Advertisment

'ନବଙ୍କୁ ଗୁଣ୍ଡା ସଜେଇ ଦେଇଛି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍'

ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ?

Accused Gopal Das’ brother rejects Crime Branch chargesheet

Accused Gopal Das’ brother rejects Crime Branch chargesheet

Advertisment

ନବ ଦାସ ହତ୍ୟା ଘଟଣାରେ ଚାର୍ଜସିଟ୍ ଆସିବା ପରେ ବଢିଲା ବିବାଦ। ଖାସ୍ କରି ନବଙ୍କ ପତ୍ନୀ ଓ ପୁଅ, ଏହା ଏକ ପ୍ରିପ୍ଳାନ ବା ଯୋଜନାବଦ୍ଧ ମର୍ଡର ବୋଲି ଷ୍ଟେଟମେଣ୍ଟରେ କହିଥିବାରୁ ହୁଲସ୍ତୁଲ ସାରା ରାଜ୍ୟ। ଏହାପରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରିଥିଲା, ଏହା ପଛରେ କେବଳ ଗୋପାଳ ନା ଆଉ କିଏ ରହିଛି ତାକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ଚର୍ଚ୍ଚା। ଆଉ ସେଦିଗରେ ତଦନ୍ତ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

Advertisment

ନବ ଦାସ ହତ୍ୟା ପଛରେ ଗୋପାଳକୁ ଛାଡ଼ି, ଆଉ କେହି ମାଷ୍ଟରମାଇଣ୍ଡ ଅଛନ୍ତି କି? କାହା ପ୍ରରୋଚନାରେ ହୋଇଥିଲା ହତ୍ୟା ? ହତ୍ୟାକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ନକହି, ଚାର୍ଜସିଟରେ ଗୋଲଗୋଲ ବୁଲାଇଛି କ୍ରାଇମବ୍ରାଂଚ! କାହାକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଛି କି ଏଭଳି ଚାର୍ଜସିଟ୍ ? ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଂଚର ଚାର୍ଜସିଟକୁ ନେଇ ଏବେ ଏଭଳି ପ୍ରଶ୍ନ ଓ ସନ୍ଦେହ ଦେଖାଦେଇଛି। ଚାର୍ଜସିଟରୁ ହତ୍ୟାର ଅସଲ ଗୁମର ଫିଟିବା ବଦଳରେ ଏହା ଅଧିକ ରହସ୍ୟାବୃତ୍ତ ହୋଇଛି।

ନବ ଦାସଙ୍କ ପୁଅ ବିଶାଲ ଦାସ କହିଛନ୍ତି ତାଙ୍କ ବାପାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ବିଶାଲ ତାଙ୍କ ଷ୍ଟେଟମେଣ୍ଟରେ ଏକଥା ବି ଉଲ୍ଲେଖ କରିଛନ୍ତି ଯେ, ବ୍ରଜରାଜନଗରରେ ତାଙ୍କ ବାପାଙ୍କ ବିରୋଧୀ ଥିଲେ। ନବଙ୍କ ପତ୍ନୀ ମୀନତି ଦାସ ମଧ୍ୟ ଏହି ହତ୍ୟାକାଣ୍ଡକୁ ପ୍ରିପ୍ଲାନ୍ ବୋଲି କହିବା ସହ ତାଙ୍କର ବହୁ ଶତ୍ରୁ ଥିଲେ ବୋଲି ନବ ତାଙ୍କୁ ବହୁବାର କହିଥିବା ଜଣାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲେ ନବଙ୍କ ଝିଅ ତଥା ଝାରସୁଗୁଡ଼ାର ବିଜେଡି ବିଧାୟିକା ଦୀପାଳି ଦାସ ନିଜ ଷ୍ଟେଟମେଣ୍ଟରେ ପ୍ରିପ୍ଲାନ୍ ମର୍ଡର ନେଇ କିଛି ବି ଉଲ୍ଲେଖ କରିନାହାନ୍ତି।

Advertisment

ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ? ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି କ୍ରାଇମବ୍ରାଂଚର ଚାର୍ଜସିଟ୍ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଇଦେଲା। ଆଉ ସୁରକ୍ଷା ଦେବାକୁ ଯାଇ ନବ ଦାସଙ୍କ ଚରିତ୍ରକୁ ଏକ ଗୁଣ୍ଡା ଓ ବଦମାସ ଭାବେ ସଜେଇ ଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ନବଙ୍କ ପରିବାର ଯେଉଁ ପ୍ରିପ୍ଲାନ୍ ମର୍ଡର କଥା କହିଛନ୍ତି ତାହା ସତ। ଅଭିଯୋଗ କରିଛନ୍ତି, ଚାର୍ଜସିଟ ତଦନ୍ତର ମୋଡ଼ ବଦଳାଇବାକୁ ଉଦ୍ୟମ କରାଯାଇଛି। ସେପଟେ ନବଙ୍କ ପରିବାରଙ୍କ ପ୍ରିପ୍ଲାନ୍ ମର୍ଡର ଷ୍ଟେଟମେଣ୍ଟକୁ ଖଣ୍ଡନ କରିଛି ବିଜେଡି। 

Advertisment

ସେପଟେ ଗୋପାଳ, ନବଙ୍କୁ ହତ୍ୟା କରିବା ପଛରେ ବ୍ୟକ୍ତିଗତ ଆକ୍ରୋଶ ଥିବା ଚାର୍ଜସିଟ ଉଲ୍ଲେଖ ରହିଛି। ନବ ଓ ତାଙ୍କ ସମର୍ଥକଙ୍କ ସହ ଗୋପାଳଙ୍କ ବିବାଦ ରହିଥିଲା। ତେବେ ବିବାଦ ପଛରେ ଯେଉଁସବୁ କାରଣ ଦର୍ଶାଯାଇଛି, ସେଥିପାଇଁ ଯେ ଜଣେ ଏଏସ୍ଆଇ ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ପାଇଁ ଯୋଜନା କରିବ, ତାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏପରିକି ଗୋପାଳ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଲଣ୍ଡା ହେବା ସହିତ ହତ୍ୟା ପାଇଁ ଶପଥ ନେଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। ଯାହାକୁ ଗୋପାଳର ଭାଇ ସତ୍ୟନାରାୟଣ ସାହୁ ଖଣ୍ଡନ କରିଛନ୍ତି। ତେବେ କ୍ରାଇମବ୍ରାଂଚ ହତାକାଣ୍ଡର ମୂଳକୁ ନଯାଇ, କେବଳ ଗୋଲ୍ ଗୋଲ୍ ବୁଲାଉଥିବା କହିଛନ୍ତି ଆଇନଜୀବୀ।

Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ