Advertisment

ନିଜ ଘରକୁ ଲାଗି ନୂଆ ଜାଗାଟିଏ ମିଳୁଛି କି? ଧ୍ୟାନ ଦିଅନ୍ତୁ…

ଆଜିକାଲି ଜାଗାବାଡିର ମୂଲ୍ୟ ଯାହା ହେଲାଣି ସବୁ ସ୍ଥାନରେ ଜାଗା କିଣିବା ସମ୍ଭବ ହେଉନି। ଯଦି ସୁବିଧାରେ କେଉଁଠି ମିଳୁଛି ତେବେ ବାସ୍ତୁର ସବୁ ନିୟମ ମଧ୍ୟ ମାନି ହେଉନି। ଯଦି ଘର ପାଖକୁ ଲାଗି ଜାଗା ମିଳୁଛି ଆଉ ଆପଣ କିଣିବାକୁ ଚାହୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ, ନହେଲେ ଆସିପାରେ ବିପଦ।

Vastu tips for buying plot adjacent to home

Vastu tips for buying plot adjacent to home

Advertisment

ବହୁ ପ୍ରାଚୀନ କାଳରେ ମଣିଷମାନେ ବଣ ଜଙ୍ଗଲରେ ରହୁଥିଲେ। ଜଙ୍ଗଲରୁ ଫଳମୂଳ ଖାଇ ବଂଚୁଥିଲେ। ପିନ୍ଧିବା ପାଇଁ ଗଛର ବକଳ ପତ୍ର ସବୁ ବ୍ୟବହାର କରୁଥିଲେ। ରହିବା ପାଇଁ ଗୁମ୍ଫା ବ୍ୟବହାର କରୁଥିଲେ। କ୍ରମଶଃ ମନୁଷ୍ୟର ବିକାଶ ହେବା ଫଳରେ ନିଜର ବ୍ୟବହୃତ ଜିନିଷରେ ପରିବର୍ତ୍ତନ ଆଣିଲା। ଯେମିତି ଗଛର ଫଳମୂଳକୁ ରାନ୍ଧିକି ସୁସାଦୁ ଖାଦ୍ୟ ପ୍ରସ୍ତୁତ କଲା। ପିନ୍ଧିବା ପାଇଁ ବସ୍ତ୍ର ତିଆରି କଲା ଏବଂ ରହିବା ପାଇଁ ଗୃହ ନିର୍ମାଣ କଲା।

Advertisment

ଏହି ରହିବା ଘର ତିଆରି ପାଇଁ ବାସ୍ତୁଶାସ୍ତ୍ରର ରଚନା କରାଗଲା ଏବଂ ଏଥିରେ ଗୃହ ନଗର ମନ୍ଦିର ଆଦି ନିର୍ମାଣର ନିୟମମାନ ଉଲ୍ଲେଖ କରାଗଲା, ଯାହାକୁ ମାନି ଗୃହ ନିର୍ମାଣ କରିବା ଦ୍ୱାରା ଅନେକ ଶୁଭଫଳ ମନୁଷ୍ୟକୁ ମିଳିଲା। ଧିରେ ଧିରେ ଏହି ବାସ୍ତୁଶାସ୍ତ୍ର ଘରେ ଘରେ ପରିଚିତ ଏବଂ ଆଦୃତ ହେବାକୁ ଲାଗିଲା।

ସମୟ କ୍ରମେ ସ୍ଥାନ କାଳ ପାତ୍ରକୁ ନେଇ ଅନେକ ବାସ୍ତୁନିୟମରେ ପରିବର୍ତ୍ତନ ବି ହେଲା। ବର୍ତ୍ତମାନ ସମୟରେ ଜନସଂଖ୍ୟା ବହୁତ ବଢିଗଲାଣି ଏବଂ ଗୃହ ନିର୍ମାଣ ପାଇଁ ଯେଉଁଠି ଜାଗାଟିଏ ମିଳୁଛି ତାହାର ମୂଲ୍ୟ ମଧ୍ୟ ଆକାଶ ଛୁଆଁ। ଏହି କାରଣରୁ ବର୍ତ୍ତମାନ ସମୟରେ ଜାଗା କିଣିବା ପାଇଁ ସମସ୍ତ ବାସ୍ତୁ ନିୟମକୁ ମାନି ହେଉ ନାହିଁ।

Advertisment

ଯଦି ନିଜର ଘର ପାଖକୁ ଲାଗି ଜାଗାଟିଏ ମିଳୁଛି ତେବେ ଲୋକମାନେ ସଙ୍ଗେ ସଙ୍ଗେ ତାକୁ କିଣିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। କିନ୍ତୁ ବହୁ ସମୟରେ ଏହି ଜାଗାଟି କିଣି ବହୁ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ତେଣୁ ନିଜ ଜାଗାକୁ ଲାଗି ଜାଗାଟିଏ କିଣିବାର କେଉଁ ସବୁ ନିୟମ ବାସ୍ତୁଶାସ୍ତ୍ରରେ ରହିଛି ତାହା ଜାଣିବା ଜରୁରୀ। ଯଦି ନିୟମକୁ ସମ୍ପୁର୍ଣ୍ଣ ମାନି ହେଉ ନାହିଁ ତେବେ କ’ଣ କରିବା ତାହା ନିମ୍ନରେ ଲଲ୍ଲେଖ କରାଗଲା।

  • ନିଜ ଜମିକୁ ଲାଗି ପୂର୍ବପଟକୁ ଭୂମି କ୍ରୟକଲେ ଗୃହକର୍ତ୍ତା ଏବଂ ଗୃହବାସିମାନଙ୍କର ମାନସମ୍ମାନରେ ବୃଦ୍ଧି ହେଇଥାଏ।
  • ଉତ୍ତର ପଟକୁ ଲାଗି ଭୂମି କ୍ରୟକଲେ ଆର୍ଥିକ ସ୍ୱଚ୍ଛଳତା ଆସିଥାଏ, ବ୍ୟବସାୟ ବାଣିଜ୍ୟରେ ଉନ୍ନତି ମଧ୍ୟ ହୋଇଥାଏ।
  • ଐଶାନ୍ୟ ବା ଉତ୍ତର-ପୂର୍ବ କୋଣକୁ ଲାଗି ଭୂମି କ୍ରୟକଲେ ଅନେକ ଶୁଭଫଳ ମିଳିଥାଏ।
  • ଦକ୍ଷିଣ ଦିଗକୁ ଲାଗି ଭୂମି କ୍ରୟକଲେ ଅପମୃତ୍ୟୁ ଭଳି ଅଶୁଭ ଫଳ ମିଳିଥାଏ।
  • ପଶ୍ଚିମ ଦିଗକୁ ଲାଗି ଭୂମି କ୍ରୟ କଲେ ଏହି ଭୂମି ଦରିଦ୍ରତା ଆଣେ।
  • ଦକ୍ଷିଣ-ପଶ୍ଚିମ କୋଣ ବା ନୈରୁତ କୋଣକୁ ଲାଗି ଭୂମି କ୍ରୟକଲେ ଏହିପରି ଗୃହରେ ଚୋରି ଭୟ ଏବଂ ଅର୍ଥ ହାନି ଘଟିଥାଏ।
  • ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣକୁ ଲାଗି ଭୂମି କ୍ରୟକଲେ ଅଚାନକ ବାଧାବିଘ୍ନ ଆସିଥାଏ।
  • ଉତ୍ତର-ପଶ୍ଚିମ ବା ବାୟବ୍ୟ କୋଣକୁ ଲାଗି ଭୂମି କ୍ରୟକଲେ ସନ୍ତାନ ପକ୍ଷରୁ କଷ୍ଟ ମିଳିଥାଏ।
  • ଯଦି କୌଣସି କାରଣରୁ ନିଜ ଭୂମିର ପଶ୍ଚିମ, ଦକ୍ଷିଣ, ବାୟବ୍ୟ ଓ ନୈରୁତକୁ ଲାଗି ଭୂମି କିଣିବାକୁ ବାଧ୍ୟ ହେଉଛନ୍ତି ତେବେ ବାସ୍ତୁବିତଙ୍କ ପରାମର୍ଶକ୍ରମେ ଉଚିତ ପ୍ରତିକାର କରି କିଣନ୍ତୁ।
Advertisment

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips Vastu For New Plot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ