Advertisment

Vastu Tips: ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି; ଜାଣନ୍ତୁ ପ୍ରତିକାର

ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ କ'ଣ ଏହି ବାଧା, କିପରି କରାଯିବ ପ୍ରତିକାର ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Vastu Tips

Vastu Tips

Advertisment

ବହୁ ପ୍ରାଚୀନ କାଳରୁ ଆମ ଦେଶର ଜ୍ଞାନୀ-ଗୁଣୀ, ମୁନି-ଋଷିମାନେ ଜନକଲ୍ୟାଣ ପାଇଁ ବର୍ଷ ବର୍ଷର ଅକ୍ଲାନ୍ତ ପରିଶ୍ରମ, ତପସ୍ୟା କରି ବାସ୍ତୁବିଦ୍ୟାକୁ ପ୍ରଚଳନ କରିଲେ ଯାହା ଭବନ ନିର୍ମାଣ ପାଇଁ ଅତ୍ୟନ୍ତ ଉପଯୋଗୀ। ବାସ୍ତୁବିଦ୍ୟାକୁ ମାନି ବହୁ ପୁରାତନ କାଳରୁ ରାଜା, ମହାରାଜାମାନେ ନିଜର ନଗର ସ୍ଥାପନା, ମହଲ ସ୍ଥାପନା କରୁଥିଲେ। ଉପଯୁକ୍ତ ବାସ୍ତୁବିଦ୍ୟାର ପ୍ରୟୋଗରେ ସେମାନେ ବହୁତ ଶୁଭଫଳ ପାଉଥିଲେ।

Advertisment

ପରବର୍ତ୍ତୀ ସମୟରେ ଧିରେ ଧିରେ ଏହାର ପ୍ରଚାର ପ୍ରସାର ଫଳରେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିଲା ଏବଂ ଏହାର ବ୍ୟବହାରର ଉପଯୋଗୀତା ମଧ୍ୟ ପ୍ରମାଣିତ ହେଲା, ଫଳରେ ଏହି ବିଦ୍ୟାର ଆଦର ମଧ୍ୟ ବଢିଲା। ‘ବାସ୍ତୁ’ କେବଳ ବାସଗୃହ ନିର୍ମାଣ କଳା ନୁହେଁ, ଏହା ଆହୁରି ବ୍ୟାପକ। ଏହା ଏକ ଚମତ୍କାରୀ ବିଦ୍ୟା ଯାହାର ପ୍ରୟୋଗରେ ମନୁଷ୍ୟର ଅନେକ ଗ୍ରହଜନିତ ସମସ୍ୟାର ସମାଧାନ ମଧ୍ୟ କରିହେବ। ଯଦି ଜଣେ ବାରମ୍ବାରର ରୋଗ ଗ୍ରସ୍ତ ହେଉଛି, ଡାକ୍ତରଙ୍କ ପରାମର୍ଶରେ ମଧ୍ୟ ସମସ୍ୟାର ସମାଧାନ ମିଳିପାରୁନି କି ରୋଗର କାରଣ ମିଳୁନି ତେବେ ଏହା ଗ୍ରହଜନିତ ସମସ୍ୟା ବୋଲି ଜାଣିବା ଏଣୁ ସେହି ଗୃହରେ ବାସ୍ତୁର ସଠିକ୍ ପ୍ରୟୋଗ ଦ୍ୱାରା ରୋଗଜନିତ ସମସ୍ୟାର ସମାଧାନ ମଧ୍ୟ କରିହେବ।

ଗ୍ରହମାନଙ୍କର ସଠିକ୍ ଉପଚାର ମଧ୍ୟ ବାସ୍ତୁବିଦ୍ୟା ପ୍ରୟୋଗର ଅନ୍ତର୍ଗତ। ଯଦି ବାସ୍ତୁ ବିରୋଧୀ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ସେହି ଭବନରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତିରେ ବିଭିନ୍ନତା ଏବଂ ସମସ୍ୟା ଦେଖାଦିଏ।

Advertisment

ଏବେ ଆସନ୍ତୁ ଏହି ବାସ୍ତୁବିଦ୍ୟାର ଅନ୍ତର୍ଗତ ଏକ ମୁଖ୍ୟ ବିଷୟ ଉପରେ ନଜର ପକେଇବା ଯାହାକୁ ଦ୍ୱାରବାଧା ବୋଲି କୁହାଯାଏ। ଏହା କ’ଣ  ଏବଂ କ’ଣ ରହିଛି ଏହାର ପ୍ରଭାବ।

ଭବନର ମୁଖ୍ୟଦ୍ୱାର ସମ୍ମୁଖରେ ଯଦି କୌଣସି ବି ବାଧା ଥାଏ ତେବେ ତାହାକୁ ଆମେ  ଦ୍ୱାରବାଧା ବୋଲି କୁହାଯାଏ। ଯଦି ମୁଖ୍ୟ ଦ୍ୱାର ସାମ୍ନାରେ ବଡ ଗଛ, ଇଲେକ୍ଟ୍ରି ପୋଲ୍‌, ବଡ ଖମ୍ବ, ଇଲେକ୍ଟ୍ରି ଟ୍ରାନ୍ସଫରମର, ସିଢ଼ିର ଦ୍ୱାର ଆଦି ଥାଏ ତେବେ ଏହା ବାସ୍ତୁରେ ଦ୍ୱାରବାଧା ଦୋଷ ସୃଷ୍ଟି କରିଥାଏ।

Advertisment

ମୁଖ୍ୟଦ୍ୱାର ସାମ୍ନାରେ ଏହିପରି ଦୋଷ ରହିବା ଶୁଭ ନୁହେଁ, ଏଣୁ ଏହାର ସମାଧାନ କରିବା ନିହାତି ଜରୁରୀ। ଯଦି ଏହି ଦ୍ୱାରବାଧା ଉତ୍ପନ୍ନ କରୁଥିବା ବସ୍ତୁ ଗୃହର ଉଚ୍ଚତା ଠାରୁ ଦୁଇଗୁଣ ଦୂରରେ ଥାଏ ତେବେ ଏହାର ଦୋଷ କିଛି ରହେ ନାହିଁ।

  • ମୁଖ୍ୟଦ୍ୱାର ସାମ୍ନାରେ ବଡ ଗଛ ଥିଲେ ଏହା ସନ୍ତାନ ପ୍ରତି ବିପଦ ସୃଷ୍ଟିକରେ ଏବଂ ଗୃହରେ ପିଲାମାନେ ଅନେକ ସମସ୍ୟା ଘେରରେ ରହି ଦୁଃଖ ଦୁର୍ଦ୍ଦଶା ଭୋଗିଥାନ୍ତି।
  • ମୁଖ୍ୟଦ୍ୱାର ସାମ୍ନାରେ ଅଳିଆ, ଆବର୍ଜନା ଆଦି ରହିଲେ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।
  • ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ମଧ୍ୟ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ।

ଯଦି ଗୃହର ମୁଖ୍ୟଦ୍ୱାର ସାମ୍ନାରେ ଏହିପରି ଦ୍ୱାରବାଧା ଥାଏ ତେବେ ସମସ୍ୟା ଦୂର କରିବା ପାଇଁ ଏହାର ନିଦାନ ତୁରନ୍ତ କରିବା ଉଚିତ। ଯଦି କରି ନହୁଏ ଅର୍ଥାତ ଗଛ କାଟି ନ ହୁଏ, ମନ୍ଦିର ଆଦି ସ୍ଥାନାନ୍ତରଣ କରି ନ ନୁହେଁ ତେବେ ନିଜ ଗୃହର ପାଚେରୀକୁ ବଡ କରନ୍ତୁ ଏବଂ ମୁଖ୍ୟଦ୍ୱାର ସାମ୍ନାରେ ଅଷ୍ଟଧାତୁରେ ନିର୍ମିତ ସ୍ୱସ୍ତିକ ପ୍ରତୀକ ଲଗାନ୍ତୁ। ଏହାଛଡା ଦିଗ ଅନୁଯାୟୀ ମୁଖ୍ୟ ଦ୍ୱାର ତଳେ ଧାତୁ ଏବଂ ରତ୍ନକୁ ରଖିବା ଦ୍ୱାରା ଏହି ବାସ୍ତୁଦୋଷ ଦୂର ହୋଇଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ