Advertisment

ଭୋଟ ହାତେଇବା ପାଇଁ ନକଲି ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବଣ୍ଟନ ଅଭିଯୋଗ

ଭୋଟ୍ ପାଇବା ପାଇଁ ବାଣ୍ଟିଲେ ଫେକ୍ ଭତ୍ତା କାର୍ଡ । ଲୋକଙ୍କୁ ଦିଆଯାଇଛି ୫ ଶହ ଟଙ୍କା ସହ ନକଲି ବାର୍ଦ୍ଧକ ଭତ୍ତା କାର୍ଡ । ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗତ କିଛି ଦିନ ଧରି ଗାଁରେ ଲୋକଙ୍କୁ ଏଭଳି ନକଲି ଭତ୍ତା କାର୍ଡ ବାଣ୍ଟିଛନ୍ତି କିଛି ଲୋକ ।

Allegations of distribution of fake old-age allowance cards to manipulate votes

ମହିଳା ଓ ଶିଶୁ ବିକାଶ ବିଭାଗର ଏହି ଭତ୍ତା କାର୍ଡରେ ନାଁ ଅଛି କାର୍ଡ ନମ୍ବର ନା କୌଣସି ସରକାରୀ ଅଧିକାରୀଙ୍କ ସ୍ବାକ୍ଷର ରହିଛି । ବିନା ଅନୁମତିରେ ନିର୍ବାଚନ ସମୟରେ ଏସବୁକୁ ବଣ୍ଟା ଯାଇଛି । ଘଟଣାକୁ ନେଇ ଗ୍ରାମବାସୀଙ୍କ ସନ୍ଦେହ ଉପୁଜିବା ପରେ ଧରାକୋଟ ବିଡିଓଙ୍କ ନିକଟରେ ଏସବୁକୁ ଧରି ଫେରଦା ହୋଇଛନ୍ତି । ତୁରନ୍ତ ଏହା ବିରୋଧ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି ।

ଘଟଣାକୁ ନେଇ ବିଡିଓ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଏହା ଫେକ୍ ଓ ବିନା ଅନୁମତିରେ ବଣ୍ଟା ଯାଇଛି । ଘଟଣାର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Advertisment

ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଝାଡ଼ବନ୍ଦ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅନେକ ଲୋକଙ୍କୁ ୫୦୦ ଟଙ୍କା ସହ ଗୋଟିଏ ଗୋଟିଏ ଭତା କାର୍ଡ ଦିଆ ଯାଇଥିଲା।ହେଲେ ଭତା କାର୍ଡରେ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀଙ୍କ କିମ୍ବା BDO ଙ୍କ କୌଣସି ସ୍ଵାକ୍ଷର ନଥିବାରୁ ଗ୍ରାମର ଶିକ୍ଷିତ ଲୋକେ କାର୍ଡର ସତ୍ୟାସତ ଜାଣିବା ପାଇଁ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ସେଠାରୁ ଜାଣିବାକୁ ପାଇଥିଲେ ଯେ ପଞ୍ଚାୟତ ତରଫରୁ କୌଣସି ଭତା କାର୍ଡ ବଣ୍ଟନ କରାଯାଇନାହିଁ। ଯାହାକୁ ନେଇ ସେମାନେ ଧରାକୋଟ ବ୍ଲକ ଅଫିସରେ ଅଭିଯୋଗ କରିଛନ୍ତି ।

Odisha Odisha Panchayat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ