Advertisment

Vastu Tips: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...

ଘରର ଆକୃତି ଏବଂ ଗୃହବାସୀଙ୍କ ବିଭିନ୍ନ ଆବଶ୍ୟକତାକୁ ନେଇ ଦ୍ୱାର କେତୋଟି ହେବ ତାହା ନିର୍ଣ୍ଣୟ କରାଯାଏ। ଏମିତି ବି ଘର କରାଯାଏ ଯେଉଁଠି ଗୋଟିଏ ମୁଖ୍ୟଦ୍ୱାର ରହିଥାଏ। ଏଥିରେ ତ୍ରୁଟି ହେଲେ ମିଳିଥାଏ ଏମିତି ଫଳ।

ଅଦ୍ୟତନ ହୋଇଛି
Vastu Tips For House Main Door

Vastu Tips for house main door

Advertisment

ଯଦି ବାସ୍ତୁ ବିରୋଧୀ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ସେ ଗୃହରେ କାର୍ଯ୍ୟରତ, ବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ବିଚାର ଶକ୍ତି, ଏବଂ କାର୍ଯ୍ୟକ୍ଷେତ୍ରରେ ଭିନ୍ନତା ଦେଖାଦିଏ। ଯଦି ବାସ୍ତୁ ଅନୁଯାୟୀ ନିର୍ମିତ ହୋଇଥାଏ ତେବେ କୌଣସି ବିପଦର ସମ୍ମୁଖୀନ ହେବାକୁ ପଡ଼େନାହିଁ।

Advertisment

ଯଦି ନିର୍ମାଣ କାର୍ଯ୍ୟ ସରିଯାଇଥାଏ ଏବଂ ଜଣାପଡ଼େ ଯେ ବାସ୍ତୁ ତୃଟି ରହିଛି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ସମାଧାନ କରାଇନେବା ଦରକାର। ବର୍ତ୍ତମାନ ଭଙ୍ଗାରୁଜା ନ କରିବି ବାସ୍ତୁ ସମାଧାନ କରାଯାଇପାରୁଛି ଏବଂ ଗୃହକର୍ତ୍ତା ଏବଂ ଗୃହବାସୀଙ୍କୁ ଶୁଭଫଳ ମିଳୁଛି।

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

Advertisment

ଆଜି ଆମେ ଜାଣିବା ଯେ ବାସ୍ତୁଶାସ୍ତ୍ର ମତରେ ଗୃହର ଦ୍ୱାର ସଂଖ୍ୟା କ’ଣ ପ୍ରଭାବ ପକାଇଥାଏ। ଘରର ଦ୍ୱାର ଯୁଗ୍ମ ସଂଖ୍ୟାରେ ହେବା କଥା କି ଅଯୁଗ୍ମ ସଂଖ୍ୟାରେ ହେବା କଥା। ଭବନର ଆକୃତି ଏବଂ ନିବାସୀମାନଙ୍କ ବିଭିନ୍ନ ଆବଶ୍ୟକତାକୁ ନେଇ ଦ୍ୱାର କେତୋଟି ହେବ ତାହା ନିର୍ଣ୍ଣୟ କରାଯାଏ। ଏମିତି ବି ଘର କରାଯାଏ ଯେଉଁଠି ଗୋଟିଏ ମୁଖ୍ୟଦ୍ୱାର ରହିଥାଏ। ଏମିତି ବି ଘର ଆପଣମାନେ ଦେଖିବାକୁ ପାଇବେ ଯେଉଁଠାରେ ଅନେକ ଦ୍ୱାର ଓ ଝରକା ଥାଏ।

ଜାଣି ରଖନ୍ତୁ, ଯଦି ବାସ୍ତୁ ସିଦ୍ଧାନ୍ତକୁ ମାନି ଗୃହ ନିର୍ମାଣ କରିଛନ୍ତି ତେବେ ଦ୍ୱାର ସଂଖ୍ୟା ସମ କି ବିଷମ ହେଉ ତା’ର ପ୍ରଭାବ ପଡ଼େନାହିଁ । ନିଜର ଆବଶ୍ୟକତାକୁ ନେଇ ଦ୍ୱାର କରାଯାଇପାରିବ କିନ୍ତୁ କେତେଗୁଡ଼ିଏ ବିଶେଷ ନିୟମ ମାନିଲେ ଶୁଭଫଳ ମିଳେ।

Advertisment

ଦ୍ୱାର ବିଷୟରେ ନିମ୍ନରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଦରକାର -

ଗୃହର ମୁଖ୍ୟଦ୍ୱାର ଅନ୍ୟାନ୍ୟ ଦ୍ୱାର ଠାରୁ ବଡ଼ ହେବା ଆବଶ୍ୟକ। କାରଣ ଘରର ମୁଖ୍ୟଦ୍ୱାର ପଟରୁ ପଜିଟିଭ୍ ଏନର୍ଜି ଘର ମଧ୍ୟକୁ ପ୍ରବେଶ କରିଥାଏ। ସେଥିପାଇଁ ବାସ୍ତୁର ନିୟମ ଅନୁସାରେ ଗୃହର ମୁଖ୍ୟଦ୍ୱାର କେଉଁସ୍ଥାନରେ ହେବା କଥା ତା’ର ନିୟମ ଅଛି। ସେହି ନିୟମ ହିସାବରେ ଦ୍ୱାର କରାଯିବା କଥା।

ଅନେକଙ୍କ ମନରେ ଥାଏ ଆମର ତ ପଶ୍ଚିମରେ ମୁଖ୍ୟଦ୍ୱାର ଅଛି, ଦକ୍ଷିଣରେ ମୁଖ୍ୟଦ୍ୱାର ଅଛି ଏଣୁ ଆମ ପାଇଁ ଏହା ଖରାପ। କିନ୍ତୁ ଏହା ଠିକ୍ ନୁହେଁ। ଘର ପୂର୍ବ ମୁଖା ହୋଇ ଦ୍ୱାର ଯଦି ଭୁଲ ସ୍ଥାନରେ ନିର୍ମାଣ କରାଯାଇଥାଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।

ସେହିପରି ଉତ୍ତର ଦିଗରେ ମୁଖ୍ୟଦ୍ୱାର ଭୁଲ ଜାଗାରେ ଥିଲେ, ଧନ ଆଗମନର ସୁଗମତା ପରିବର୍ତ୍ତେ ନାନା ଅଶାନ୍ତି ଘରେ ଦେଖାଦେଇଥାଏ। ଆଉ ଯଦି ପଶ୍ଚିମ ଓ ଦକ୍ଷିଣ ମୁଖ୍ୟ ଗୃହରେ ବାସ୍ତୁ ନିୟମ ମାନି ଗୃହ ନିର୍ମାଣ କରାଯାଇଥାଏ ଏବଂ ଉଚିତ ସ୍ଥାନରେ ମୁଖ୍ୟଦ୍ୱାର ନିର୍ମାଣ କରାଯାଇଥାଏ ତେବେ ସେ ଗୃହରେ ରହୁଥିବା ଗୃହବାସୀ ସର୍ବଦା ସୁଖଶାନ୍ତି ପାଇଥାନ୍ତି।

ସେଥିପାଇଁ ଭୂମିପୂଜା ଏବଂ ଗୃହ ପ୍ରତିଷ୍ଠା ପୂଜା ପରି ମୁଖ୍ୟଦ୍ୱାର ସ୍ଥାପନାରେ ମଧ୍ୟ ପୂଜା ପାଠ କରାଯାଇ ଦ୍ୱାର ସ୍ଥାପନା କରାଯାଇଥାଏ। ଏହା ବହୁତ ଲୋକ ଜାଣନ୍ତି ନାହିଁ, ଯାହାଦ୍ୱାରା ଅନେକ ଅଶୁଭ ଫଳ ଭୋଗନ୍ତି। ଘରେ ଦୁଇଟି ଦ୍ୱାର ନିର୍ମାଣ କରିବାକୁ ହେଲେ ମୁଖ୍ୟଦ୍ୱାର ଅନ୍ୟ ଦ୍ୱାର ଠାରୁ ବଡ଼ କରିବେ। ଏବଂ ଏହା କାଠରେ ନିର୍ମିତ ହେବା ଦରକାର।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ