Advertisment

Vastu Tips: ପୂର୍ବ ଦିଗକୁ ଉର୍ଜାରେ ଭରପୂର କରିବା ପାଇଁ ମାନନ୍ତୁ ଏହି ସବୁ ବାସ୍ତୁ ଟିପ୍ସ

ପୂର୍ବ ଦିଗ ଶକ୍ତିର ଆଧାର। ଏହି ଦିଗରେ ବାସ୍ତୁଦୋଷ ରହିଲେ ଅନେକ କ୍ଷତି ହୋଉଥାଏ। ଏହି ଦିଗକୁ ଉର୍ଜାରେ ଭରିବା ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଆସନ୍ତୁ ସେ ବିଷରେ ଜାଣିବା।

ଅଦ୍ୟତନ ହୋଇଛି
Vastu Tips to make the east direction full of energy

Vastu Tips to make the east direction full of energy

Advertisment

ଯେକୌଣସି କର୍ମ କରିବାକୁ ହେଲେ ଶରୀର ସୁସ୍ଥତା ସଦା ସର୍ବଦା ଆବଶ୍ୟକ। ଶରୀରର ସୁସ୍ଥତା, ନିରୋଗତା, ଆମ ମାନସିକ ସତେଜତା ସହ ଆର୍ଥିକ ସ୍ୱଚ୍ଛଳତା ଉପରେ ନିର୍ଭର କରିଥାଏ। ଏଣୁ ଏହି ଆର୍ଥିକ ଓ ମାନସିକ ସ୍ଥିତି ଗୃହର ବାସ୍ତୁ ଉପରେ ନିର୍ଭର କରିଥାଏ। ଗୃହର ବାସ୍ତୁ ଆମ ଅବଚେତନ ମନ ଉପରେ ପ୍ରଭାବ ପକାଇଥାଏ।

Advertisment

ତେବେ ଏହି ବାସ୍ତୁରେ କିଛି ଦୋଷତୃଟି ଥିଲେ ଏହାର ନକରାତ୍ମକ ଶକ୍ତି ଆମ ମନ ଉପରେ ପଡିଥାଏ, ଫଳରେ ଆମକୁ ନାନା ଅସୁବିଧା ଭୋଗ କରିବାକୁ ହୁଏ। ବାସ୍ତୁ ଦୋଷ ରହିଲେ ଗୃହବାସୀଙ୍କ ଆର୍ଥିକ ଓ ମାନସିକ ସ୍ଥିତି ଖରାପ ହୋଇଥାଏ।

ବାସ୍ତୁ ଦୋଷ ଥିଲେ ସବୁବେଳେ ଭଙ୍ଗାରୁଜା କରି ବାସ୍ତୁକୁ ଠିକ କରିବା ସମ୍ଭବ ହୋଇ ନ ଥାଏ। ତେଣୁ ଭାରତୀୟ ଏବଂ ପେଙ୍ଗ୍‌ସୁଇ ବାସ୍ତୁବିତ୍‌ଙ୍କ ରିସର୍ଚ୍ଚ ପରେ କେତେକ ଶୁଭ ପ୍ରତୀକ ଦ୍ୱାରା ବାସ୍ତୁତୃଟିକୁ ସୁଧାରିବାର ଉପାୟ ରହିଛି। ଏହାକୁ ଠିକ ଭାବରେ ବ୍ୟବହାର କଲେ ଶୁଭଫଳ ମିଳିବାର ଦେଖାଯାଏ। ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

Advertisment

ପୂର୍ବ ଦିଗକୁ କିପରି ଦୋଷମୁକ୍ତ କରିବା:

ଏହି ଦିଗର ପ୍ରଭାବ ପ୍ରାୟ ସମସ୍ତେ ଜାଣନ୍ତି। ଏହି ଦିଗରୁ ସୂର୍ଯ୍ୟଙ୍କର ଶୁଭ ଶକ୍ତି ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ସୂର୍ଯ୍ୟ ହେଉଛନ୍ତି ହିନ୍ଦୁ ଶାସ୍ତ୍ରର ପଞ୍ଚ ଦେବତା ମଧ୍ୟରୁ ଜଣେ। ସୂର୍ଯ୍ୟଙ୍କ ଶକ୍ତି ବିନା ଗୃହରେ ଥିବା ବାସ୍ତୁ ଦୋଷ ନିବାରଣ ଅସମ୍ଭବ।

ଯେଉଁମାନେ ସରକାରୀ ସ୍ତରରେ କର୍ମରତ ସେମାନଙ୍କ ପାଇଁ ଗୃହ ହେଉ କି କାର୍ଯ୍ୟାଳୟ ପୂର୍ବ ଦିଗ ସବୁବେଳେ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରଖିବା ଆବଶ୍ୟକ। ପ୍ରଥମେ ଏହି ଦିଗରେ ଯଦି କିଛି ଅଳିଆ-ଆବର୍ଜନା ଥାଏ ତାହାକୁ ସଫା କରନ୍ତୁ, ଯଦି କିଛି ଫାଟ ଥାଏ ତେବେ ତାହା ମରାମତି କରି ଦିଅନ୍ତୁ। ଏହି ଦିଗରୁ ଯେମିତି ଠିକ ଭାବେ ଆଲୋକ, ପବନ ଆସିବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

Advertisment

ଏହାପରେ ଆପଣ କେତେକ ପ୍ରତୀକ ବ୍ୟବହାର କରିପାରିବେ।

  • ସ୍ୱସ୍ତିକ – ଏହି ସ୍ଥାନରେ ଶୁଭ ଦିନରେ ଅଷ୍ଟ ଧାତୁ ନିର୍ମିତ ସ୍ୱସ୍ତିକକୁ ବିଧି ବିଧାନରେ ସ୍ଥାପନ କଲେ ଶୁଭ ଫଳ ମିଳିଥାଏ।
  • ସୂର୍ଯ୍ୟଙ୍କ ଆକୃତି – ତମ୍ବାରେ ନିର୍ମିତ ସୂର୍ଯ୍ୟଙ୍କ ଆକୃତିକୁ ଏହି ଦିଗରେ ସ୍ଥାପନ କଲେ ସରକାରୀ ସ୍ତରରେ ଲାଭ ମିଳିଥାଏ ଏବଂ ମାନ ସମ୍ମାନ ମିଳିଥାଏ।
  • ପେଙ୍ଗଶୁଇ କଇଁଛ – ଏହା ଚୀନ ଦେଶରେ ନିର୍ମିତ ଫେଙ୍ଗ୍‌ସୁର କଇଁଛ। ଏହାକୁ ମଧ୍ୟ ବହୁଳ ଭାବରେ ବ୍ୟବହାର କରାଯାଉଛି। ଆମେ ପିତଳରେ ନିର୍ମିତ କଇଁଛ ମଧ୍ୟ ଏହି ଦିଗରେ ରଖିଲେ ଅନେକ ଶୁଭ ଫଳ ପ୍ରାପ୍ତ ହେବ।
  • ଏରୋୱାନ ମାଛ – ଏହା ଏକ ମାଛ ଯାହା ଆକ୍ୱାରିୟମରେ ରଖିପାରିବେ। ଏହାର ପ୍ରତିକ ଭାବରେ ଗୋଲ୍‌ଡେନ୍ କଲର୍‌ର ମାଛ ଯାହାର ପାଟିରେ କିଛି ମୁଦ୍ରା ଥିବ ସେହି ପ୍ରତୀକକୁ ପୂର୍ବ ଦିଗରେ ସ୍ଥାପନ କଲେ ଗୃହରେ ଶୁଭଫଳ ମିଳିଥାଏ। ଗୃହରେ ଯଦି ରୋଗ ଲାଗି ରହିଥାଏ ତେବେ ଶୁଭଫଳ ମିଳିଥାଏ।

ଏହିପରି ପୂର୍ବ ଦିଗରେ ବାସ୍ତୁ ଦୋଷକୁ ଦୂର କରିବାରେ ଏହି ପ୍ରତୀକଗୁଡିକ ସାହାଯ୍ୟ କରିଥାଏ। ଅନ୍ୟ ଦିଗ ବିଷୟରେ ଆଗକୁ ଜାଣିବା।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ