Advertisment

Vastu Tips: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା

ଚାରୋଟି ଦିଗର ମିଳନରେ ଉତ୍ପନ୍ନ କୋଣକୁ ବିଦିଗ କୁହାଯାଏ। ଏହି ଦିଗ ଓ କୋଣରୁ ଉତ୍ପନ୍ନ ବାସ୍ତୁଦୋଷ ଆମ ଜୀବନରେ ଅନେକ ପ୍ରଭାବ ପକେଇଥାଏ। ଆସନ୍ତୁ ସେ ବିଷୟରେ ନଜର ପକେଇବା।

ଅଦ୍ୟତନ ହୋଇଛି
Vastu Tips: Sunlight Is Important For Home, Know Reason

This problem occurs when sunlight does not fall in the house

Advertisment

ବାସ୍ତୁଶାସ୍ତ୍ରରେ ବିଭିନ୍ନ ଦିଗ ଏବଂ ଦିଗର ମିଳନ ସ୍ଥାନକୁ ବିଦିଗ କୁହାଯାଏ। ଦିଗ ସହିତ ଏହି ମିଳନ ସ୍ଥାନ ବା କୋଣର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିଗ, କୋଣ ଏବଂ ପଞ୍ଚତତ୍ତ୍ୱକୁ ନେଇ ବାସ୍ତୁଶାସ୍ତ୍ରର ବିଭିନ୍ନ ବାସ୍ତୁ ଦୋଷ ଓ ପ୍ରତିକାରର ବ୍ୟବସ୍ଥା ଅଛି।

Advertisment

ସାଧାରଣତଃ ଚାରୋଟି ଦିଗ ଯଥା ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ଏବଂ ଏହି ଚାରି ଦିଗର ମିଳନରେ ଉତ୍ପନ୍ନ କୋଣଗୁଡିକୁ ବିଦିଗ କୁହାଯାଏ। ଏହି ବିଦିଗ ବା କୋଣର ସଂଖ୍ୟା ମଧ୍ୟ ଚାରି। ପୂର୍ବ ଓ ଦକ୍ଷିଣ ଦିଗର ମିଳନରେ ଉତ୍ପନ୍ନ କୋଣକୁ ଆଗ୍ନେୟକୋଣ କୁହାଯାଏ। ଦକ୍ଷିଣ ଓ ପଶ୍ଚିମର ମିଳନ କୋଣକୁ ନୈଋତ କୋଣ କୁହାଯାଏ। ପୂର୍ବ ଓ ଉତ୍ତର ଦିଗର ମିଳନ ସ୍ଥାନକୁ ଐଶାନ୍ୟ କୋଣ କୁହାଯାଏ। ପଶ୍ଚିମ ଓ ଉତ୍ତର ଦିଗର ମିଳନ ସ୍ଥାନକୁ ବାୟବ୍ୟ କୋଣ କୁହାଯାଏ।

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଏବେ ଆମେ ଏହି ଦିଗ ଓ କୋଣରୁ ଉତ୍ପନ୍ନ ବାସ୍ତୁଦୋଷର ଆମ ଜୀବନରେ କ’ଣ ପ୍ରଭାବ ରହିଛି ସେ ବିଷୟରେ ନଜର ପକେଇବା।

Advertisment

ପୂର୍ବଦିଗ-

ପୂର୍ବ ଦିଗ ଅଗ୍ନିତତ୍ତ୍ୱକୁ ପ୍ରଭାବିତ କରିଥାଏ। ଏହି ଦିଗକୁ ବନ୍ଦ କରିଦେଲେ କିମ୍ବା ଏହି ଦିଗରେ କିଛି ଅବରୋଧ ଥିଲେ ସୂର୍ଯ୍ୟଙ୍କ ରଶ୍ମି ଗୃହ ମଧ୍ୟକୁ ଠିକ୍ ଭାବେ ପ୍ରବେଶ କରିପାରେ ନାହିଁ। ଏପରି ଘରେ ଦୀର୍ଘଦିନ ଧରି ବସବାସ କଲେ ଗୃହକର୍ତ୍ତା ଏବଂ ଗୃହବାସୀଙ୍କର ଅମଙ୍ଗଳ ହୋଇଥାଏ। ମାନ ସମ୍ମାନରେ ହାନି ଘଟେ। ଋଣ ବୋଝ ବଢ଼େ। ଗୃହରେ ମାଙ୍ଗଳିକ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥାଏ। ଗୃହକର୍ତ୍ତାଙ୍କର ସ୍ୱାସ୍ଥ୍ୟହୀନ ମଧ୍ୟ ଘଟିଥାଏ।

ପଶ୍ଚିମ ଦିଗ-

ପଶ୍ଚିମଦିଗ ବାୟୁତତ୍ତ୍ୱକୁ ପ୍ରଭାବିତ କରିଥାଏ। ବାୟୁ ଚଞ୍ଚଳତାର ପ୍ରତିକ। ଏହି ଦିଗାଭୂମୁଖୀ ଗୃହରେ ବସବାସ କରୁଥିବା ବ୍ୟକ୍ତିମାନେ ବେଶି ଚଳଚଞ୍ଚଳ ହୋଇଥାନ୍ତି। ଏହାର ଶୁଭ ପ୍ରଭାବ ଥିଲେ ଶୁଭଫଳ ମିଳେ ଯଦି ଏହି ଦିଗରେ ବାସ୍ତୁଦୋଷ ଥାଏ ତେବେ ଅତ୍ୟଧିକ ମାନସିକ ଚଳଚଞ୍ଚଳତା ଦେଖାଦେବା ଯୋଗୁଁ ସମସ୍ତ କାର୍ଯ୍ୟରେ ବାଧା ଉପୁଜିଥାଏ ଏବଂ ବିଫଳତା ଜୀବନରେ ବେଶି ଆସିଥାଏ। ଆୟ ଅପେକ୍ଷା ବ୍ୟୟ ଅଧିକା ମଧ୍ୟ ହୁଏ। ଶିକ୍ଷାରେ ବାଧାପ୍ରାପ୍ତ ମଧ୍ୟ ହୋଇଥାଏ।

Advertisment

ଉତ୍ତର ଦିଗ-

ଏହି ଦିଗ ଜଳ ତତ୍ତ୍ୱକୁ ପ୍ରଭାବିତ କରିଥାଏ। ଏ ଦିଗରେ ଅଧିକା ଖାଲି ସ୍ଥାନ ରହିବା ଶୁଭ ହୋଇଥାଏ। ଏହି ଦିଗରେ ବାସ୍ତୁ ଠିକ ଥିଲେ ଧନ-ଧ୍ୟାନ୍ୟ, ସୁଖ-ସମୃଦ୍ଧି ଜୀବନରେ ପ୍ରାପ୍ତ ହୋଇଥାଏ। ଏହି ଦିଗରେ ଦ୍ୱାର ଓ ଝରକା ରହିବା ଶୁଭ ଫଳ ଦେଇଥାଏ।

ଦକ୍ଷିଣ ଦିଗ-

ଏହି ଦିଗ ପୃଥିବୀ ତତ୍ତ୍ୱର ପ୍ରଭାବିତ ଦିଗ। ଏହା ଧୈର୍ଯ୍ୟ ଓ ସ୍ଥିରତାର ପ୍ରତୀକ। ଏହି ଦିଗରେ ବାସ୍ତୁଦୋଷ ଥିଲେ ଶତୃ ଓ ରୋଗ ଭାର ବଢ଼ିଥାଏ। ଏଣୁ ଏ ଦିଗକୁ ବନ୍ଦ ରଖିବା ଭଲ।

ଐଶାନ୍ୟ କୋଣ-

ଏହି କୋଣର ବାସ୍ତୁ ଗୃହ ହୋଇଥିଲେ ବୁଦ୍ଧି, ଜ୍ଞାନ, ବିବେକର ବିକାଶ କରିଥାଏ। ଗୃହବାସୀଙ୍କ ଉପରେ ଶୁଭ ପ୍ରଭାବ ଥାଏ। ଏହି କୋଣରେ ଦୋଷ ତୃଟି ଥିଲେ ଏହି ଗୃହରେ ବସବାସ କରୁଥିବା ବ୍ୟକ୍ତିମାନେ ଦୁଃଖ ଭୋଗ କରିଥାନ୍ତି। କୋଣ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ଆଗ୍ନେୟକୋଣ-

ଏହା ଅଗ୍ନିତତ୍ତ୍ୱର ପ୍ରଭାବିତ ଅଞ୍ଚଳ। ଏହି କୋଣ ଦୂଷିତ ହେଲେ ଗୃହବାସୀଙ୍କର ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଇ ସବୁବେଳେ ରୋଗ ଗ୍ରସ୍ତ ରହିଥାନ୍ତି। ଅଗ୍ନିଭୟ ମଧ୍ୟ ଦେଖା ଦେଇଥାଏ।

ନୈଋତ କୋଣ-

ଏହି କୋଣରେ ବାସ୍ତୁଦୋଷ ଥିଲେ ଗୃହବାସୀଙ୍କର ଚରିତ୍ରରେ ଦୋଷତୃଟି ଉପୁଜିଥାଏ ଏବଂ ସମାଜରେ ମାନ ସମ୍ମାନରେ ହାନି ଘଟିଥାଏ। ଶତୃଭୟ ଲାଗି ରହିଥାଏ। ଆକସ୍ମିକ ଦୁର୍ଘଟଣା ମଧ୍ୟ ଘଟିଥାଏ।

ବାୟବ୍ୟ କୋଣ-

ଏହି ଦିଗରେ ଦୋଷ ତୃଟି ଥିଲେ ମିତ୍ରମାନେ ମଧ୍ୟ ଶତୃ ପରି ଆଚରଣ କରିଥାନ୍ତି। ପଡୋଶୀମାନଙ୍କ ସହିତ ଶତୃତା ଲାଗି ରହିଥାଏ। ଗର୍ବ ଓ ଅହଂକାର ବଢିଥାଏ। ଏଣୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଣୁ ଗୃହରେ ଯଦି ଏହିପରି ବାସ୍ତୁଦୋଷ ଥାଇ ଅଶୁଭଫଳ ପାଉଥାନ୍ତି ତେବେ ପ୍ରତିକାର କଲେ ନିଶ୍ଚୟ ଶୁଭଫଳ ମିଳିବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ