Advertisment

Health Tips: ପରୀକ୍ଷା ସମୟରେ ପିଲାମାନଙ୍କ ପାଇଁ ଉପଯୋଗୀ ଖାଦ୍ୟ

ପରୀକ୍ଷା ସମୟ ପାଖେଇ ଆସିଲେ ସବୁ ପିଲାଙ୍କର ପାଠପଢା ସମୟ ନିଶ୍ଚୟ କିଛି ମାତ୍ରାରେ ବଢିଯାଏ। ପିଲାମାନେ ଘଣ୍ଟାଘଣ୍ଟା ଧରି ନିଜ ପଢା ଟେବୁଲ୍ ପାଖରେ ବସି ରୁହନ୍ତି। ପରୀକ୍ଷା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ପିଲାଙ୍କ ସ୍ମରଣ ଶକ୍ତି ପାଇଁ ଉତ୍ତମ ଅଟେ। ଆସନ୍ତୁ ଜାଣିନେବା…

ଅଦ୍ୟତନ ହୋଇଛି
Useful food for Childen during exams

Useful food for Childen during exams

Advertisment

ବର୍ଷସାରା ଯେତେ ପଢିଥିଲେ ଆଉ ପରିଶ୍ରମ କରିଥିଲେ ବି, ପରୀକ୍ଷା ସମୟ ପାଖେଇ ଆସିଲେ ସବୁ ପିଲାଙ୍କର ପାଠପଢା ସମୟ ନିଶ୍ଚୟ କିଛି ମାତ୍ରାରେ ବଢିଯାଏ। ଘରେ ବଡମାନେ ମଧ୍ୟ ଟିକେ ଅଧିକା ବ୍ୟସ୍ତ ଜଣାପଡନ୍ତି। ପିଲାମାନେ ଘଣ୍ଟାଘଣ୍ଟା ଧରି ନିଜ ପଢା ଟେବୁଲ୍ ପାଖରେ ବସି ରୁହନ୍ତି, ସେମାନଙ୍କର ଖେଳକୁଦର ସମୟ କମିଯିବା ସହ ଖାଦ୍ୟ-ପାନୀୟରେ ମଧ୍ୟ ଅନିୟମିତତା ଦେଖାଯାଏ।

Advertisment

ଖାଦ୍ୟ ହିଁ ହେଉଛି ମଣିଷ ଶରୀରର ଉର୍ଜା ବା ଶକ୍ତି ବା ଏନର୍ଜିର ଉତ୍ସ ଆଉ ସଠିକ୍ ପରିମାଣର ଏନର୍ଜି ନ ମିଳିଲେ ମସ୍ତିଷ୍କ ମଧ୍ୟ ଠିକ ଭାବରେ କାମ କରିପାରେନି ଏବଂ ପିଲାମାନଙ୍କ ପରିଶ୍ରମ ଅନୁସାରେ ଫଳ ମଧ୍ୟ ମିଳେନି। ସେଥିପାଇଁ କେବଳ ପାଠପଢା କିମ୍ବା ମେଡିଟେସନ୍ ନୁହେଁ, ପରୀକ୍ଷା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ପିଲାଙ୍କ ସ୍ମରଣ ଶକ୍ତି ପାଇଁ ଉତ୍ତମ ଅଟେ।

  • ଗହମ, ଓଟ୍ସ, ବାର୍ଲି, ମକା ପରି ତସୁ ତଥା ତନ୍ତୁ ଜାତୀୟ ଶସ୍ୟ ପରୀକ୍ଷା ପୂର୍ବରୁ ବେଶ ଭଲ। ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍, ଫାଇବର୍‌, ବିଭିନ୍ନ ଭିଟାମିନ୍ସ ଉଭୟ ରକ୍ତସଞ୍ଚାଳନ ଏବଂ ସ୍ମରଣଶକ୍ତି ପାଇଁ ଉପଯୋଗୀ। ଏହାଛଡା ଏଥିରେ ଥିବା ଜଟିଳ ଶ୍ୱେତସାର ବା କମ୍ଲେକ୍ସ କାର୍ବୋହାଇଡ୍ରେଟ୍ ହଜମ ହେବାକୁ ଅଧିକ ସମୟ ନେଉଥିବାରୁ ବାରମ୍ବାର ଭୋକ ଲାଗେନି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବସିପଢିହୁଏ। ରୁଟି, ଦଲିଆ, ହାଲୱା ଆକାରରେ ପିଲାମାନଙ୍କୁ ଦିଆଯାଇ ପାରିବ।
  • ବିଭିନ୍ନ ପ୍ରକାର ଡାଲି (ଗୋଟା ବା ଚୋପାଲଗା ମଧ୍ୟ), କାବୁଲି ସୋଲା, ସୋୟା, ରାଜ୍‌ମା ତଥା ବିନ୍ସ ମଞ୍ଜି ପରି ଲେଗ୍ୟୁମ୍ସଗୁଡିକ ପ୍ରୋଟିନ୍‌ର ସ୍ରୋତ ହୋଇଥାନ୍ତି, ଯାହା ପରୀକ୍ଷା ସମୟରେ ଶାରୀରିକ ଶକ୍ତି ତଥା ଷ୍ଟାମିନା ପାଇଁ ଆବଶ୍ୟକ। ଏଥିରେ କେବଳ ବିଭିନ୍ନ ଭିଟାମିନ୍ସ ନୁହେଁ ବର° କ୍ୟାଲ୍‌ସିୟମ ଏବଂ ଫୋଲିକ୍ ଏସିଡ୍ ମଧ୍ୟ ମିଳେ ଯାହା ସ୍ମରଣଶକ୍ତି ବର୍ଦ୍ଧକ ଅଟେ। ଖାଲି ଡାଲ୍‌ମା ନୁହେଁ, ଗଜା କିମ୍ବା ସିଝାଇ ସେଥିରେ କଞ୍ଚା ପିଆଜ, ଧନିଆପତ୍ର, ଲେମ୍ବୁ ରସ, ଚାଟ୍-ମସଲା ଦେଇ ସାଲାଡ୍ କରିଦେଲେ ପିଲାମାନେ ବେଶୀ ଆଗ୍ରହରେ ଖାଇଥାନ୍ତି।
  • ଶସ୍ୟ ଏବଂ ଡାଲିଜାତୀୟ ଖାଦ୍ୟ ଯେଉଁଠି ଶରୀରକୁ ଶକ୍ତି ଯୋଗାଇବା ପାଇଁ ଆବଶ୍ୟକ, ସେଇଠି ବିଭିନ୍ନ ସବୁଜ ପନିପରିବା ଶରୀରକୁ ବିଭିନ୍ନ ଭିଟାମିନ୍ସ ଏବଂ ମିନେରାଲ୍ସ ପରି ମାଇକ୍ରୋ-ନ୍ୟୁଟ୍ରିଏଣ୍ଟ ଯୋଗାଇବା ପାଇଁ ଦରକାର ପଡନ୍ତି। ପୋଟାସିୟମ୍, କ୍ୟାଲ୍‌ସିୟମ, ଆଇରନ୍, ଫସ୍‌ଫରସ୍, ମ୍ୟାଗ୍‌ନେସିୟମ୍ ପରି ମିନେରାଲ୍ ଶରୀରର ମା°ସପେଷୀ ତଥା ସ୍ନାୟୁଗୁଡିକ ସୂଚାରୁ ରୂପେ କାମ କରିବା ପାଇଁ ଜରୁରୀ।
Advertisment

           ଯେହେତୁ ପରୀକ୍ଷା ପୂର୍ବରୁ ପିଲାମାନଙ୍କର ଶାରୀରିକ ପରିଶ୍ରମ କମିଯାଏ ତେଣୁ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ମଧ୍ୟ ବଢିଯାଏ, ତେଣୁ               ବିଭିନ୍ନ ପନିପରିବା ଖାଇବା ଦ୍ୱାରା ସେଥିରେ ଥିବା ଫାଇବର ଏହି ସମସ୍ୟାରୁ ରକ୍ଷା କରେ। ଯଦି ପିଲାମାନେ ସନ୍ତୁଳା କିମ୍ବା ମିକ୍ସଡ୍ ଭେଜ୍‌             ଖାଇବାକୁ ଅମଙ୍ଗ ହୁଅନ୍ତି, ତେବେ ସେଥିରେ ଟିକେ ପନୀର, ଚିଜ୍ କିମ୍ବା ବଟର, ସ୍ୱିଟ୍‌କର୍ଣ୍ଣ ଦେଇ ତରକାରୀ ବନାଇ ଦେଇପାରନ୍ତି। କିମ୍ବା               ଭାଜିଦେଇ କେଚପ୍ ଓ ଚାଟ୍ ମସଲା ଦେଇ ପରଟାରେ ଗୁଡାଇ ରୋଲ୍ ପରି କରିଦେଲେ ପିଲାମାନେ ଆନନ୍ଦରେ ଖାଇଦିଅନ୍ତି।

  • ଯଦିଓ ସମସ୍ତେ ଅଣ୍ଡାକୁ କେବଳ ପ୍ରୋଟିନ୍ ବା ପୁଷ୍ଟିସାରର ଉତ୍ତମ ସ୍ରୋତ ଏବଂ ମା°ସପେଷୀ ନିର୍ମାଣ ପାଇଁ ଦରକାର ବୋଲି ଭାବନ୍ତି, କିନ୍ତୁ ବିଦ୍ୟାର୍ଥୀମାନଙ୍କ ପାଇଁ ଏଥିରେ ଅନ୍ୟାନ୍ୟ ଉପକାରୀ ଖାଦ୍ୟସାର ମଧ୍ୟ ରହିଛି। ଅଣ୍ଡାରେ ଥିବା କୋଲିନ୍ ମସ୍ତିଷ୍କକୁ ଅଧିକ ସମୟ ପର୍ଯ୍ୟନ୍ତ ଆଲର୍ଟ ବା ସଜାଗ ରଖେ, ଯଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ବସି ପଢିହୁଏ। ଏଥିରେ ଥିବା ଆମିନୋ ଏସିଡ୍ ମସ୍ତିଷ୍କ ଏବଂ ସ୍ନାୟୁ କୋଷଗୁଡିକର କାର୍ଯ୍ୟକ୍ଷମତା ତଥା ନେଟ୍‌ୱର୍କି°କୁ ଦୃଢ କରିଥାଏ, ଯାହା ସ୍ମରଣ ଶକ୍ତି ପ୍ରଖର କରେ। ଅଣ୍ଡାକୁ ଅମଲେଟ୍, ସିଝା, ପୋଚ୍, ତରକାରୀ ଯେମିତି ବି ଦେଲେ ପିଲାମାନେ ଖାଇ ଦିଅନ୍ତି।
Advertisment

           ସେହିପରି ମାଛ ମଧ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଖାଦ୍ୟ। ଏଥିରେ ଥିବା ପ୍ରୋଟିନ୍‌ର ଉପକାରୀତା ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ               ଏଥିରେ ଥିବା ଓମେଗା-୩ ଅଏଲ୍ ମସ୍ତିଷ୍କ ତଥା ସ୍ନାୟୁକୋଷର ବିକାଶରେ ସାହାଯ୍ୟ କରେ, ସ୍ମରଣ ଶକ୍ତି ବଢାଏ। ଅନ୍ୟାନ୍ୟ ପଶୁଜାତ ବ୍ୟ              ଅପେକ୍ଷା ମାଛ କମ୍ ସ୍ନେହସାର ଯୁକ୍ତ ହେବା ସହ ସହଜରେ ହଜମ ମଧ୍ୟ ହୋଇଯାଏ। ମାଛ ଭଜା, ତରକାରୀ, ପତ୍ରପୋଡ଼ା ଏସବୁ                     ଲାମାନଙ୍କୁ ଭଲ ଲାଗେ। ଯଦି ଆପଣଙ୍କ ପିଲା ଆମିଷ ଦ୍ରବ୍ୟ ଖାଇବାରେ ଆଗ୍ରହ ଦେଖାଉ ନାହିଁ, ତାକୁ ବାଧ୍ୟ ନ କରିବା ଭଲ।                          ଅନ୍ୟାନ୍ୟ ଭେଜିଟେରିଆନ୍ ଖାଦ୍ୟର ଢେର ବିକଳ୍ପ ଉପଲବ୍ଧ ଅଛି।

  • ପିଜୁଳି, ଆପଲ୍, କମଳା, ଅଙ୍ଗୁର, ନାସ୍‌ପାତି, ପାଚିଲା କଦଳୀ, ସପୁରୀ, ତରଭୁଜ, ପାଚିଲା ଅମୃତଭଣ୍ଡା ଏସବୁ ଫଳ ଶରୀରକୁ ପ୍ରାକୃତିକ ଶର୍କରା ଯୋଗାଇବା ସହ ବିଭିନ୍ନ ମିନେରାଲ୍ ଏବଂ ଭିଟାମିନ୍ ମଧ୍ୟ ଯୋଗାଇଥାନ୍ତି, ଯାହାର ଉପକାରୀତା ବିଷୟରେ କୁହାସରିଛି। ଫଳରୁ ମିଳୁଥିବା ଫାଇବର୍‌ ପାଚନକ୍ରିୟାରେ ସାହାଯ୍ୟ କରେ। ଜୁସ୍ ଅପେକ୍ଷା ସମ୍ପୂର୍ଣ୍ଣ ଫଳ ଖାଇବା ବେଶୀ ଉପକାରୀ। ପୋଦିନା ପତ୍ର ଓ ଚାଟ୍ ମସଲା ଦେଇ କିମ୍ବା ଟିକିଏ କ୍ରିମ୍ ଓ ମହୁ ପକାଇ ମିକ୍ସଡ ଫ୍ରୁଟ୍ସ ସାଲାଡ୍ ବନାଇ ଦେଲେ ପିଲାମାନେ ଆରାମରେ ଖାଇଦିଅନ୍ତି। ସ୍ୱାଦ ଅନୁସାରେ ମିଲ୍କ ସେକ୍ ବନାଇ, ମିକ୍ସଡ ଡ୍ରାଏ ବେରୀ ସହ ଦେଲେ ବି ପିଲାଙ୍କୁ ଖୁବ୍ ସ୍ୱାଦିଷ୍ଟ ଲାଗେ। ଡ୍ରାଏ ବେରୀରେ ଭଲ ମାତ୍ରାରେ ଡାଏଟାରୀ ଫାଇବର ଥାଏ।
  • ଚିନା ବାଦାମ, କଖାରୁ ମଞ୍ଜି, ଖସା ମଞ୍ଜି, ଅଳସୀ ମଞ୍ଜି, କାଜୁ, କିସ୍‌ମିସ୍, ଆଲ୍‌ମଣ୍ଡ୍‌, ୱାଲନଟ୍ସ, ପିସ୍ତା, ଖଜୁରୀ, ଅଞ୍ଜର୍ (ଶୁଖିଲା ଡିମିରି) ଯେ କେବଳ ପାଟିକୁ ସ୍ୱାଦ ଲାଗେ ତା’ ନୁହେଁ, ଏଥିରୁ ଡାଏଟାରୀ ଫାଇବର, ଭିଟାମିନ୍ସ, ମିନେରାଲ୍ସ ମସ୍ତିଷ୍କ ଏବଂ ସ୍ନାୟୁକୋଷର ବିକାଶରେ ସାହାଯ୍ୟ କରେ ତଥା କାର୍ଯ୍ୟକ୍ଷମତା ବଢାଇଥାଏ। ହାଲକା ଭାଜି ଚୋବାଇ ଖାଇବା ଶରୀର ପାଇଁ ଭଲ। ଅଥବା ସବୁକୁ ମିଶାଇ ଲଡୁ କିମ୍ବା ଚିକି ମଧ୍ୟ ବନାଇ ପିଲାମାନଙ୍କୁ ଦେଇପାରନ୍ତି। ସବୁ ନଟ୍ସ ତଥା ମଞ୍ଜିକୁ ମିଶାଇ ଗୁଣ୍ଡ କରି ରଖି, କ୍ଷୀର ସହ ଗୋଳାଇ ଦେଲେ, ଏହା ବଜାରରେ ଉପଲବ୍ଧ ଯେକୌଣସି ପାଉଡର ଅପେକ୍ଷା ଅଧିକ ଉପକାରୀ।
  • ଉପର ଲିଷ୍ଟ ସବୁ ଖାଦ୍ୟ ଛଡା ପାଣି ମଧ୍ୟ ଶରୀର ପାଇଁ ନିହାତି ଜରୁରୀ। ଖାଦ୍ୟ ହଜମ ତଥା ଅବଶୋଷଣ ପାଇଁ ପାଣି ଦରକାର। ଏହା ଶରୀରକୁ ହାଇଡ୍ରେଟେଡ୍ ରଖେ, ଥକ୍କାପଣ ଦୂରକରେ, କୋଷ୍ଠକାଠିନ୍ୟ ଦୂରକରି ମାନ୍ଦା ଲାଗିବାକୁ ଦିଏନି ତଥା ଆଲର୍ଟ ରଖେ। ସେହିପରି କ୍ଷୀର, ଦହି ମଧ୍ୟ ପିଲାଙ୍କ ଶରୀର ପାଇଁ ଉପକାରୀ।

ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ