Advertisment

Health Tips: ଝାଳ ବୋହି ଦେହ ଦୁର୍ଗନ୍ଧ ହେଉଛି କି; ମାନନ୍ତୁ ଏହି ୧୧ ନିୟମ; ମିଳିବ ମୁକ୍ତି

ଅନେକଙ୍କ ଦେହରୁ ଝାଳ ବୋହି ଦୁର୍ଗନ୍ଧ ସୃଷ୍ଟି ହୁଏ। ଏହା ଶରୀର ଗନ୍ଧ ନା ଝାଳର? ନା ଏହା ପଛରେ ଆଉ କ’ଣ କାରଣ ରହିଛି? କାହିଁକି ଦେହରୁ ଦୁର୍ଗନ୍ଧ ଆସେ? ଏଥିରୁ କିପରି ମିଳିବ ମୁକ୍ତି? ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Tips for Reducing Body Odor

if body odour from sweat Obey these 11 tips

Advertisment

ସାଧାରଣରେ ଧାରଣା ଥାଏ ଯେ ଦେହରୁ ଅଧିକ ଝାଳ ନିର୍ଗତ ହେଲେ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ ପ୍ରକୃତରେ ନା ଶରୀରର ନା ଝାଳର, ନିଜର କୌଣସି ଗନ୍ଧ ନଥାଏ। ଦେହରୁ ନିର୍ଗତ ଝାଳ ଚମଡା ଉପରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁ ସ°ସ୍ପର୍ଶରେ ଆସିଲେ ହିଁ ଦୁର୍ଗନ୍ଧ ସୃଷ୍ଟି ହୁଏ।

Advertisment

ଶରୀରରୁ କେତେ ପରିମାଣର ଝାଳ ବାହାରୁଛି ତାହା ଆଦୌ ଦୁର୍ଗନ୍ଧର ମାତ୍ରାକୁ ପ୍ରଭାବିତ କରେ ନାହିଁ। ଜଣଙ୍କର ଗମଗମ ଝାଳ ବୋହି ମଧ୍ୟ ଆଦୌ ଦୁର୍ଗନ୍ଧ ନହୋଇ ପାରେ ଏବଂ ଜଣଙ୍କର ସାମାନ୍ୟ ଝାଳରେ ମଧ୍ୟ ଖୁବ୍ ତୀବ୍ର ଓ ଅସହନୀୟ ଦୁର୍ଗନ୍ଧ ହୋଇପାରେ। ଏହା ସମ୍ପୂର୍ଣ୍ଣ ଝାଳଗ୍ରନ୍ଥି ଏବଂ ଜୀବାଣୁ ଉପରେ ନିର୍ଭର କରେ।

ଆମ ଶରୀରରେ ଦୁଇ ପ୍ରକାରର ସ୍ୱେଟ୍‌ଗ୍ଲାଣ୍ଡ୍‌ ବା ଝାଳଗ୍ରନ୍ଥି ଥାଏ: ଏକ୍ରାଇନ୍ ଗ୍ଲାଣ୍ଡ୍‌ ଏବଂ ଏପୋକ୍ରାଇନ୍ ଗ୍ଲାଣ୍ଡ୍‌। ହାତ, ପାଦ ଠାରୁ ଆରମ୍ଭ କରି ଶରୀରର ପ୍ରାୟତଃ ସବୁ ଅ°ଶରେ ଏକ୍ରାଇନ୍ ଗ୍ଲାଣ୍ଡ୍‌ ଥାଏ। ଏହା ଝାଳକୁ ସିଧାସଳଖ ଚମଡାର ଉପରି ଅ°ଶକୁ ନିର୍ଗତ କରେ। ଏହି ଝାଳ ବାଷ୍ପିଭୂତ ହେବା ଦ୍ୱାରା ଗରମ ଦ୍ୱାରା ଏବଂ ଶାରୀରିକ ପରିଶ୍ରମ ପରେ ଶରୀରର ତାପମାତ୍ରା ବଢେ ନାହିଁ ଏବଂ ଶୀତଳ ଅନୁଭବ ହୁଏ।

Advertisment

ଏପୋକ୍ରାଇନ୍ ଗ୍ଲାଣ୍ଡ୍‌ ସାଧାରଣତଃ ଖପୁରୀ, କାଖ ଏବଂ ଗ୍ରଏନ୍‌ ପରି କେଶଥିବା ଅ°ଶରେ ଥାଏ। ଏହି ଗ୍ଲାଣ୍ଡ୍‌ଗୁଡିକ କେଶ ମୂଳରେ ଥିବା ହେୟାର ଫଲିକଲ୍‌ଗୁଡିକୁ ଓପନ କରିଥାଏ। ଏଠି ଝାଳ ହଠାତ୍ ବାଷ୍ପିଭୂତ ନହୋଇ ରହିଯାଏ ଏବଂ ଜୀବାଣୁମାନଙ୍କ ସ°ସ୍ପର୍ଶରେ ଆସି ଦୁର୍ଗନ୍ଧ ସୃଷ୍ଟି ହୁଏ। ଏହି ଝାଳ ଗ୍ରନ୍ଥିଗୁଡିକ ପ୍ୟୁବର୍ଟି ପୂର୍ବରୁ ଆକ୍ଟିଭ ନଥାନ୍ତି, ସେଥିପାଇଁ ଛୋଟ ଛୁଆମାନଙ୍କ ଦେହରୁ ଦୁର୍ଗନ୍ଧ ଆସେନି।

ହାଇପର୍‌ହାଇଡ୍ରୋସିସ୍ ପରି ମେଡିକାଲ୍‌ କଣ୍ଡିସନ୍‌ରେ ହେହରୁ ଅତ୍ୟଧିକ ଝାଳ ବାହାରେ, ହାତ-ପାଦ ଓଦା ଓଦା ହୋଇଯାଏ, ଏ ପରିସ୍ଥିତିରେ ଦେହ ଦୁର୍ଗନ୍ଧ ହେବାର ଅଧିକ ସମ୍ଭାବନା ଥାଏ। ସେମିତି ଅଧିକ ଶାରୀରିକ ବ୍ୟାୟାମ, ଗ୍ରୀଷ୍ମଋତୁ, ଅତ୍ୟଧିକ ମାନସିକ ଚାପ, ମେଦବହୁଳତା ଏବଂ କିଛି ଜେନେଟିକ୍ କାରଣରୁ ମଧ୍ୟ ଅଧିକ ଝାଳ ହୋଇଥାଏ ଏବଂ ଦୁର୍ଗନ୍ଧର ସମ୍ଭାବନା ବଢିଥାଏ।

Advertisment

ମଧୁମେହ, ଗାଉଟ୍, ହାଇପର୍‌ଥାଏରୋଡିସିମ୍, ଲିଭର୍‌ ଏବଂ କିଡ୍‌ନୀର ବେମାରୀ ଏବଂ ଚର୍ମ ସ°କ୍ରମଣ ପରି କେତେକ ମେଡିକାଲ୍‌ କଣ୍ଡିସନ୍‌ରେ ଝାଳ ଦୁର୍ଗନ୍ଧ ହେବାର ଆଶଙ୍କା ବଢିଯାଏ। ସେମିତି ମେନୋପଜ୍ ସମୟରେ ହର୍‌ମୋନାଲ୍ କାରଣରୁ ମହିଳାମାନଙ୍କର ରାତିରେ ଅତ୍ୟଧିକ ଝାଳ ହୋଇଥାଏ, ଯାହା ଶରୀର ଦୁର୍ଗନ୍ଧର କାରଣ ହୋଇଥାଏ।

ରସୁଣ, ପିଆଜ, ବନ୍ଧାକୋବି, ବ୍ରୋକଲି, ଫୁଲକୋବି, ରେଡ୍ ମିଟ୍ ପରି କିଛି ସଲ୍‌ଫର ଯୁକ୍ତ ଖାଦ୍ୟ ଗ୍ରହଣ ଦ୍ୱାରା ମଧ୍ୟ ଝାଳ ଅଧିକ ଦୁର୍ଗନ୍ଧ ହେବାର ଆଶଙ୍କା ଥାଏ। ସେମିତି ଅଧିକ ମନୋସୋଡିୟମ୍ ଗ୍ଲୁଟାମେଟ୍ (ଏମ୍‌ଏସ୍‌ଜି), କ୍ୟାଫେନ୍, ହଟ୍ ସସ୍, ମସାଲାଯୁକ୍ତ ଖାଦ୍ୟ, ମଦ୍ୟପାନ ଏବଂ କିଛି ଖାଦ୍ୟ ସପ୍ଲିମେଣ୍ଟ୍‌ସ ମଧ୍ୟ ଝାଳ ଦୁର୍ଗନ୍ଧର କାରଣ ହୋଇଥାନ୍ତି।

ଅତ୍ୟଧିକ ଝାଳ ଏବଂ ଦେହ ଦୁର୍ଗନ୍ଧ ଅନେକ ସମୟରେ ଜଣେ ମଣିଷର ପାରିବାରିକ ଏବଂ ସାମାଜିକ ଜୀବନରେ ଅନେକ ସମସ୍ୟା ସୃଷ୍ଟିକରେ। ଏପରି କ୍ଷେତ୍ରରେ ଡାକ୍ତରଙ୍କ ସାହାଯ୍ୟ ନିଆଯାଇ ପାରିବ। ରକ୍ତ, ମୂତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ପରେ ଡାକ୍ତର ସଠିକ୍ କାରଣ ଜାଣି ଚିକିତ୍ସା କରି ପାରିବେ। କିଛି କ୍ଷେତ୍ରରେ ଚର୍ମରୁ ଜୀବାଣୁ କମାଇବା ପାଇଁ ଆଣ୍ଟିବାୟୋଟିକ୍ସର ବ୍ୟବହାର କଲେ ସୁଫଳ ମିଳେ।

ସେମିତିହାଇପର୍‌ହାଇଡ୍ରୋସିସ୍‌ରେ ବଟୋକ୍ସ ଇଞ୍ଜେକ୍ସନ୍ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ପଡିଥାଏ। ଲକ୍ଷଣ ଅନୁସାରେ କିଛି ହୋମିଓପ୍ୟାଥିକ ଔଷଧ ମଧ୍ୟ ଏପରି ସମସ୍ୟାରେ ସୁଫଳ ଦେଇଥାନ୍ତି। ଏସବୁ ଛଡା ଆପଣ ନିଜେ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଦେହର ଦୁର୍ଗନ୍ଧ ସମସ୍ୟାକୁ ନିୟନ୍ତ୍ରଣ କରି ପାରିବେ:

  • ନିୟମିତ ଆଣ୍ଟିବ୍ୟାକ୍ଟେରିଆଲ୍ ସାପୁନ୍‌ରେ ସ୍ନାନ କରନ୍ତୁ।
  • ଦେହକୁ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ। ଝାଳରେ ଓଦାହୋଇ ଯାଇଥିବା ପୋଷାକ ଓ ଅନ୍ତବସ୍ତ୍ର ବେଶୀ ସମୟ ପିନ୍ଧନ୍ତୁ ନାହିଁ। ପ୍ରତ୍ୟେକ ଦିନ ମୋଜା ସଫା କରନ୍ତୁ।
  • ଆର୍ମପିଟ୍ ଏବଂ ଗ୍ରଏନ୍ ସେଭି° କରିନେଲେ, ଝାଳ ଶୀଘ୍ର ବାଷ୍ପିଭୂତ ହୋଇଯାଏ, ଜୀବାଣୁ ସ°କ୍ରମଣରୁ ରକ୍ଷା ମିଳି ଝାଳ ଦୁର୍ଗନ୍ଧ ହୁଏ ନାହିଁ। ଆର୍ମପିଟ୍, ଗ୍ରଏନ୍ ଏବଂ ଯୋତାରେ ଟ୍ୟାଲ୍‌କମ୍ ପାଓଡର ବ୍ୟବହାର କରିପାରନ୍ତି। କିନ୍ତୁ ଏହାପରେ ନିୟମିତ ସଫା କରିବା ମଧ୍ୟ ଆବଶ୍ୟକ।
  • ଦେହର ଦୁର୍ଗନ୍ଧ ଦୂର କରିବା ପାଇଁ ଗ୍ରୀଷ୍ମଋତୁରେ କୌଣସି ସୁଗନ୍ଧିତ ତୈଳ ଲେପନ କରନ୍ତୁ ନାହିଁ। ଏହା ଚମଡା ଉପରେ ଏକ ଆସ୍ତରଣ ବନାଇ ଦେବ ଏବଂ ଝାଳକୁ ବାଷ୍ପିଭୂତ ହେବାକୁ ଦେବନି। ଏହାଦ୍ୱାରା ଜୀବାଣୁ ସ°କ୍ରମଣ ଏବଂ ଦୁର୍ଗନ୍ଧର ଆଶଙ୍କା ବଢିଯାଏ।
  • ଢିଲା, ସୂତା ବା କଟନ୍ ପୋଷାକ ପିନ୍ଧନ୍ତୁ, ଏହା ଚମଡାରୁ ଝାଳ ବାଷ୍ପିଭୂତ ହେବାରେ ସାହାଯ୍ୟ କରେ, ଦେହ ଶୀତଳ ରଖେ। ପୋଷାକ ଧୋଇବା ସମୟରେ ଫ୍ୟାବ୍ରିକ୍‌ କଣ୍ଡିସନର୍‌ ବ୍ୟବହାର କରନ୍ତୁ ନାହିଁ, ଏହା କପଡାର ଛିଦ୍ର ଗୁଡିକରେ ଜମିଯାଇ ଭେଣ୍ଟିଲେସନ୍‌ ହେବାକୁ ଦିଏନି। ପୋଷାକ ଇସ୍ତ୍ରୀ କରିବା ସମୟରେ ଗୋଲାପଜଳ ସ୍ପ୍ରେ କରିପାରନ୍ତି।
  • ଆଣ୍ଟି-ପ୍ରସ୍ପିରାଣ୍ଟ ଲେବଲ୍ଡ ଥିବା ଡିଓ ବ୍ୟବହାର କରନ୍ତୁ।
  • ନିଜ ଗାଧେଇବା ପାଣିରେ ଅଳ୍ପ ଆପଲ୍ ସିଡାର ଭିନେଗାର୍ କିମ୍ବା ଲେମ୍ବୁ ରସ ମିଶାଇଲେ ଦୁର୍ଗନ୍ଧକୁ ରୋକି ହୁଏ।
  • ଚନ୍ଦନ ପାଓଡର, କଞ୍ଚା ହଳଦୀ ଏବଂ ମୁଲତାନି ମାଟି ମିଶାଇ ପ୍ୟାକ୍ ବନାଇ ଗାଧେଇବା ପୂର୍ବରୁ ଦେହରେ ଲେପ ଦେଲେ ଦୁର୍ଗନ୍ଧକୁ ନିୟନ୍ତ୍ରଣ କରି ହୁଏ।
  • ଲିମ୍ବପତ୍ର, କଞ୍ଚା ହଳଦୀ ପାଣିରେ ସିଝାଇ ଛାଣି ନିଅନ୍ତୁ। ଏହି ପାଣିକୁ ନିଜ ଗାଧେଇବା ପାଣିରେ ମିଶାଇ ସ୍ନାନ କଲେ ଝାଳ ଦୁର୍ଗନ୍ଧରୁ ମୁକ୍ତି ମିଳେ।
  • ଆଜାଦିରେକ୍ଟା ଇଣ୍ଡିକା Q ଏବଂ ସାଇଟ୍ରସ ଲେମୋନମ୍ Q ୧୦ ଠୋପା ନିଜ ଗାଧେଇବା ପାଣିରେ ମିଶାଇ ସ୍ନାନ କଲେ ଝାଳ ଦୁର୍ଗନ୍ଧ କମିଥାଏ। (ହୋମିଓପ୍ୟାଥିକ ଷ୍ଟୋର୍‌ରେ ମିଳିଯାଏ)
  • ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଯୋଗ ଏବଂ ବ୍ୟାୟାମ ସହ ନିଜକୁ ଚାପମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ