Advertisment

ଜେଲ୍‌ରୁ ମୁକୁଳିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ

ଆଗକୁ ଯୁବମୋର୍ଚ୍ଚାର ଆନ୍ଦୋଳନ ଆହୁରି ତେଜିବ- ଇରାଶିଷ ଆଚାର୍ଯ୍ୟ ।

BJP Yuva Morcha President Irasis Acharya

BJP Yuva Morcha President Irasis Acharya

Advertisment

ଜେଲ୍‌ରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ମୋର୍ଚ୍ଚାର ୨୨ ନେତା ଓ ସମର୍ଥକ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ସମସ୍ତେ ମୁକୁଳିବା ପରେ ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। 

Advertisment

ଗତ ଫେବ୍ରୁଆରୀ ୨୮ ତାରିଖରେ ଲୋୟର ପିଏମଜିରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ପ୍ରତିବାଦରେ ବିକ୍ଷୋଭ କରୁଥିବାବେଳେ ପୋଲିସ ସହ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା। ସେତେବେଳେ ୨୧ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାରେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ ଜଣ ସମର୍ଥକଙ୍କୁ ଗିରଫ କରିଥିଲା ପୋଲିସ୍। 

ଗତ ୨୦ ତାରିଖ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ୫୦ରୁ ଅଧିକ ଦିନ ଧରି ଏମାନେ ଜେଲ୍‌ରେ ରହିବା ପରେ ଆଜି ମୁକୁଳିଛନ୍ତି । ଇରାଶିଷ କହିଛନ୍ତି ଯୁବମୋର୍ଚ୍ଚାର ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ।

Advertisment
BJP Yuva Morcha President Irasis Acharya BJP Yuva Morcha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ