Advertisment

ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?

undefined

Padampur bypoll

Advertisment

ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ। କଂଗ୍ରେସ ଭୋଟ୍ ଡାଇଭର୍ଟ କରିବାକୁ ହାତ ପାର୍ଟିର ଟପ୍ ନେତୃବୃନ୍ଦଙ୍କଠୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ହିଁ ପଦ୍ମପୁରକୁ ପ୍ରଚାର ପାଇଁ ଯାଇଥିଲେ ନବୀନ। ତେବେ କେତେ ଟଙ୍କାର ଡିଲ୍ ହୋଇଥିଲା ସେ କଥା ଜାଣନ୍ତିନି ବୋଲି କହିଛନ୍ତି ଜୟନାରାୟଣ। ଜବାବ ରଖି ବିଜେଡି କହିଛି, ପରାଜୟ ପରେ ବିଜେପିର ଏହା ଉଦ୍ଭଟ ଚିନ୍ତାଧାରା।

Advertisment

ଗତ ୨୦୧୯ ନିର୍ବାଚନବେଳେ ପଦ୍ମପୁରରେ ଯେଉଁ କଂଗ୍ରେସ ପ୍ରାର୍ଥୀ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ, ଉପ-ନିର୍ବାଚନରେ ତାହା ମାତ୍ର ୩୫୯୪କୁ ଖସିଲା କେମିତି ? ୨୯ ହଜାରରୁ ଅଧକ କଂଗ୍ରେସ ଭୋଟ୍ ବିକ୍ରି ହୋଇଯାଇଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ଆହୁରି ତେଜିୟାନ କରିଛି ଜୟନାରାୟଣଙ୍କ ବୟାନ। ତାସହ ପ୍ରଶ୍ନ ଉଙ୍କି ମାରିଛି-ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?

ଏମିତିକି କଂଗ୍ରେସର ଏକାଥରେ ୯୦ ପ୍ରତିଶତରୁ ଅଧିକ ଭୋଟ୍ ଡାଇଭର୍ଟ ହେବା କଥାକୁ ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଖୋଦ୍ ହାତ ଦଳର ନେତା।  ଗତକାଲି ବିଧାୟକ ତାରା ଓ ମୋକିମ୍ ଏ ନେଇ ପିସିସି ନେତୃତ୍ୱକୁ ଦାୟୀ କରି ବର୍ଷିଥିଲେ। ଏମିତିକି ବିଭିନ୍ନ ଉପ-ନିର୍ବାଚନରେ କଂଗ୍ରେସର ବାରମ୍ବାର ଶୋଚନୀୟ ହାର ସତ୍ତ୍ୱେ ଦାୟିତ୍ୱରେ ଥିବା ରାଜ୍ୟ ନେତୃତ୍ୱ ବିରୋଧରେ ଆଦୌ ଆକ୍ସନ ନେହେବା ନେଇ ଏଆଇସିସି ଉପରେ ବି ସନ୍ଦେହ ପ୍ରକଟ କରିଥିଲେ। ତେଣେ ଆଜି ଜୟନାରାୟଣଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି-ବିଜେପିର ପରାଜୟ ପରେ ବିରୋଧୀଦଳ ନେତା ଏଭଳି କହିବା ସ୍ବାଭାବିକ।

Advertisment

ତେବେ ବିଜେଡି ସହ କଂଗ୍ରେସ ସାଲିସ୍ କରିବାର ପ୍ରଶ୍ନ ଉଠୁନାହିଁ କିନ୍ତୁ ପିସିସି ସଭାପତି ଫଳାଫଳର ସମୀକ୍ଷା କରିବା ଦରକାର ବୋଲି ପୁଣି ଦୋହରାଇଛନ୍ତି ତାରା। ତେବେ ଏନେଇ କିନ୍ତୁ ପିସିସି ସଭାପତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ପଦ୍ମପୁର ପ୍ରଚାର ପୂର୍ବରୁ ବିଜେଡିର ବ଼ଡ ଡିଲ୍ ନେଇ ବିରୋଧୀଦଳ ନେତାଙ୍କ ବୟାନ ପରେ କଂଗ୍ରେସ ଶିବିରରେ ହାଁ ପଶିଥିବାବେଳେ, ରାଜନୀତି ସମୀକ୍ଷକ କହିଛନ୍ତି ଏହା ସତ ହୋଇଥିଲେ ସାଂଘାତିକ।

(ଭୁବନେଶ୍ୱରରୁ ଜଗଦୀଶ ଦାସ, ହରିହର ଚାନ୍ଦଙ୍କ ସହ ଜୟପୁରରୁ ଟି.ଗୌରୀଶଙ୍କରଙ୍କ ରିପୋର୍ଟ)

Advertisment
BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ