ଥାଇରଏଡ୍‌ କ୍ୟାନ୍‌ସର୍‌ କ’ଣ; ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସରକୁ ରୂପାନ୍ତରିତ ହୋଇଥାଏ।

ଥାଇରଏଡ୍ କ୍ୟାନ୍ସର୍ କ’ଣ; ଏହାର ଲକ୍ଷଣ ଓ ପ୍ରତିକାର

ଥାଇରଏଡ୍‌ ଗ୍ରନ୍ଥି:

ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍‌ ହର୍ମୋନ (ଥାଇରକ୍ସିନ) ର କ୍ଷରଣ ଦ୍ୱାରା ଏହା ଶରୀରର ଶକ୍ତି ବିନିଯୋଗରେ ସମନ୍ୱୟ ରକ୍ଷା କରିଥାଏ। ଏହା ଆମ ଶରୀରର ଗଳାର ସମୁଖ ଭାଗରେ (ସ୍ୱର ପେଟିକାର ଠିକ ନିମ୍ନ ଭାଗରେ)ଏକ ପ୍ରଜାପତି ଆକାରର ଅଂଶ ଭାବରେ ଅବସ୍ଥିତ।

ଥାଇରଏଡ୍‌ କ୍ୟାନସର୍‌:

ଥାଇରଏଡ୍‌ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସର୍‌କୁ ରୂପାନ୍ତରିତ ହୋଇଥାଏ । ଥାଇରଏଡ ଗ୍ରନ୍ଥିର କେଉଁ ପ୍ରକାର କୋଷିକାରୁ ଏହି ଅର୍ବୁଦ ସୄଷ୍ଟି ହୋଇଥାଏ, ସେ ହିସାବରେ ଏହା ବିଭିନ୍ନ ପ୍ରକାରର ହୋଇପାରେ। ଯାହାମଧ୍ୟରୁ ପାପୀଲାରୀ, ଫଲୀକୁଲାର, ମେଡୁଲାରି, ଆନାପ୍ଲାଷ୍ଟିକ ଜାତୀୟ ସାଧାରଣ ଭାବେ ଦେଖା ଯାଇଥାଏ। ଏଥିମଧ୍ୟରୁ ଶତକଡା ୯୦-୯୫ ପ୍ରତିଶତ ପାପୀଲାରୀ କିମ୍ବା ଫଲୀକୁଲାର ଜାତୀୟ ହୋଇଥାଏ। ମହିଳାମାନଙ୍କ ଠାରେ ଏହା ପୁରୁଷମାନଙ୍କ ଠାରୁ ଅଧିକ ମାତ୍ରରେ ଥାଏ।

ଅଧିକ ପଢ଼ନ୍ତୁ: ଚିକିତ୍ସା ବିଜ୍ଞାନର କମାଲ୍‌ ! ଏବେ ନିଶ୍ୱାସରୁ ଚିହ୍ନଟ ହୋଇପାରିବ ମାରାତ୍ମକ କ୍ୟାନସର୍‌

ଲକ୍ଷଣ:

ଏଠାରେ ଜାଣି ରଖିବା ଉଚିତ ଯେ ଥାଇରଏଡ୍‌ ନୋଡ୍ୟୁଲ (ଗେଟା ) ମଧ୍ୟରୁ ଶତକଡା ୯୦% ଭାଗ କ୍ୟାନ୍ସର ହୋଇନଥାଏ। ତଥାପି ଉପରୋକ୍ତ ଲକ୍ଷଣ ଦେଖାଦେଲେ ବିଶେଷଜ୍ଞଙ୍କ ପାଖରେ ପରୀକ୍ଷା କରାଇବା ଉଚିତ।

ରୋଗର ନିଦାନ:

ଚିକିତ୍ସା:

ଚିକିତ୍ସା ପରବର୍ତ୍ତୀ ଫଳାଫଳ ଓ ସଫଳତା ହାର:

ଅଧିକାଂଶ ଥାଇରଏଡ୍‌ କ୍ୟାନସର୍‌ ଚିକିତ୍ସା ସଂଭବ ହେଉଥିବା ବେଳେ ସବୁଠାରୁ ଅଧିକ ମାତ୍ରାରେ ଦେଖାଯାଉଥିବା ପପିଲାରୀ ଓ ଫଲୀକୁଲାର ପ୍ରଜାତିର ଆରୋଗ୍ୟ ହାର ଶତକଡା ୯୮ ପ୍ରତିଶତରୁ ଅଧିକ। ପ୍ରାରମ୍ଭିକ ସ୍ତରରେ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ଆରୋଗ୍ୟ ହାରକୁ ବଢ଼ାଇଥାଏ।

ପ୍ରକାର ଓ ବ୍ୟକ୍ତି ଅନୁଯାୟୀ ସମ୍ପୂର୍ଣ୍ଣ ଚିକିତ୍ସା ପାଇବା ପରେ ମଧ୍ୟ ନିୟମିତ ଫଲୋଅପ୍‌ /ଚିକିତ୍ସା ପରବର୍ତ୍ତୀ ଚେକ୍‌ଅପ୍‌ରେ ରହିବା ଉଚିତ। ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଲେ, ଯେଉଁ କ୍ଷେତ୍ରରେ ରୋଗ ପୁଣି ଫେରିବାର ସମ୍ଭାବନା ନ ଥାଏ, ତାହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରେ ଓ ଚିକିତ୍ସାସାଧ୍ୟ ହୋଇଥାଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

କର୍କଟ ରୋଗ ବିଶେଷଜ୍ଞ

ସମ୍‌ ଅଲଟିମେଟ୍‌ ମେଡିକେୟାର୍‌