Advertisment

ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ ।

ଅଦ୍ୟତନ ହୋଇଛି
Mo Ghara Scheme

Mo Ghara Scheme

Advertisment

ଫେଲ ମାରୁଛି କି ରାଜ୍ୟ ସରକାରଙ୍କ ମୋ ଘର ସ୍କିମ୍ । ଗୋଟିଏ ପଟେ ଆବେଦନ ସଂଖ୍ୟା ବଢୁନି, ଅନ୍ୟପଟେ ଆବେଦନ କରିଥିବା ହିତାଧିକାରୀଙ୍କୁ ଲୋନ ବି ଦେଉନି ବ୍ୟାଙ୍କ। ହେଲେ ସରକାର କିନ୍ତୁ ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ମୋ ଘର ଯୋଜନା କାର୍ଯ୍ୟକାରୀ କରିବାକୁ ଆଣିଛନ୍ତି ଗାଇଡଲାଇନ। ଯାହାକୁ ନେଇ ତେଜିଛି ରାଜନୀତି।

Advertisment

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ । ସରକାରଙ୍କ ତଥ୍ୟ କହୁଛି, ମାସେ ଭିତରେ ଆବେଦନ କରିଛନ୍ତି ମାତ୍ର ୧ ଲକ୍ଷ ୧୪ ହଜାର ୮୭୩ ହିତାଧିକାରୀ । ୪ ଲକ୍ଷ ହିତାଧିକାରୀଙ୍କ ଟାର୍ଗେଟ ରଖି ମୋ ଘର ଯୋଜନା ଆରମ୍ଭ କରିଥିଲେ ସରକାର। ଏଥିପାଇଁ ୨୧୫୦ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରିଥିଲେ। ଜୁନ ୩ରେ ଯୋଜନାର ଘୋଷଣା ପରେ ଜୁନ୍ ୧୬ରେ ଆରମ୍ଭ ହୋଇଥିଲା ଆବେଦନ। ହେଲେ ମିଳିଥିବା ଆବେଦନକାରୀଙ୍କ ସଂଖ୍ୟା ସେତେଟା ଉତ୍ସାହଜନକ ନଥିବା ଜଣାପଡିଛି।

ଯୋଜନାରେ ଆଦିବାସୀ ହିତାଧିକାରୀଙ୍କୁ ଘର ଯୋଗାଇବା ମୁଶ୍ୟ ଉଦ୍ଦେଶ୍ୟ ଥିବା ବେଳେ ଅନେକ ଆଦିବାସୀ ଜିଲ୍ଲାରେ ଆବେଦନ ସଂଖ୍ୟା ଚାରି ଅଙ୍କ ଛୁଇଁନି। ସର୍ବନିମ୍ନ ଆବେଦନ ୫୪୮ ଆସିଛି ଆଦିବାସୀ ବହୁଳ ଗଜପତି ଜିଲ୍ଲାରୁ। ସେହିପରି ସର୍ବାଧିକ ୧୩ ହଜାର ୩୧୭ ଆବେଦନ ପୁରୀ ଜିଲ୍ଲାରୁ ହୋଇଥିବା ଜଣାପଡିଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ପୁରୀ, କଟକ, ଡେଙ୍କାନାଳ, ଜଗତସିଂହପୁର ଭଳି ଉପକୂଳ ଜିଲ୍ଲା ଗୁଡିକରେ ୧୦ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଛନ୍ତି। ୧ ଲକ୍ଷ ୧୪ ହଜାର ୮୭୩ ଆବେଦନ ମଧ୍ୟରୁ ୧୪ ହଜାର ୨୧୮ ଆବେଦନ ଉପରେ ଫିଲ୍ଡ ଭେରିଫିକେସନ ସରିଥିବା ବେଳେ ୭ ହଜାର ୭୪୭ ଜଣଙ୍କ ପ୍ଲାନ୍ ଓ ଏଷ୍ଟିମେସନ ଅପଲୋଡ ହୋଇଛି।

Advertisment

ହେଲେ ସବୁଠୁ ବଡ଼ କଥା ହେଉଛି ଏସବୁ ଭିତରୁ ମାତ୍ର ୪ ହଜାର ୬୬୭ ଜଣ ଆବେଦନକାରୀଙ୍କୁ ଋଣ ଦେବାକୁ ବ୍ୟାଙ୍କକୁ ସୁପାରିଶ କରାଯାଇଛି। ୧ ଲକ୍ଷ ୧୦ ହଜାର ୨୧୦ ଆବେଦନ ଏବେ ବି ବ୍ଲକ ସ୍ତରରେ ପଡି ରହିଛି। ଆହୁରି ଗୁରୁତ୍ୱପୂର୍ଣ୍ଣ ହେଲା ୧ ଲକ୍ଷ ୮୮ ହଜାର ୫୬୦ ହିତାଧିକାରୀ ଆବେଦନ ପାଇଁ ପଞ୍ଜୀକରଣ କରିଥିବା ବେଳେ ଆହୁରି ୭୩ ହଜାରରୁ ଅଧିକ ଆବେଦନ ସରକାରଙ୍କୁ ମିଳିନାହିଁ। ଅନ୍ୟ ପଟେ ଆବେଦନ କରି ବି ଋଣ ନମିଳିବାରୁ ଅସନ୍ତୋଷ ଝାଡିଛନ୍ତି ଆବେଦନ କରିଥିବା ହିତାଧିକାରୀ।

ଏଭଳି ସ୍ଥିତିରେ କିନ୍ତୁ ଗ୍ରାମାଞ୍ଚଳ ପରେ ସହରରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗାଇଡ ଲାଇନ ଆଣିଛନ୍ତି ସରକାର। ଗ୍ରାମାଞ୍ଚଳରେ ଆବେଦନ ପାଇଁ ସର୍ବାଧିକ ଆୟ ୨୫ ହଜାର ଥିବା ବେଳେ ସହରାଞ୍ଚଳରେ ଏହାକୁ ୫୦ ହଜାର ଟଙ୍କାକୁ ବଢ଼ାଯାଇଛି। ସରକାରୀ ତଥ୍ୟ କହୁଛି ସହରାଞ୍ଚଳରେ ପ୍ରାୟ ୨ ଲକ୍ଷ ୮୦ ହଜାର ବାସହୀନ ହିତାଧିକାରୀ ଅଛନ୍ତି। ତେବେ ଗ୍ରାମାଞ୍ଚଳରେ ଯୋଜନାର ବିଫଳତାକୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Advertisment

୨୪ ନିର୍ବାଚନକୁ ଆଖି ଆଗରେ ରଖି ବାସହୀନଙ୍କ ଭୋଟ୍ ହାତେଇବାକୁ ସରକାର ଆଣିଥିଲେ ‘ମୋ ଘର ଯୋଜନା’। ହେଲେ ଗ୍ରାମାଞ୍ଚଳରେ ଯୋଜନାର ବାସ୍ତବ ସ୍ଥିତି ସରକାରୀ ଦଳକୁ 
ଚିନ୍ତାରେ ପକାଇ ଦେଇଛି ।

Odisha Govt Rural Households
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ