Advertisment

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ବନ୍ଦ

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।

ଅଦ୍ୟତନ ହୋଇଛି
12-hour bandh in Mayurbhanj

12-hour bandh in Mayurbhanj

Advertisment

ବାରିପଦା/ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ମୟୂରଭଞ୍ଜରେ ବନ୍ଦ ଡାକରା ଯୋଗୁ ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି। ବିଭିନ୍ନ ଛକରେ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି। ଉଦଳା, କରଞ୍ଜିଆ, ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିଛି।

Advertisment

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାସହ ଅନ୍ୟ ୧୫ଟି ଦାବି ନେଇ ଦଳ ଆଜି ରାସ୍ତାକୁ ଓହ୍ଲାଇଛି। ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ ଇତ୍ୟାଦିକୁ ନେଇ ବିଜେପି ତାତିଛି।  

ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ୨୭% ସଂରକ୍ଷଣ ଦାବି ହୋଇଛି। ବନ୍ଦ ଡାକରା ଯୋଗୁ ଦୋକାନବଜାର,ଗାଡ଼ିମୋଟର ଚଳାଚଳ, ସରକାରୀ, ବେସରକାରୀ ଅନୁଷ୍ଠାନ ଇତ୍ୟାଦି ବନ୍ଦ ରହିଛି। 

Advertisment

ଅନ୍ୟପକ୍ଷେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର CBI ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବିରେ ବିଜେପି ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା ଦେଇଛି। ୧୨ ଘଣ୍ଟା ପାଇଁ ସମ୍ବଲପୁରରେ ବନ୍ଦ ପାଳନ କରାଯିବ। ଏହି ସମୟରେ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଭଳି ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ। ଆସନ୍ତାକାଲି ଯଦି କୌଣସି ପରୀକ୍ଷା କିମ୍ବା ଆଡ଼ମିଶନ ଥିବ, ତା’ହେଲେ ବନ୍ଦରୁ ଏହାକୁ ବାଦ୍ ଦିଆଯିବ ବୋଲି ବିଜେପି କହିଛି।  ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଓ ଘରୋଇ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ଗାଡି ଚଳାଚଳ ବନ୍ଦ ରହିବ। 

Mayurbhanj Kalahandi 12-Hour Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ