Advertisment

ୟୁପିରେ ବିଏସ୍‌ପିକୁ ବଡ଼ ଝଟ୍‌କା

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ବଡ଼ ଝଟ୍‌କା। ବିଏସ୍‌ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।

Akhilesh Yadav & Mayawati

Akhilesh Yadav & Mayawati

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ବଡ଼ ଝଟ୍‌କା। ବିଏସ୍‌ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।

Advertisment

ଏହି ଅବସରରେ ଅଖିଳେଶ କହିଥିଲେ ଯେ, ବିଜେପି ବିରୋଧରେ ଜନ ଆକ୍ରୋଶ ଏତେ ଯେ, ଆଗାମୀ ଦିନରେ ୟୁପିରେ ବିଜେପି ସଫା ହୋଇଯିବ। ସେପଟେ ୟୁପିରେ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ବିଏସ୍‌ପିରୁ ୬ ବିଧାୟକ ଦଳ ଛାଡିବା ମାୟାବତୀଙ୍କ ପାଇଁ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି।

Advertisment

ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ବିଏସ୍‌ପି ବିଧାୟକ ହେଲେ-ଅସ୍‌ଲାମ୍‌ ରାଇନି, ମୁଜ୍‌ତାବା ସିଦ୍ଦିକ୍‌, ଅସଲାମ୍‌ ଅଲ୍ଲୀ ଚୌଧୁରୀ, ହକିମ୍‌ ଲାଲ୍‌ ବିନ୍ଦ୍‌, ସୁଷମା ପଟେଲ ଓ ହରଗୋବିନ୍ଦ ଭାର୍ଗବ। ସେହିପରି ସୀତାପୁର ବିଧାୟକ ରାକେଶ ରାଠୋର ବିଜେପିରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି।

ସେପଟେ କଂଗ୍ରେସ ରାଜନୀତିକୁ ଗମ୍ଭୀରତା ସହ ନେଉନି । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

Advertisment
BJP Uttar Pradesh BSP Samajwadi Party Bahujan Samaj Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ