Advertisment

Vastu Tips: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Vastu Tips For Store Room

Vastu tips for store room

Advertisment

ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରେ ବାସ୍ତୁଶାସ୍ତ୍ର ଅନ୍ୟତମ ଓ ଏହାର ଆଧାରରେ ଭବନ ନିର୍ମାଣ ପାଇଁ ଅତ୍ୟନ୍ତ ଜରୁରୀ। ଏହାର ପ୍ରୟୋଗରେ ମନୁଷ୍ୟ ଶାନ୍ତିରେ ଗୃହରେ ବସବାସ କରିଥାଏ। ଏହା ଫଳରେ ବ୍ରହ୍ମାଣ୍ଡୀୟ ଶକ୍ତି ଭରପୁର ମାତ୍ରାରେ ଗୃହକୁ ପ୍ରାପ୍ତ ହୁଏ ଏବଂ ଗୃହବାସୀ ହସଖୁସିରେ ଜୀବନ ଅତିବାହିତ କରିଥାନ୍ତି। ତେବେ ଗୃହ ନିର୍ମାଣରେ ଆସନ୍ତୁ ଆଜି ଜାଣିବା ଭଣ୍ଡାର ଘର ପାଇଁ କ’ଣ ବାସ୍ତୁର ନିୟମ ରହିଛି ।

Advertisment

ଭଣ୍ଡାର ଘର କହିଲେ ଯେଉଁ ଘରେ ଜିନିଷ ପତ୍ର ସାଇତି ରଖାଯାଏ। ଭଣ୍ଡାର ଘର ବିଭିନ୍ନ ଜିନିଷ ପାଇଁ ଅଲଗା ଅଲଗା କରାଯାଇପାରେ। ଯଦି ଜାଗାର ଅଭାବ ଥାଏ ତେବେ ଗୋଟେ ଭଣ୍ଡାର ବା ଷ୍ଟୋର୍‌ ଘରେ ଅନେକ ପ୍ରକାର ଜିନିଷକୁ ସାଇତି ରଖାଯାଇପାରେ। ସୁବିଧା ପାଇଁ ଅନ୍ୟୁନ ଦୁଇଟା ଭଣ୍ଡାର ଗୃହର ଆବଶ୍ୟକତା ରହିଛି।

ଗୋଟିଏରେ ବ୍ୟବହାର କରାଯାଉଥିବା ଚାଉଳ, ଡାଲି, ଆଦି ଖାଦ୍ୟ ପଦାର୍ଥ ଯାହା ଅନ୍ୟୁନ ଏକ ମାସ ଦୁଇମାସ ପର୍ଯ୍ୟନ୍ତ ମହଜୁଦ୍ ରଖାଯାଇପାରିବ। ଆଉ କିଛି ଦରକାରୀ ଜିନିଷ ରଖାଯାଇ ପାରିବ ଯାହା ସବୁବେଳେ ବ୍ୟବହୃତ ହେଉ ନଥିବ।

Advertisment

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅନ୍ୟଟିରେ ସେହିପରି ଜିନିଷ ରଖାଯାଇପାରିବ ଯାହା ପରିତ୍ୟକ୍ତ। କିନ୍ତୁ ଏହାକୁ ସଙ୍ଗେ ସଙ୍ଗେ ନ ଫୋପାଡି ମରାମତି କରିବାକୁ ରଖାଯାଇଥାଏ ଯେମିତି ଫର୍ଣ୍ଣିଚର, ବଗିଚାରେ ବ୍ୟବହାର ହେଉଥିବା ଜିନିଷ, ଲୁହା ଆଦି ସାମଗ୍ରୀ। ଏହି ସବୁ ଜିନିଷ ପାଇଁ ଅଲଗା ଷ୍ଟୋର ରୁମ୍ କରାଯିବା କଥା। ତେବେ ଏହାର ବିଶେଷ ନିୟମ ମାନ ରହିଛି।

ତେବେ ଆଜି ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାରରେ ଆସୁଥିବା ଷ୍ଟୋର୍‌ରୁମ୍‌ର ବାସ୍ତୁ ନିୟମ:

Advertisment
  • ନିତ୍ୟ ବ୍ୟବହାରରେ ଆସୁଥିବା ଖାଦ୍ୟ ଉପଯୋଗୀ ଷ୍ଟୋର୍‌ରୁମ୍ ଉତ୍ତର କିମ୍ବା ଉତ୍ତର-ପଶ୍ଚିମ (ବାୟବ୍ୟ) କୋଣରେ କରିବା ଶୁଭ।
  • ବାୟବ୍ୟରେ ଭଣ୍ଡାର ଘର କରି ଖାଦ୍ୟ ଜିନିଷ ପାଇଁ ବ୍ୟବହାର କଲେ ଅନ୍ନର ଅଭାବ ରହିବ ନାହିଁ ।
  • ଯଦି ଭଣ୍ଡାର ଘରେ ସ୍ଲାବ୍ କିମ୍ବା ଥାକ କରିବାକୁ ଚାହୁଁଛନ୍ତି ତାହା ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ କରାଯିବା ଦରକାର।
  • ଖାଦ୍ୟ ଜିନିଷ ଯାହା ବର୍ଷେ ପାଇଁ ସଂଗ୍ରହ କରିକି ରଖାଯାଏ ଯାହା ସାଧାରଣତଃ ଗ୍ରାମୀଣ ଘରଗୁଡିକରେ ଦେଖିବାକୁ ମିଳେ ଯେମିତି ଧାନ, ବିରି ଆଦି ସାମଗ୍ରୀ ଭଣ୍ଡାର ଗୃହର ଦକ୍ଷିଣ, ପଶ୍ଚିମ ଭାଗରେ ରଖିବେ।
  • ତେଲ, ଘିଅ, ମିଠା ଜିନିଷ, ଚିନି, ଗୁଡ଼ ଆଦି ତତ୍ ସହିତ ଗ୍ୟାସ୍ ସିଲିଣ୍ଡର ଆଦି ଆଗ୍ନେୟ କୋଣରେ ହେବା ଆବଶ୍ୟକ ।
  • ଭାରି ବାକ୍ସ, ଆଲମିରା ଆଦି ପଶ୍ଚିମ ପଟ କାନ୍ଥରେ ରଖିବେ ।
  • ଉତ୍ତର- ପୂର୍ବ ଭାଗକୁ ଚେଷ୍ଟା କରିବେ ଫାଙ୍କା ରହିବା ପାଇଁ ଏବଂ ଏହି ସ୍ଥାନରେ ତମ୍ବା ପାତ୍ରରେ ନିତ୍ୟ ଜଳ ପୂର୍ଣ୍ଣ କରି ରଖିବେ ଏହା ଦ୍ୱାରା ଶୁଭଫଳ ମିଳିଥାଏ।
  • ଭଣ୍ଡାର ଗୃହର ଝରକା ଆଦି ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ କରିବେ। ଦକ୍ଷିଣରେ ଭୁଲ୍‌ରେ କରିବେ ନାହିଁ। ଯଦି ଥାଏ ତେବେ ବନ୍ଦ ରଖିବେ।
  • ଭଣ୍ଡାର ଗୃହରେ ସବୁବେଳେ ଶସ୍ୟ, ଡାଲି ଆଦି ଖାଦ୍ୟ ଜିନିଷ ମହଜୁଦ ରଖିବେ, କେବେ ବି ଖାଲି ରଖିବେ ନାହିଁ।
  • ଖାଦ୍ୟଶସ୍ୟ ଭଣ୍ଡାର ଘରର ପୂର୍ବ ପାଖ କାନ୍ଥରେ ଲକ୍ଷ୍ମୀ ନାରାୟଣଙ୍କ ଫଟୋ ଚିତ୍ର ରଖିଲେ ଶୁଭ ଫଳ ମିଳେ, ଅନ୍ନର ଅଭାବ ରହେ ନାହିଁ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ