Advertisment

PM Modi's Odisha Visit: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସ୍ୱାଗତ ପାଇଁ ପ୍ରସ୍ତୁତ ରାଜଧାନୀ

ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଇଁ ହେବ ରୋଡ୍ ସୋ । ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
PM Modi's Odisha Visit

PM Modi's Odisha Visit

Advertisment

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାରକୁ ପୂରିଛି ବର୍ଷେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ପାଖରେ ମୋହନ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବେ । ଏହାସହ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ କିଛି ଯୋଜନାର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । 

Advertisment

ଜନତା ମୈଦାନରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଖୋଲିବେ ବିକାଶର ପେଡି। ତା’ପୁର୍ବରୁ  ସୋସିଆଲ୍ ମିଡ଼ିଆ Xରେ ପିଏମ୍ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି, "ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶା ସମେତ ବିହାର ଏବଂ ଆନ୍ଧ୍ରପ୍ରଦେଶ କାର୍ଯ୍ୟକ୍ରମରେ ଯୋଗଦେବି। ଭୁବନେଶ୍ୱରରେ ରାଜ୍ୟରେ ବିଜେପି ସରକାରଙ୍କର ଏକ ବର୍ଷ ପୂରଣ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବି । ଗତ ବର୍ଷକ ମଧ୍ୟରେ, ଓଡ଼ିଶା ଲୋକଙ୍କ ପାଇଁ ସର୍ବାଙ୍ଗୀନ ଶାସନ ସୁନିଶ୍ଚିତ କରି ଅନେକ ଲୋକାଭିମୁଖୀ ପଦକ୍ଷେପ ନିଆଯାଇଛି।"

ଡବଲ ଇଞ୍ଜିନ୍ ସରକାରଙ୍କ ରିପୋର୍ଟ କାର୍ଡ ରଖିବାକୁ ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମୈଦାନ, ଉତ୍ସାହିତ ବିଜେପି କ୍ୟାମ୍ପ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଖୋଲିବେ ବିକାଶର ପେଡି । ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଅବସରରେ ଅନେକ ସରକାରୀ କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ଆୟୁଷ୍ମାନ କାର୍ଡ । 

Advertisment

ଆଜି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ପ୍ରଥମେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେବେ । କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମୈଦାନ ଯାଏଁ ବିଶାଳ ରୋଡ୍ ଶୋରେ ଆସିବେ ପିଏମ୍ । ରାସ୍ତାରେ ପ୍ରାୟ ୨୮ଟି ସ୍ଥାନରେ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମୋଦିଙ୍କୁ ସ୍ୱାଗତ କରାଯିବ । ୪ଟା ୧୫ରେ ଜନତା ମୈଦାନରେ ପହଞ୍ଚି ଶିଳାନ୍ୟାସ ଏବଂ ଲୋକର୍ପଣ ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । 

ସେହିପରି CRUT ଅଧୀନରେ ୧୦୦ଟି ବୈଦ୍ୟୁତିକ ବସର କରିବେ ଲୋକାର୍ପଣ। ୨୦୩୬ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଓ ୨୦୪୭ରେ ଦେଶ ସ୍ବାଧୀନତାକୁ ଶହେ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ମଧ୍ୟ ପ୍ରକାଶ କରିବେ ପ୍ରଧାନମନ୍ତ୍ରୀ। ଏହାବ୍ୟତୀତ ଓଡ଼ିଆଙ୍କ ଅବଦାନକୁ ଶ୍ରଦ୍ଧା ସୁମନ ସ୍ୱରୂପ, ପ୍ରଧାନମନ୍ତ୍ରୀ 'ବରପୁତ୍ର ଐତିହାସିକ ଗ୍ରାମ ଯୋଜନା' ପ୍ରୟାସ ଆରମ୍ଭ କରିବେ। ରାଜ୍ୟରେ ସମୃଦ୍ଧି ଏବଂ ସ୍ୱାବଲମ୍ବନର ପ୍ରତୀକ ସାଜିଥିବା ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡ଼ିଛି।

Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୦୦ ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ଆଜି ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ ରିହର୍ସାଲ ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ: ଭୁବନେଶ୍ୱରରେ ହାପ୍‌ ଡେ' ଛୁଟି

PM Narendra Modi Modi Odisha Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ