Advertisment

୪ ମାସ ପରେ ସଂସଦକୁ ଆସୁ ଆସୁ ବିବାଦରେ ଛନ୍ଦି ହେଲେ ରାହୁଲ !

ଅଭଦ୍ରୋଚିତ ଆଚରଣ ବିରୋଧରେ ହେଉ କଡ଼ା ଆକ୍ସନ କହିଲା ବିଜେପି । ବାଚସ୍ପତିଙ୍କୁ ଫେରାଦ ହେଲେ ଏନଡିଏ ମହିଳା ସାଂସଦ ।

Politics, No Confidence Motion

Politics, No Confidence Motion

Advertisment

ଅନାସ୍ଥା ବିତର୍କରେ ରାହୁଲ୍‌ଙ୍କ ରଣହୁଙ୍କାର । ମଣିପୁର ପ୍ରସଙ୍ଗରେ ବାକ୍ୟ ବାଣରେ ପ୍ରହାର । ରାହୁଲ କହିଥିଲେ- ମଣିପୁରରେ ଭାରତର ହତ୍ୟା ହୋଇଛି । ନିକଟରେ ସେ ମଣିପୁର ଯାଇଥିଲେ, ହେଲେ ପ୍ରଧାନମନ୍ତ୍ରୀ ଏଯାଏଁ ଯାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ କି ? ରାଜନୀତି ପାଇଁ ଏମାନେ ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛନ୍ତି ଓ ମଣିପୁରକୁ ଦୁଇ ଭାଗରେ ବାଣ୍ଟି ଦେଇଛନ୍ତି। ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣିପାରିବ, ହେଲେ ଜାଣିଶୁଣି ସେଠାରେ ସେନା ନିୟୋଜିତ କରାଯାଉନାହିଁ ବୋଲି କହିଥିଲେ ରାହୁଲ ।

Advertisment

ଖାଲି ସେତିକି ନୁହେଁ ଭାରତର ସ୍ୱର ଶୁଣିବାକୁ ହେଲେ ଆମକୁ ଅହଙ୍କାର ଛାଡ଼ିବାକୁ ପଡ଼ିବ। ଲଙ୍କାକୁ ହନୁମାନ ନୁହେଁ ବରଂ ରାବଣର ଅହଙ୍କାର ଜଳାଇଥିଲା ଓ ରାବଣକୁ ହିଁ ତା ଅହଙ୍କାର ଶେଷରେ ମାରିଥିଲା ବୋଲି ଏନଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏମିତି କହି ନିଶାନା କରିଥିଲେ ରାହୁଲ । ତାସହ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ଅନୁଭୂତି ବି ଲୋକସଭାରେ ବଖାଣିଥିଲେ।

ଏଣେ ଲୋସଭାରେ ରାହୁଲଙ୍କ ମନ୍ତବ୍ୟକୁ ଶାସକ ସଭ୍ୟ ପ୍ରବଳ ବିରୋଧ କରିଥିଲେ। ୬୦ ବର୍ଷ ଧରି ଉତ୍ତରପୂର୍ବ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିଲା । ଆଜିର ସ୍ଥିତି ପାଇଁ କଂଗ୍ରେସ ହିଁ ଦାୟୀ । ତେଣୁ ରାହୁଲ ଗାନ୍ଧି ଓ କଂଗ୍ରେସ ଆଗ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

Advertisment

ଗୋଟେପଟେ ରାହୁଲଙ୍କ ବକ୍ତବ୍ୟ, ଅନ୍ୟପଟେ କଡ଼ା ଭାଷାରେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ରାହୁଲଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସ୍ମୃତି ଈରାନୀ । ନିଜ ଅଭିଭାଷଣରେ ରାହୁଲ ଗାନ୍ଧିଙ୍କୁ ଶବ୍ଦରେ ଶବ୍ଦରେ ଧୂମ୍ ଧୂଲେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କହିଥିଲେ- ମଣିପୁର ଆଦୌ ଖଣ୍ଡିତ ହୋଇନି ବରଂ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଓ ରହିଥିବ। ‘କଂଗ୍ରେସ ଚାହୁଁଛି, କାଶ୍ମୀରରେ ପୁନଃ ୩୭୦ ଲାଗୁ କରାଯାଉ। ହେଲେ କୌଣସି ପରିସ୍ଥିତିରେ ଆଉ ୩୭୦ ଧାରା ଲାଗୁ କରାଯିବନି।

ଅନସ୍ଥା ଆଲୋଚନାର ଆସନ୍ତାକାଲି ତୃତୀୟ ଦିନ। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିବେ, ଯାହାକୁ ଅପେକ୍ଷା କରିଛନ୍ତି ସାରା ଦେଶ।

Advertisment

Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ