Advertisment

Vastu Tips: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳେ। ବିଭିନ୍ନ ପ୍ରକାର ବ୍ୟବସାୟ, ଦୋକାନ ପାଇଁ ଅଲଗା ଅଲଗା ବାସ୍ତୁ ସିଦ୍ଧାନ୍ତ ରହିଛି। ଆଜି ଆମେ ଜାଣିବା ଦୋକାନ ପାଇଁ ବ୍ୟବହାର ହେଉଥିବା ବାସ୍ତୁବିଦ୍ୟା ବିଷୟରେ।

ଅଦ୍ୟତନ ହୋଇଛି
Vastu Tips For Home

Vastu Tips Know what to do before select house for the shop

Advertisment

ପୁରାତନ କାଳରେ ମଣିଷ ଖରା, ବର୍ଷା ଏବଂ ହିଂସ୍ର ଜୀବଜନ୍ତୁଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ପାହାଡ଼, ପର୍ବତ, ଗୁମ୍ଫା ଆଦିରେ ରହୁଥିଲା। କାଳକ୍ରମେ ବୁଦ୍ଧିର ବିକାଶ ହେଲା ପରେ ନିଜ ପାଇଁ ବାସଗୃହର ବ୍ୟବସ୍ଥା କଲା। ଏହି ବାସଗୃହକୁ କରିବା ପାଇଁ ବାସ୍ତୁର ନିୟମମାନ ହେଲା।

Advertisment

ବସବାସ କରିବା ପାଇଁ ଯେମିତି ବାସ୍ତୁର ନିୟମ ରହିଛି ଠିକ୍ ସେମିତି ବ୍ୟବସାୟ ସ୍ଥଳରେ ମଧ୍ୟ ବାସ୍ତୁ ନିୟମର ଆବଶ୍ୟକତା ରହିଛି। ବାସ୍ତୁର ନିୟମ ଯେଉଁ ସ୍ଥାନରେ ବ୍ୟବହାର କରାଯାଏ ସେହି ସ୍ଥାନରେ ସକାରାତ୍ମକ ଶକ୍ତି ପ୍ରବାହିତ ହୋଇ ସୁଖ ସମୃଦ୍ଧି ପ୍ରଦାନ କରେ।

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ମଣିଷ ଜୀବନରେ ଯାହା କିଛି ପ୍ରାପ୍ତ କରିବାକୁ ଚାହେଁ ତାହାକୁ ମୁନିଋଷିମାନେ ଚାରି ଭାଗରେ ବିଭକ୍ତ କରିଛନ୍ତି। ତାହା ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷ। କିନ୍ତୁ ସମସ୍ତେ ଏହି ସବୁ ପାଇପାରନ୍ତି ନାହିଁ। ସେଥିପାଇଁ ଜ୍ୟେତିଷ ବିଦ୍ୟାର ସୃଷ୍ଟି ହେଲା। ଏହି ଜ୍ୟୋତିଷ ବିଦ୍ୟାର ଗୋଟିଏ ଅଙ୍ଗ ହେଲା ବାସ୍ତୁ ବିଦ୍ୟା।

Advertisment

ତେବେ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା ପାଇଁ ମଣିଷକୁ କର୍ମ କରିବାକୁ ପଡ଼ିଥାଏ। ଏହି କର୍ମ ମଧ୍ୟରୁ ବ୍ୟବସାୟ କର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ମଣିଷକୁ ନିଜର ପୁଞ୍ଜି ସହିତ ବୁଦ୍ଧି ବିବେକ ଖଟାଇ କାମ କରିବାକୁ ପଡ଼େ। ଟିକିଏ ଅସାବଧାନତା ଯୋଗୁଁ ମଣିଷ ଅନେନ କ୍ଷତିର ସମ୍ମୁଖୀନ ହୋଇଥାଏ।

ଏଣୁ ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳିପାରୁଛି। ବିଭିନ୍ନ ପ୍ରକାରର ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳିପାରୁଛି। ବିଭିନ୍ନ

Advertisment

ପ୍ରକାର ବ୍ୟବସାୟ, ଦୋକାନ ପାଇଁ ଅଲଗା ଅଲଗା ବାସ୍ତୁ ସିଦ୍ଧାନ୍ତ ରହିଛି। ଆଜି ଆମେ ଜାଣିବା ଦୋକାନ ପାଇଁ ବ୍ୟବହାର ହେଉଥିବା ବାସ୍ତୁବିଦ୍ୟା ବିଷୟରେ।

  • ଦୋକାନ ପାଇଁ କୌଣସି ନିର୍ମିତ ଘର ଠିକ କରିବା ଆଗରୁ ବିଚାର କରିବା ଦରକାର ଯେ ତାହା ବାସ୍ତୁ ନିୟମରେ ତିଆରି ହୋଇଛି କି ନାହିଁ।
  • ଯଦି ବାସ୍ତୁ ନିୟମରେ ହୋଇଥାଏ ତେବେ ଶୁଭ ଫଳ ମିଳେ ଅନ୍ୟଥା ଅଶୁଭ ଫଳ ମିଳେ।
  • ଦୋକାନ ଘରର ଐଶାନ୍ୟ କୋଣକୁ ସଦାସର୍ବଦା ପରିଷ୍କାର କରିବା ଦରକାର।
  • ଦୋକାନର ଭାରି ଜିନିଷ ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମରେ ରଖିବା ଦରକାର। ଦୋକାନର ତରାଜୁ ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲଗାଇ ଷ୍ଟାଣ୍ଡ୍‌ ମାଧ୍ୟମରେ ରଖିବା ଉଚିତ।
  • ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ କୋଣରେ ଅଧିକା ମାଲ ସବୁ ଗଚ୍ଛିତ କରି ରଖିବେ।
  • ବିଦ୍ୟୁତ ମିଟର, ସ୍ୱିଚ୍ ବୋର୍ଡ଼ ଆଦି ବିଦ୍ୟୁତ ଚାଳିତ ସରଞ୍ଜାମ ସବୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ ରଖିବେ।
  • ଜଳ ଉତ୍ସ ଇଶାନ, ପୂର୍ବ ବା ଉତ୍ତରକୁ ରଖିବେ।
  • ଦୋକାନ ଭିତରେ ଦୋହରି ଛାତ ବନାଇଲେ ଦକ୍ଷିଣ ବା ପଶ୍ଚିମ କାନ୍ଥରେ କରିବା ଭଲ।
  • ଦୋକାନ ମାଲିକ ସର୍ବଦା ଉତ୍ତର କିମ୍ବା ପୂର୍ବକୁ ମୁହଁ କରି ବସିବା ଉଚିତ।
  • ଯଦି ଉତ୍ତରକୁ ମୁଖ କରି ବସିବେ ତେବେ କ୍ୟାଶ୍ କାକ୍ସ ବାମ ପଟେ ରଖିବେ।
  • ଯଦି ପୂର୍ବକୁ ମୁଖ କରି ବସିବେ ତେବେ କ୍ୟାଶ୍ ବାକ୍ସ ଦକ୍ଷିଣ ବା ଡାହାଣ ପାଖରେ ରହିବେ।

ଦୋକାନର ଏହିସବୁ ନିୟମକୁ ମାନିଲେ ଶୁଭଫଳ ମିଳିବାର ଅନେକ ସମ୍ଭାବନା ରହିଛି।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Bichar Vastu Tips Vastu Vichar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ