Advertisment

ରାଜଧାନୀରେ ଆକ୍ରୋଶ ରାଜନୀତି, ନିରଞ୍ଜନ ବି କହିଲେ ସୁରକ୍ଷା ଲୋଡ଼ା

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

ଭୁବନେଶ୍ୱର: ସୁରକ୍ଷା ମାଗୁଛନ୍ତି ମହିଳା ସାଂସଦ । କାରଣ ରାଜଧାନୀ ଛାତିରେ ଗତ ରାତିରେ ସାଂସଦଙ୍କ ପ୍ରତି ଘଟିଛି ଏମିତି କିଛି ଘଟଣା । ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ବରିଷ୍ଠ ନାଗରିକଙ୍କ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେବା ପାଇଁ ଯାଇଥିଲେ । ଆଉ ବାହାରେ ଚାଲିଥିଲା ବିଜେଡି କର୍ମୀଙ୍କ ହଙ୍ଗାମା । ଅଣ୍ଡା ସାଙ୍ଗକୁ ଢେଲାପଥର ମାଡ଼ କରିଥିଲେ ବିଜେଡି କର୍ମୀ ।

Advertisment

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ । ଆଉ ଗତକାଲିର ଏହି ହିଂସା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ସିଧା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଶାନା ସାଧିଛନ୍ତି ଅପରାଜିତା । ସେ କହିଛନ୍ତି, ମୁଁ ଜଣେ ମହିଳା ସାଂସଦ, ହେଲେ ମୁଁ ସୁରକ୍ଷିତ ନୁହେଁ । ଥରେ ନୁହେଁ ଦ୍ୱିତୀୟ ଥର ଲାଗି ସେ ସରକାରୀ ଦଳର ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଗତବର୍ଷ ତାଙ୍କ ଅଫିସ ସିଲ୍ କରାଗଲା । ଆଉ ଏଥର ବିଜେଡି ନେତା ନିଜ କର୍ମୀଙ୍କୁ ଲଗାଇ ଏଭଳି ପ୍ରାୟୋଜିତ ଆକ୍ରମଣ କରିଛନ୍ତ ।

ତେବେ କାହିଁକି ତାଙ୍କୁ ବାରମ୍ବାର ହାରାସ କରାଯାଉଛି ? ତାଙ୍କ ପ୍ରତି ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏମିତି କଲେ ତାଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଧାରା ବାଧାପ୍ରାପ୍ତ ହେବନି ବରଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଅପରାଜିତା । ଏହାସହ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି, ସେକଥାକୁ ସେ ସଂସଦରେ ଉଠାଇବେ ବୋଲି କହିଛନ୍ତି ।

Advertisment

ଏହି ଘଟଣାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆକ୍ରୋଶ ରାଜନୀତିକୁ ନେଇ ସରଗରମ ରାଜଧାନୀ । ଦଳୀୟ ସାଂସଦଙ୍କୁ ଚାରିଘଣ୍ଟା ଧରି ରାଜଧାନୀ ଛାତି ଉପରେ ଘେରି ହଲାପଟାକୁ ନେଇ କ୍ଷୁବ୍ଧ ବିଜେପି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଖୋଦ ବିଜୁ ଜନତା ଦଳର ବିଧାୟକଙ୍କ ପ୍ରରୋଚନାରେ କର୍ମୀମାନେ ଏଭଳି କାଣ୍ଡ ଭିଆଇଥିବା ଜଳ ଜଳ ଦିଶୁଛି । ସେପଟେ ପ୍ରତିକ୍ରିୟାରେ ବିଜେଡି ବିଧାୟକ ଅନନ୍ତନାରାୟଣ ଜେନା ଘଟଣା ପାଇଁ ପାଲଟା ଅପରାଜିତାଙ୍କ ଉପରେ ଦୋଷ ଲଦିଛନ୍ତି...

ଏପଟେ ସାଂସଦ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଅଣ୍ଡାମା଼ଡ ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଭୁବନେଶ୍ୱରରେ ସମସ୍ତେ ଅସୁରକ୍ଷିତ କେବଳ ଅପରାଜିତା ନୁହେଁ ସମସ୍ତଙ୍କୁ ସୁରକ୍ଷା ଦିଆଯାଉ ।

Advertisment

ଗତକାଲି ଆଚାର୍ଯ୍ୟ ବିହାରରେ ବରିଷ୍ଠ ନାଗରିକଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସାଂସଦ ଅପରାଜିତାଙ୍କୁ ବିଜେଡି କର୍ମୀ ପ୍ରବଳ ବିରୋଧ କରିଥିଲେ । ଏପରିକି ଅଣ୍ଡା ଓ ଢେଲାମାଡ ଘଟଣା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ପାଖାପାଖି ୪ଘଣ୍ଟା କାଳ ଅଟକି ରହିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ଖୋଦ ଡିସିପି ପହଞ୍ଚି ସାଂସଦଙ୍କୁ ଉଦ୍ଧାର କରିଥିଲେ । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଥିବା ବେଳେ ସାଂସଦ ଅପରାଜିତାଙ୍କୁ ଘେରାଉ ଆକ୍ରୋଶ ରାଜନୀତିର ଏକ ନୂଆ ଫର୍ଦ୍ଦ ଚର୍ଚ୍ଚା ସୃଷ୍ଟି କରୁଛି ।

BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ