୧୯ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ; ବସ୍‌ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର ।

Cabinet Decision

ରାଜ୍ୟରୁ ଉଠି ଯିବ ପୂର୍ତ୍ତ ଓ ଆର୍ ଡି ବିଭାଗ ଅଧୀନ ସମସ୍ତ ଟୋଲ୍ ଗେଟ୍ । ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ ଟୋଲ୍ ଗେଟ୍ ଉଚ୍ଛେଦ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କ୍ୟାବିନେଟ ବୈଠକରେ ମୋଟ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସରକାରଙ୍କ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର ଲାଗିଛି ।

ସେହିଭଳି ସିଲିକନ୍ ଓ ନିଷ୍ଟ ଶିକ୍ଷଆନୁଷ୍ଠାନକୁ ୟୁନିଟାରୀ ୟୁନିଭର୍ସିଟି କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିଭଳି ପେନସନ୍ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ୍ ପେନସନ୍ ରୁଲରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଅନ୍ୟପଟେ ଜମି କିସମ ପରିବର୍ତ୍ତନ ଦେୟ ସଂପର୍କିତ ସଂଶୋଧନକୁ ମଂଜୁରୀ ମିଳିଛି । ଅଣକୃଷି ଉଦ୍ଦେଶ୍ୟରେ ଜମି କିସମ ପରିବର୍ତ୍ତନକୁ ବଜାର ମୂଲ୍ୟର ୧% ଦେୟ ନିର୍ଦ୍ଧାରିତ ହୋଇଛି ।

ରେମୁଣା ବ୍ଲକ ଦରକୁଲିଠାରେ ବୁଢ଼ାବଳଙ୍ଗ ନଦୀରେ ହେବ ଆନିକଟ୍ । ଆନିକଟ ପାଇଁ ୧୨୬ କୋଟିର ବ୍ୟୟବରାଦକୁ କ୍ୟାବିନେଟ ମଂଜୁରୀ ମିଳିଛି । ସେହିଭଳି ଖରିଫ ରୁତୁରେ ରାଜ୍ୟରେ ୭୯ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଠି ଯିବ ରାଜ୍ୟ ଟୋଲ୍ ଗେଟ୍ । ରାଜ୍ୟ ପୂର୍ତ୍ତ ଓ ଆର୍ ଡି ବିଭାଗ ଅଧୀନ ସବୁ ଟୋଲ୍ ଗେଟ୍ ଉଚ୍ଛେଦ ହେବ । 

ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ ଟୋଲ୍ ଗେଟ୍ ଉଠିଯିବ । ସମସ୍ତ ୩୫ ଟୋଲ୍ ଗେଟ୍ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କ୍ୟାବିନେଟ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୩-୨୪ରେ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ଓ ୫୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରହିଛି । ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ ।