Advertisment

ଇଣ୍ଡିଆ ମେଣ୍ଟକୁ ଡବଲ ଝଟକା...ଏକାକୀ ଲଢ଼ିବାକୁ ଟିଏମ୍‌ସି ଓ ଆପ୍‌ର ଘୋଷଣା

କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।

ଅଦ୍ୟତନ ହୋଇଛି
Lok Sabha Election 2024: No alliance with Congress

No alliance with Congress

Advertisment

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ବିରୋଧୀ ମେଣ୍ଟ ତଥା ଇଣ୍ଡିଆ ମେଣ୍ଟକୁ ଲାଗିଛି ଡବଲ ଝଟକା। ପ୍ରଥମେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକଲା ଚଲୋ ନାରା ଦେଇଥିବା ବେଳେ ଏବେ ପଞ୍ଜାବରେ ଆମ ଆଦାମୀ ପାର୍ଟି ବା ଆପ୍ ଏକା ଲଢିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍।

Advertisment

ମାନ୍ କହିଛନ୍ତି, ପଞ୍ଜାବରେ କୌଣସି ମେଣ୍ଟ ହେବ ନାହିଁ। ଆପ୍ ଏକାକୀ ୧୩ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିଛି। କଂଗ୍ରେସ ସହ ଆପର କିଛି ସଂପର୍କ ନାହିଁ। ଆପ ସମସ୍ତ ଆସନରେ ବିଜୟୀ ହେବ। ଏଥିପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିସାରିଛି। ଖୁବଶୀଘ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଏହା ପୂର୍ବରୁ ଏକ ସର୍ଭେ କରାଯାଉଛି।

ଏହି ଘୋଷାର ଏକ ଘଣ୍ଟା ପୂର୍ବରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସହ ବୁଝାମଣା କରିବ ନାହିଁ ବୋଲି କହିଛନ୍ତି। କଂଗ୍ରେସ ଟିଏମସିର ପ୍ରସ୍ତାବକୁ ଗ୍ରହଣ କରିନାହିଁ। ତେଣୁ ପଶ୍ଚିମବଙ୍ଗରେ ଏକା ଲଢିବ ମମତାଙ୍କ ପାର୍ଟି। ଆସନ ବୁଝାମଣାରେ ବିଫଳ ହେବା ପରେ କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ।  ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ଏବେ ସଂକଟ ଦେଖାଦେଇଛି।

Advertisment
Mamata Banerjee Congress Rahul Gandhi TMC AAP Bhagwant Mann
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ