Advertisment

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ମୁଥ ମାରିଲେ, ଗଳା ଧକ୍କା ଦେଲେ...

ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍‌ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।

ଅଦ୍ୟତନ ହୋଇଛି
Journalist Attacked

Journalist Attacked

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ତ ଆଉ କେଉଁଠି ଆକ୍ରମଣ କରିଛନ୍ତି।

Advertisment

ପ୍ରଥମେ ଦୁର୍ବୃତ୍ତମାନେ ବୁଥ୍‌ରୁ ଭୋଟ୍‌ ବାକ୍ସ ନେଇ ପଳାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଅନ୍ୟ ବିଡିଓଙ୍କୁ ଆକ୍ରମଣ ନେଇ ଅଭିଯୋଗ ଓ ଏବେ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲାରେ ଏହି ହିଂସା ଘଟଣା ସାମ୍ନାକୁ ଆସିଛି।

ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍‌ ନିକଟରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମର ଏହି ୩ ଜଣ ସାମ୍ବାଦିକ ହେଲେ- ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ।

Advertisment

ଦୁର୍ବୃତ୍ତମାନେ ବୁଥ୍ ରିଗିଂ ଉଦ୍ୟମ ବେଳେ ଏହି ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  

Odisha Panchayat Polls Journalist Attacked Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ