Advertisment

ସଂସଦ ରେକର୍ଡରୁ ହଟିଲା ରାହୁଲ ଗାନ୍ଧିଙ୍କ ଶବ୍ଦ

ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।

Rahul Gandhi

Rahul Gandhi

Advertisment

ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଇଥିବା ଭାଷଣର କିଛି ଅଂଶକୁ ଲୋକସଭା ରେକର୍ଡରୁ ବାଦ୍ ଦିଆଯାଇଛି। ମଣିପୁର ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଦେଇଥିବା କିଛି ମନ୍ତବ୍ୟକୁ ବାଦ୍ ଦେଇଛି ଲୋକସଭା ସେକ୍ରେଟାରିଏଟ୍ । ଗତକାଲି ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।

Advertisment

କଂଗ୍ରେସ କହିଛି, ରାହୁଲଙ୍କ ଭାଷଣରେ କୌଣସି ଅସାମ୍ବିଧାନିକ ଶବ୍ଦ ନ ଥିଲା। ତେଣୁ ତାକୁ ପୁଣି ଥରେ ରେକର୍ଡରେ ସାମିଲ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଛି ଦାବି କରିଛି କଂଗ୍ରେସ। ଏହା ସହିତ ରାହୁଲ ଗାନ୍ଧି ପ୍ରାୟ ୩୭ ମିନିଟ ଭାଷଣ ଦେଇଥିବା ବେଳେ ମାତ୍ର ୧୪ ମିନିଟ ସଂସଦ ଟିଭି ତାଙ୍କୁ ସ୍କ୍ରିନରେ ରଖିଥିଲା ଓ ବାକି ସମୟ ବାଚସ୍ପତି ତଥା ଅନ୍ୟ ସଦସ୍ୟଙ୍କୁ ଦେଖାଇଥିଲା। କଣ ପାଇଁ ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ସରକାର ଏତେ ଡରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହାର ଜବାବ ରଖିଛି ବିଜେପି।

ଅନ୍ୟପଟେ ଆଜି କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

Advertisment

ସେହିଭଳି ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।

Narendra Modi Amit Shah BJP No-confidence Motion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ