Advertisment

ଝଲସିବ ଏକାମ୍ର କ୍ଷେତ୍ର, କାଲିଠୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

undefined

Lingaraj Temple

Advertisment

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମ୍ପନ୍ନ ହେଲା ଏକାମ୍ର ପ୍ରକଳ୍ପର ୩ ଦିନିଆ ଭୂମିପୂଜନ କାର୍ଯ୍ୟକ୍ରମ । ଆଜି ଶେଷ ଦିନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲିଠାରୁ ଏକାମ୍ର ପ୍ରକଳ୍ପ କାମ ଆରମ୍ଭ ହେବାକୁ ଥିବା ବେଳେ, ଏହାକୁ ନିର୍ବାଚନୀ ଭେଳିକି ବୋଲି କଟାକ୍ଷ କରିଛି ବିଜେପି । ଯାହାର ଜବାବ ରଖିଛି ବିଜେଡି ।

Advertisment

ହୋମଯଜ୍ଞ, ମନ୍ତ୍ରପାଠ, ଭଜନ ସଂକୀର୍ତ୍ତନ । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୋମଯଜ୍ଞ ମଣ୍ଡପକୁ ଯାଇ ପ୍ରଣିପାତ କରିବା ସହିତ, ପୂର୍ଣ୍ଣାହୂତି ପରେ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ । ଆସନ୍ତାକାଲି ଠାରୁ ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଥିବାବେଳେ, ୨ଟି ପର୍ଯ୍ୟାୟରେ ୧୮ ମାସରୁ ୩ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ । ୨୩ ଏକର ଜମିରେ ପ୍ରକଳ୍ପ ପାଇଁ ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ତେବେ ଭୂମିପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ସାଧୁସନ୍ଥମାନେ ଦାବି ରଖିଛନ୍ତି ଯେ, ଖଣ୍ଡଗିରି କୁମ୍ଭମେଳା ସ୍ଥଳର ମଧ୍ୟ ଏହି ଭଳି ଉନ୍ନତୀକରଣ କରାଯାଉ। ଏଥିସହ ଲିଙ୍ଗରାଜ ମନ୍ଦିର ସେବାୟତମାନଙ୍କ ଦାବି ରହିଛି, ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ମଧ୍ୟ ସତ୍ତ୍ୱଲିପି ପ୍ରକାଶ କରାଯାଇ, ଜଣେ ଆଇଏଏସ୍ ଅଫିସରଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଉ ।

Advertisment

ସେପଟେ ଏକାମ୍ର ପ୍ରକଳ୍ପକୁ ନେଇ ରାଜନୀତି ବି ତେଜିଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ନିର୍ବାଚନ ପାଖେଇ ଆସୁଥିବାରୁ ଭେଳିକି କରି ଲୋକଙ୍କୁ ଭୂଆଁ ବୁଲାଯାଉଛି ବୋଲି କଟାକ୍ଷ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଅଭିଯୋଗ କରିଛନ୍ତି ଯେ, ସୌନ୍ଦର୍ଯ୍ୟକରଣ ନାଁରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି । ଏକାମ୍ରକ୍ଷେତ୍ରର ମାଟିତଳେ ଲୁଚି ରହିଥିବା କୀର୍ତ୍ତିରାଜିର ଥ୍ରୀ-ଡି ଫଟୋଚିତ୍ର ଉତ୍ତୋଳନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଜିପିଆର୍ ସର୍ଭେ ହୋଇଥିଲା ।

ହେଲେ ସେହି ରିପୋର୍ଟ ସରକାରଙ୍କ ପାଖରେ ଥାଇ ବି କାର୍ଯ୍ୟକାରୀ କରାଯାଉନାହିଁ । ବରଂ କିର୍ତ୍ତୀରାଜି ଉପରେ ଟାଇଲ୍ ପକାଇ ରାଜନୈତିକ ମଞ୍ଚ ମାଧ୍ୟମରେ ଉତ୍ସବ ପାଳନ କରାଯାଉଛି । ଅନ୍ୟପକ୍ଷରେ ବିଜେଡି କହିଛି, ଏହି ପ୍ରକଳ୍ପ ଲୋକଙ୍କ ଭାବାବେଗ ସହିତ ଜଡ଼ିତ । ବିଜେପି ନକାରାତ୍ମକ ରାଜନୀତିରୁ ଦୂରେଇ ରହୁ ।

Advertisment

Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ