ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ : ପୁରୀ କଣାସ ବ୍ଲକର ବଡାଲ ପଞ୍ଚାୟତରେ ଆକ୍ରମଣ

ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

News Summary

ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ ଅଭିଯୋଗ

ବୁଥ୍ ଜବରଦଖଲ ପାଇଁ ଉଦ୍ୟମ କରିଥିଲେ କିଛି ଲୋକ

ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ । ପୁରୀ ଜିଲ୍ଲା କଣାସ ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି । କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିଲା ।

ଦୁର୍ବୃତ୍ତ ମାନେ ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଆକ୍ରମଣରେ ୨ ଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି ।

ସେପଟେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବୁଥ୍ ଭିତରେ ପଶି ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି ଘଟଣା ହେଉଛି ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥ୍ର ଘଟଣା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି । ତିଛିଣି ଗାଁ ଲୋକେ ଭୋଟ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଆସି ମାଡ଼ଗୋଡ଼ କରିଥିବା ଜଣାପଡ଼ିଛି ।