Advertisment

‘୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ,ଏକଜୁଟ୍‌ ନହେଲେ ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି’

‘୨୦୨୪ ପାଇଁ ଏକଜୁଟ୍‌ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି

ଅଦ୍ୟତନ ହୋଇଛି
2024 Is The Last Chance For Congress Says Senior Congress Leader Jayadev Jena

2024 Is The Last Chance For Congress Says Senior Congress Leader Jayadev Jena

Advertisment

‘୨୦୨୪ ଆମ ପାଇଁ ଶେଷ ସୁଯୋଗ। ଯଦି ୨୦୨୪ରେ ଜିତିବୁ, ତା’ହେଲେ ୧୦/୧୫ ବର୍ଷ କ୍ଷମତାରେ ରହିବୁ। ୨୦୨୪ ପାଇଁ ଏକଜୁଟ୍‌ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି

Advertisment

ଜୟଦେବ ଜେନା କହିଛନ୍ତି ଯେ, ବର୍ତ୍ତମାନ ବିଜେପି-ବିଜେଡି ଏକାଠି ଅଛନ୍ତି। ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛୁ ଯେ, ବିଜେପି-ବିଜେଡି ଏକାଠି ହୋଇ ନିର୍ବାଚନ ଲଢ଼ିବେ। ହେଲେ ଲୋକେ ଯେତେବେଳେ ମୁହାଁଇବା ଆରମ୍ଭ କରିବେ ଏ ପ୍ରସ୍ତୁତି, ଟ୍ରେନିଂ ଆଉ କିଛି କାମ କରିବ ନାହିଁ। କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। କାରଣ ଲୋକମାନେ ଉଭୟ ବିଜେଡି ଓ ବିଜେପିଠୁ ମୁହଁ ବୁଲାଇଲେଣି।’

ସେ ଆହୁରି କହିଛନ୍ତି ଯେ, ‘କିଏ କଂଗ୍ରେସର ମଙ୍ଗ ସମ୍ଭାଳିବେ ଏହା CWC ନିଷ୍ପତ୍ତି ନେବ। ସୋନିଆ ଗାନ୍ଧିଙ୍କ ପରାମର୍ଶକ୍ରମେ ଏହା ନିଷ୍ପତ୍ତି ନିଆଯିବ। କଂଗ୍ରେସ ଦଳ ଏକ ଶୃଙ୍ଖଳିତ ଦଳ। ଗାନ୍ଧି ପରିବାରକୁ ବାଦ୍‌ ଦେଇ କଂଗ୍ରେସ କଥା ଚିନ୍ତା କରାଯାଇ ନପାରେ। 

Advertisment

ଅନ୍ୟପକ୍ଷେ, ବିଜେଡି ଓ ବିଜେପିକୁ ନେଇ ଜୟଦେବ ଜେନାଙ୍କ ଅଭିଯୋଗ ଉପରେ ଖବର ଲେଖାଯିବା ସୁଦ୍ଧା ଉଭୟ ପାର୍ଟି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। 

Advertisment

Congress Congress Leader Jayadev Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ