକ୍ ଅଫିସ୍ ତାଲିକାର ୧୬ ନମ୍ବରରେ ନାଁ ବି ରହିଛି। ହେଲେ ଘର କାଇଁ ବୋଲି ପତ୍ନୀ ପ୍ରଶ୍ନ କଲା ବେଳେ କଣ ବା ଆଉ ଉତ୍ତର ଦେବେ? କେତେ ଥର ବ୍ଲକ୍ ଓ ପଞ୍ଚାୟତ ଅଫିସକୁ ଧାଇଁଲେଣି, ସବୁଠି କିନ୍ତୁ ନିରାଶ ହୋଇଛନ୍ତି। ଏପଟେ ଗାଁର ଜଣେ ସୂଚନା ଅଧିକାର କର୍ମୀଙ୍କଠୁ ଯାହା ଶୁଣିଲେ, ତାଜୁବ ହୋଇଗଲେ। ତାଙ୍କ ନାଁରେ ଘର ବାବଦ ଟଙ୍କା ଆସିଛି, ହେଲେ ଆଉ କିଏ ହଡପ୍ କରି ନେଇଛି। ଠିକ୍ ସେମିତି ଛିଣ୍ଡା ପଲିଥିନ୍ ଘେରା ଘରେ ଦୁର୍ବିସହ ଜୀବନ ବିତାଉଥିବା ଅରିସଲ ଗାଁର ସୁରେନ୍ଦ୍ର ସାହୁ। ସରକାରୀ ଘର ଏ ଜୀବଦଶାରେ ପାଇବେ କି ନାହିଁ ବୋଲି ସନ୍ଦେହ କଲେଣିସେ। କାରଣ ବାସ ଖଣ୍ଡେ ପାଇଁ ଦରଖାସ୍ତ କରି କରି ନୟାନ୍ତ ହୋଇ ଆଶା ଛାଡ଼ି ଦେଲେଣି। ଏଣେ ପିଡି ଡିଆରଡିଏଙ୍କ ଉତ୍ତର, ଅନିୟମିତତା ହୋଇଥିଲେ ଦୋଷୀକୁ ଖୋଜି କାର୍ଯ୍ୟାନୁଷ୍ଠାନ ନେବୁ।

Advertisment

କାନ୍ଦ କାନ୍ଦ ହୋଇ ଆମ ପ୍ରତିନିଧିଙ୍କୁ ଦୁଃଖ ବଖାଣୁଥିବା ଜଣେ ମହିଳା ହେଉଛନ୍ତି ଆଳି ବ୍ଲକ ବାଟିପଡ଼ାର ସେବତୀ ସାହୁ। ତାଙ୍କ ଘରର ଚିତ୍ର ଦେଖାଇଲେ ଆପଣ ବି ଧୈର୍ଯ୍ୟହରା ହୋଇଯିବେ। ଘର ବାତ୍ୟାରେ ଭାଙ୍ଗିଯିବାରୁ ଏବେ ପୁଅର ଶ୍ୱଶୁର ଘରେ ଆଶ୍ରୟ ନେଇଛନ୍ତି। ୨୦୧୮-୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କର ଘର ଆସିଥିବା କଥା ଶୁଣିଥିଲେ। ଏମିତିକି ଲକ୍ଷେ ୨୦ ହଜାର ମିଳିବ ବୋଲି ସରକାରୀ ବାବୁ ବି କହିଥିଲେ। ହେଲେ ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଇଏ ଥିଲା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳାଙ୍କାରୀର ଦୁଇଟି ସଦ୍ୟତମ ଉଦାହରଣ। ଆବାସ କେଳେଙ୍କାରୀକୁ ନେଇ ବେଶ୍ କିଛି ଦିନ ହେଲା ରାଜ୍ୟ ରାଜନୀତି ସରଗରମ ଥିବାବେଳେ ତଥ୍ୟ ପ୍ରମାଣ ସହ ବିଜେପି ରାଜ୍ୟ ସରକାରଙ୍କୁ ବି ଘନ ଘନ ଆକ୍ରମଣ କରୁଛି। ଲକ୍ଷେ ଆବାସରେ ହଜାରେ କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଦଳ।

Advertisment
Odisha BJP PMAY Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ