Advertisment

ଇଲେକ୍ସନ ଡ୍ୟୁଟିରେ ଥାଇ ଗଡ଼ବଡ଼ କରୁଥିଲେ ନିର୍ବାଚନ ଅଧିକାରୀ ! ତା’ବି ପୁଣି CCTV କ୍ୟାମେରା ଆଗରେ

ଯାଜପୁର ଜିଲ୍ଲା ବରୀ ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ୬ ଜଣ ସମିତି ସଭ୍ୟଙ୍କ ଭୋଟ୍‌ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି।

undefined

Odisha Panchayat Elections

Advertisment

ଯାଜପୁର ଜିଲ୍ଲା ବରୀ ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଗତ ୧୨ ତାରିଖରେ ବ୍ଲକ୍‌ ଅଧ୍ୟକ୍ଷ ପଦ ନିର୍ବାଚନ ହୋଇଥିଲା। ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେଡୀ ଓ ଜ୍ୟୋତିର୍ମୟୀ ବେହେରା ନାମାଙ୍କନ ପତ୍ର ଦାଖଲ କରି ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ରସୁଲପୁର ବିଡିଓ ନିର୍ବାଚନ ଅଧିକାରୀ ଭାବେ ରହିଥିଲେ।

Advertisment

ଭୋଟ୍‌ ଗ୍ରହଣ ସମୟରେ ସମସ୍ତ ପ୍ରାର୍ଥୀ ବ୍ଲକ୍‌ ପରିସରରେ ଉପସ୍ଥିତ ରହିଥିଲେ। ତେବେ ୬ ଜଣ ସମିତି ସଭ୍ୟ ସେଠାରେ ଉପସ୍ଥିତ ରହି ଥିବାବେଳେ ସେମାନଙ୍କ ଭୋଟ୍‌ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ପରାଜିତ ପ୍ରାର୍ଥୀ ଜ୍ୟୋତିର୍ମୟୀ ବେହେରା ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ।

ଘଟଣାର ତଦନ୍ତ କରିବା ସହ ନିର୍ବାଚନ ଅଧିକାରୀ ଦେଇଥିବା ୬ଟି ଭୋଟ୍‌କୁ ନାକଚ କରି ଫଳାଫଳ ଘୋଷଣା କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜ୍ୟୋତିର୍ମୟୀ ନିବେଦନ କରିଛନ୍ତି। ଏନେଇ ବରୀ ବ୍ଲକ ରମ୍ପା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତିର୍ମୟୀ ବେହେରା ଏସମ୍ପର୍କରେ ଜଣାଇଛନ୍ତି।ଏନେଇ ଆମେ ନିର୍ବାଚନ ଅଧିକାରୀ ତଥା ରସୁଲପୁର ବିଡିଓଙ୍କ ସହିତ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ଫୋନ ଉଠାଇ ନଥିଲେ।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ