Advertisment

ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଘରଟିଏ ହେଲେ ସେଥିରେ ଦର୍ପଣ ବ୍ୟବହାର ଏକ ଆବଶ୍ୟକୀୟ ସାମଗ୍ରୀ। ଏହି ଦର୍ପଣ ବ୍ୟବହାର ନେଇ ମଧ୍ୟ ରହିଛି ଅନେକ ବାସ୍ତୁ ନିୟମ। ଏହାର ଭୁଲ ବ୍ୟବହାର ଘରେ ଆର୍ଥିକ କ୍ଷତି ପକାଇଥାଏ। ଏହାର ସଠିକ ବ୍ୟବହାର ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Vastu rules for mirror in house

Vastu rules for mirror in house

Advertisment

ବାସ୍ତୁଶାସ୍ତ୍ରରେ ଗୃହନିର୍ମାଣର ସମସ୍ତ ନିୟମ ରହିଛି। ଯେମିତି ଭୂମି ଚୟନ ଠାରୁ ନେଇ ଗୃହନିର୍ମାଣ ପର୍ଯ୍ୟନ୍ତ। ନିର୍ମାଣର ନିୟମ ସହିତ ଘରେ ବ୍ୟବହୃତ ବିଭିନ୍ନ ବସ୍ତୁର ବ୍ୟବହାରର ସ୍ଥାନ ଚୟନ ମଧ୍ୟ ବାସ୍ତୁଶାସ୍ତ୍ର ନିୟମର ରହିଛି। ଏହି ବସ୍ତୁଗୁଡିକ ମଧ୍ୟରୁ ଦର୍ପଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଭୁଲ୍‌ ପ୍ଳେସ୍‌ମେଣ୍ଟରୁ ମଧ୍ୟ ଅନେକ ନକରାମତ୍କ ଶକ୍ତି ବା ନେଗେଟିଭ୍ ଏନର୍ଜି କ୍ରିଏଟ୍ ହୋଇଥାଏ। ଏହି ନେଗେଟିଭ୍‌ ଏନର୍ଜି ସମଗ୍ର ଗୃହବାସଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁବିତମାନେ ଦର୍ପଣର ବ୍ୟବହାର କରି ବାସ୍ତୁ ସମସ୍ୟାର ସମାଧାନ ମଧ୍ୟ କରିଥାନ୍ତି।

Advertisment

ଦର୍ପଣର ଭୁଲ ବ୍ୟବହାର ଯୋଗୁଁ ବହୁତଗୁଡିଏ ସମସ୍ୟା ଉପୁଜିଥାଏ। ଯେମିତି ଆର୍ଥିକ କ୍ଷତି, ଶାରିରୀକ ଅସୁସ୍ଥତା, ପରିବାରରେ ଅଶାନ୍ତି ଏହାର କାରଣ। ଏହି ଦର୍ପଣର ଗୋଟେ ପ୍ରକୃତି ହେଉଛି ରିଫ୍ଳେକ୍ଟ କରିବା, ମାନେ ଏହାର ସାମ୍ନାରେ ଆସୁଥିବା ଏନର୍ଜିକୁ ରିଫ୍ଳେକ୍ଟ କରିଦିଏ। ଏହା ଏନର୍ଜି ସକାରାତ୍ମକ ହେଉ ବା ନକାରାତ୍ମକ।

ଏହି ଦର୍ପଣ ଆମେ ବିଭିନ୍ନ ଜାଗାରେ ବ୍ୟବହାର କରିଥାଉ। ଯେମିତିକି ଓ୍ୱାସ୍ ବେସିନ୍ ଉପରେ, ଡ୍ରେସିଂ ଟେବୁଲରେ, ଗାଧୁଆ ଘର ଇତ୍ୟାଦି ସ୍ଥାନରେ କରିଥାଉ। ଏହି ଦର୍ପଣର ବ୍ୟବହାର କରିବା ୧୧ ନିୟମଗୁଡିକ ନିମ୍ନରେ ଦିଆଗଲା। ଏହାକୁ ମାନିଲେ ନିଶ୍ଚୟ ଶୁଭଫଳ ମିଳିବ।

Advertisment
  • ଦର୍ପଣ ସର୍ବଦା ବର୍ଗାକର କିମ୍ବା ଆୟତକାର ହେବା ଭଲ। ବର୍ଗାକର ଏବଂ ଆୟତକାର ଦର୍ପଣ ପଜିଟିଭ୍‌ ଏନର୍ଜି ଦେଇଥାଏ। ଦର୍ପଣ ଯଦି ଗୋଲାକୃତି ହୋଇଥାଏ ତେବେ ଏହା ବ୍ୟବହାର ନ କରିବା ଭଲ।
  • ଘରର ମୁଖ୍ୟ ଦ୍ୱାରକୁ ସାମ୍ନାକରି ଦର୍ପଣ ରଖନ୍ତୁ ନାହିଁ କାରଣ ଏହାଦ୍ୱାରା ଘରକୁ ଆସୁଥିବା ଶୁଭ ବା ପଜିଟିଭ୍ ଏନର୍ଜି ଘରକୁ ପ୍ରବେଶ କରିପାରେ ନାହିଁ।
  • ଦର୍ପଣ ବେଡରୁମ୍‌ରେ ରଖିଲେ ଏହା ଉପରେ ଯେମିତି ବେଡ୍‌ର ପ୍ରତିବିମ୍ଭ ନ ପଡୁଥିବ ସେଥିପ୍ରତି ଧ୍ୟାନ ଦେବେ। ବେଡ୍‌ର ପ୍ରତିବିମ୍ବ ପଡିଲେ ଏଥିରେ ଶୋଇଥିବା ବ୍ୟକ୍ତିଙ୍କର ପ୍ରତିବିମ୍ବ ମଧ୍ୟ ଆସିଥାଏ। ଏହା ରୋଗ ସୃଷ୍ଟି କରିଥାଏ।
  • ଦର୍ପଣ ସର୍ବଦା ଉତ୍ତର କାନ୍ଥ କିମ୍ବା ପୂର୍ବ ପଟ କାନ୍ଥରେ ଲଗାନ୍ତୁ। ଏହା ଦ୍ୱାରା ଘରେ ନେଗେଟିଭ୍ ଏନର୍ଜି କମିଥାଏ ଏବଂ ପଜିଟିଭ ଏନର୍ଜି ବୃଦ୍ଧି ହୋଇଥାଏ।
  • ଦର୍ପଣ ପଶ୍ଚିମ କିମ୍ବା ଦକ୍ଷିଣ ପଟ କାନ୍ଥରେ ଲଗାଇଲେ ଘରେ ନେଗେଟିଭ୍‌ ଏନର୍ଜି ବଢିଯାଏ। କାରଣ ଦକ୍ଷିଣ ପଟରେ ଥିବା ଦର୍ପଣ ଉତ୍ତରକୁ ମୁହଁ କରିବା ଦ୍ୱାରା ଉତ୍ତର ପଟର ଶୁଭଶକ୍ତି ଘରକୁ ଆସି ପାରେ ନାହିଁ ଏବଂ ପଶ୍ଚିମ ପଟର ଦର୍ପଣ ପୂର୍ବ ପଟରୁ ଆସୁଥିବା ପଜିଟିଭ ଏନର୍ଜିକୁ ରିଫ୍ଳେକ୍ଟ କରିଦିଏ।
  • ଦର୍ପଣ ଭାଙ୍ଗିଲେ କି ଖରାପ ହେଲେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ।
  • ଠିକ ପ୍ରତିବିମ୍ବ ଆସୁଥିବା ଦର୍ପଣ ହିଁ ବ୍ୟବହାର କରନ୍ତୁ।
  • କ୍ୱାସ୍‌ ବକ୍ସ ଆଗରେ ଦର୍ପଣ ଲଗାଇଲେ ଆର୍ଥିକ ଉନ୍ନତି ଆସେ।
  • ପୂର୍ବ ପଟରେ ଦର୍ପଣ ଲଗାଇଲେ ମାନ ସମ୍ମାନର ବୃଦ୍ଧି ହୁଏ।
  • ଉତ୍ତର ପଟରେ ଦର୍ପଣ ଲଗାଇଲେ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।
  • ଦକ୍ଷିଣ ଦିଗରେ ଦର୍ପଣ ଲଗାଇଲେ ଘୋର ଆର୍ଥିକ କ୍ଷତି ହୋଇଥାଏ।

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips Vastu For Mirror
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ