Advertisment

କୁକୁର ପାଇଁ ଝଗଡାରୁ ରାଜନୈତିକ ଝଡ଼, ଜୟ ଓ ମହୁଆଙ୍କ ବ୍ୟକ୍ତିଗତ କଳିରୁ ଆସିଲା କ୍ୟାସ ଫର କ୍ୱେରି ବିବାଦ ?

ଜୟଙ୍କ ସହ ସଂପର୍କରେ ତିକ୍ତତାରୁ ଅଲଗା ହୋଇଥିଲେ ମହୁଆ....ପୋଷା କୁକୁର 'ହେନରୀ'କୁ ନେଇ ସୃଷ୍ଟି ହୋଇଥିଲା ବିବାଦ...ଝଗଡ଼ାରୁ ହିଁ ମହୁଆଙ୍କ ଗୁମର ଖୋଲିଥିବା ଚର୍ଚ୍ଚା..

ଅଦ୍ୟତନ ହୋଇଛି
cash for query’ row

cash for query’ row

Advertisment

କୁକୁର ପାଇଁ ଝଗଡାରୁ ରାଜୈତିକ ଝଡ଼। ପୂର୍ବତନ ପାର୍ଟନର ଜୟ ଅନନ୍ତ (Jai Anant Dehadrai) ଓ ସାଂସଦ ମହୁଆ ମୈତ୍ର(Mahua Moitra)ଙ୍କ ମଧ୍ୟରେ ବ୍ୟକ୍ତିଗତ କଳିରୁ ପଦାକୁ ଆସିଛି କି କ୍ୟାସ ଫର କ୍ୱେରି ବିବାଦ। ସୁପ୍ରିମକୋର୍ଟ ଓକିଲ ଜୟଙ୍କ ସହ ସଂପର୍କରେ ତିକ୍ତତା ଆସିବା ପରେ ତାଙ୍କଠୁ ଅଲଗା ହୋଇଯାଇଥିଲେ ମହୁଆ। ତେବେ ପୋଷା କୁକୁର ହେନରୀ କାହା ପାଖରେ ରହିବ ତାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଆଉ ଏହି ଝଗଡ଼ାରୁ ହିଁ ଜୟ, ବିଜେପି ସାଂସଦଙ୍କ ନିକଟରେ ମହୁଆଙ୍କ ଗୁମର ଖୋଲିଥିବା ଚର୍ଚ୍ଚା ହେଉଛି।...

Advertisment

ଟଙ୍କା ଓ ଉପହାର ନେଇ ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ତଦନ୍ତ କମିଟି ଗଠନ ଲାଗି ଲୋକସଭା ବାଚସ୍ପତିଙ୍କୁ ଗତ ରବିବାର ଚିଠି ଲେଖିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ। ସୁପ୍ରିମକୋର୍ଟ ଆଡଭୋକେଟ ଜୟ ଅନନ୍ତ ଦେହାଦ୍ରାଇଙ୍କଠୁ ପାଇଥିବା ତଥ୍ୟ ଆଧାରରେ ସେ ଏହି ଚିଠି ଲେଖିଥିଲେ।

ମହୁଆ ତାଙ୍କ ପାର୍ଲାମେଣ୍ଟ ଆଇଡି ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ଉଲ୍ଲେଖ କରି ଏହାର ତଦନ୍ତ ଲାଗି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ବି ଦୁବେ ଦାବି କରିଥିଲେ। ତେବେ ନିଶିକାନ୍ତଙ୍କ ନିକଟରେ ମହୁଆଙ୍କ ଗୁମର କାହିଁକି ଖୋଲିଲେ ପୂର୍ବତନ ପାର୍ଟନର ଜୟ ଅନନ୍ତ, ରଟୱେଲୟର ପ୍ରଜାତିର ପୋଷା କୁକୁର ହେନରୀ ପୁରା ବିବାଦର ଜଡ ବୋଲି ଚର୍ଚ୍ଚା ହେଉଛି।...

Advertisment

ଜୟ ଓ ମହୁଆଙ୍କ ସଂପର୍କରେ ତିକ୍ତତା ଆସିବା ପରେ ଜୟଙ୍କଠାରୁ ପୃଥକ ରହୁଥିଲେ ମହୁଆ। ତେବେ ପୋଷା କୁକୁର ହେନରୀକୁ କିଏ ରଖିବ ତାକୁ ନେଇ ବଢିଥିଲା ବିବାଦ। ଏହାକୁ ନେଇ ଗତ ୬ ମାସ ମଧ୍ୟରେ ମହୁଆ, ଜୟ ଅନନ୍ତଙ୍କ ନାଁରେ ଏକାଧିକ ମାମଲା ରୁଜୁ କରିଛନ୍ତି। ଘରେ ବଳପୂର୍ବକ ପଶିବା, ଚୋରି ସାଙ୍ଗକୁ ଅଶ୍ଳିଳ ମେସେଜ ପଠାଉଥିବା ଭଳି ଜୟଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି ମହୁଆ। ଆଉ ଏହି କଳିକୁ ନେଇ ହିଁ ଜୟ ମହୁଆଙ୍କ କାରନାମା ସଂପର୍କ ବିଜେପି ସାଂସଦଙ୍କୁ ଜଣାଇଥିବା କୁହାଯାଉଛି। ତେବେ ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ ଚିହିଁଙ୍କି ଥିଲେ ମହୁଅ। ଜୟ ଅନନ୍ତଙ୍କୁ ହତାସିଆ ପ୍ରେମିକ କହିବା ସହ ନିଶିକାନ୍ତଙ୍କୁ ଜାଲ ଡିଗ୍ରୀଧାରୀ MP ଭାବେ ବର୍ଣ୍ଣନା କରିଥିଲେ।

ଜବାବରେ ଗତକାଲି ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋରାଙ୍କୁ ଚିଠି ଲେଖି ମହୁଆଙ୍କ ନାଁରେ ଫେରାଦ ହୋଇଛନ୍ତି ଜୟ ଅନନ୍ତ। ମହୁଆ ଆକ୍ରୋଶ ରଖି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପ୍ରିୟ ହେନରୀକୁ ଅପହରଣ କରିନେଇଥିବା ଜଣାଇଛନ୍ତି। କ୍ୟାସ ଫର କ୍ୱେରି ଅଭିଯୋଗ ଆସିବା ପରେ ମହୁଆଙ୍କ ତରଫରୁ ତାଙ୍କୁ ଧମକଚମକ ମିଳିବା ସହ ବ୍ଲାକମେଲ କରାଯାଉଥିବା ସେ ପୋଲିସ କମିଶନରକୁ ଲେଖିବା ସହ ସେ ଭୟଭୀତ ଅବସ୍ଥାରେ ରହିବା ସହ ନିଜକୁ ଅସୁରକ୍ଷିତ ମଣୁଥିବା କହିଛନ୍ତି।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ