Advertisment

ବିଜୟ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛି ବିଜେଡ଼ି !

ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ

undefined

bjd

Advertisment

ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ

Advertisment

ବିଜେଡିର ନିର୍ବାଚନ ସଫଳତା ପଛରେ ପ୍ରଚାର ପ୍ରସାର ଏକ ପ୍ରମୁଖ ଅସ୍ତ୍ର କି? ସରକାରୀ ପଇସାରେ ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରିବାକୁ ଭରପୂର ଉଦ୍ୟମ କରାଯଏ କି? ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟ ସେହି ଆଡକୁ ଇଙ୍ଗିତ କରୁଛି। ନିର୍ବାଚନ ପାଖେଇଲେ ବିଜ୍ଞାପନ ପରେ ବିଜ୍ଞପାନ ଆସେ। ରାସ୍ତା ଘାଟରେ ଲାଗେ ମାଳ ମୋଳ ହୋର୍ଡିଂ। ବ୍ୟୟବରାଦ ହୁଏ କୋଟି କୋଟି ଟଙ୍କା। ନିର୍ବାଚନ ବର୍ଷରେ ସରକାରୀ ବିଜ୍ଞାପନ ବ୍ୟୟବରାଦ ବୃଦ୍ଧିରେ ଓଡ଼ିଶା ଦେଶରେ ଦ୍ୱିତୀୟ ବୋଲି ଏସ୍ବିଆଇ ନିଜ ରିପୋର୍ଟରେ ଦର୍ଶାଇଛି।

Advertisment

୨୦୧୯ରେ ପୂର୍ବ ବର୍ଷ ତୁଳନାରେ ବିଭିନ୍ନ ଯୋଜନାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଲାଗି ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ତେବେ ଏକ୍ ନମ୍ବରରେ ରହିଛି ଦିଲ୍ଲୀର କେଜରିୱାଲ ସରକାର। ପୂର୍ବବର୍ଷ ତୁଳନାରେ ନିର୍ବାଚନ ବର୍ଷରେ କେଜରିୱାଲ ସରକାରଙ୍କ ବିଜ୍ଞାପନ ବାବଦକୁ ୪୯୩ ପ୍ରତିଶତ ବଢ଼ିଥିଲା। ଏହି କାରଣରୁ ସେମାନେ ପୁଣି ବିଜୟୀ ହୋଇଛନ୍ତି ବୋଲି ଏସ୍ବିଆଇ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଲୋକଙ୍କ ଅର୍ଥକୁ ଶାସକ ଦଳ ବିଜେଡି ସରକାରୀ ଯୋଜନାର ବାହାନା କରି ଭୋଟର ହାତେଇବାକୁ ଖର୍ଚ୍ଚ କରିଥିବାରୁ, ଏହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।

କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଗତ ୧୦ ବର୍ଷର ବଜେଟ୍ ତଥ୍ୟ ବିଶ୍ଳେଷଣ କହୁଛି, ସରକାରୀ ବିଜ୍ଞାପନ, ହୋର୍ଡିଂ ବାବଦରେ ୮୮୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ସାଧାରଣ ନିର୍ବାଚନ ଲାଗି ୨୦୧୮-୧୯ ଆର୍ଥିକ ବର୍ଷ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସର୍ବାଧିକ ୨୬୯ କୋଟି ୧୩ ଲକ୍ଷ ଟଙ୍କା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପରିମାଣ ୭୭ କୋଟି ୫ ଲକ୍ଷ ଟଙ୍କା ଥିଲା ବେଳେ ନିର୍ବାଚନ ପର ବର୍ଷ ଖର୍ଚ୍ଚ ହୋଇଛି ୮୯ କୋଟି ୮୬ ଲକ୍ଷ ଟଙ୍କା ।

Advertisment

ଏହି ସମାନ ଚିତ୍ର ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବି ଦେଖିବାକୁ ମିଳିଥିଲା । ୨୦୧୬-୧୭ରେ ରାଜ୍ୟ ସରକାର ପ୍ରଚାର ପ୍ରସାର ଲାଗି ୫୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ। କିନ୍ତୁ ନିର୍ବାଚନ ଲାଗି ସଂଶୋଧିତ ବ୍ୟୟକୁ ୮୧ କୋଟି ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଥିଲେ। ଏନେଇ ଓଡ଼ିଶା ଇଲେକ୍ସନ ୱାଚ୍‌ ସଂଯୋଜକଙ୍କ ମତ, ଶାସନରେ ଥିବା ଦଳଗୁଡ଼ିକ ଭୋଟର ହାତେଇବାକୁ ସରକାରୀ ପ୍ରଚାର ପ୍ରସାର ବାବଦ ଅର୍ଥକୁ ବ୍ୟବହାର କରିଥାନ୍ତି କିନ୍ତୁ ନିର୍ବାଚନର ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ଏଭଳି ବ୍ୟୟବରାଦରେ ରୋକ୍ ଲାଗିବା ଆବଶ୍ୟକ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ପ୍ରଚାର ପ୍ରସାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଯାହା ଉପରେ ରହିଛି ନଜର।

Odisha BJD BJP Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ