Advertisment

Vastu Tips: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଘର ମଧ୍ୟରେ ଭଙ୍ଗାବାସନ, ଭଙ୍ଗା ଖଟ, କୁକୁର, କୁକୁଡା ବଡ ବଡ ବୃକ୍ଷ ଆଦି ରହିବା ଶୁଭ ନୁହେଁ। ଭଙ୍ଗା ବାସନ ବହୁଦିନ ଧରି ରହିଲେ, ଘରେ ଅକାରଣରେ ବା ସାମାନ୍ୟ କଥାକୁ ନେଇ କଳି ଝଗଡା ଲାଗିଥାଏ । ଭଙ୍ଗା ଖଟ ରହିଲେ ଅଚାନକ ଧନ ହାନି ହୋଇଥାଏ । ଘରେ ବାସ୍ତୁଦୋଷ ଥିଲେ ଆଉ କ’ଣ ସମସ୍ୟା ଆସେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
this mistake in the Vastu great calamity comes to the house

this mistake in the Vastu great calamity comes to the house

Advertisment

ବାସ୍ତୁଶାସ୍ତ୍ରର ଜ୍ଞାନପ୍ରାପ୍ତ କରି ଏହି ଜ୍ଞାନକୁ ବ୍ୟବହାର କରି ମନୁଷ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଚତୁର୍ବଗର ଫଳ ପ୍ରାପ୍ତି କରିଥାଏ। ସେହି ମଣିଷ ନିଜ କଲ୍ୟାଣ ସହିତ ଅନ୍ୟମାନଙ୍କ ହିତ କରିବାରେ ସମର୍ଥ ହୋଇଥାଏ । ନିଜେ ସମୃଦ୍ଧି ଶାଳୀ ହେବା ସହିତ ଜନକଲ୍ୟାଣ ଦ୍ୱାରା ଦେଶର ମଧ୍ୟ ହିତ କରିଥାଏ।

Advertisment

ମାତ୍ର ଦୁଃଖର କଥା ଆମ ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବାସ୍ତୁବିଦ୍ୟାର ବ୍ୟବହାର ବହୁତ କମ ରହିଛି। ଏବେ ଧିରେ ଧିରେ ମିଡିଆ ମାଧ୍ୟମରେ ବାସ୍ତୁବିଦ୍ୟାର ପ୍ରଚାର ପ୍ରସାର କରାଯାଉଥିବାରୁ ଲୋକମାନେ ଏହାର ଉପକାରିତା ବିଷୟରେ ବେଶ ଭଲଭାବରେ ବୁଝିପାରୁଛନ୍ତି।

ତେବେ ଆସନ୍ତୁ ଜାଣିବା ଯେ କେଉଁ ଦ୍ରବ୍ୟ ଗୃହ ମଧ୍ୟରେ ରହିଲେ ଘରକୁ ବିପଦ ଆସେ ଏବଂ କେଉଁ ଆକାର ବା ଆକୃତିର ଘର ‘ବାସ୍ତୁ ଦୋଷ’ ସୃଷ୍ଟି କରିଥାଏ।

Advertisment

ଘର ମଧ୍ୟରେ ଭଙ୍ଗାବାସନ, ଭଙ୍ଗା ଖଟ, କୁକୁର, କୁକୁଡା ବଡ ବଡ ବୃକ୍ଷ ଆଦି ରହିବା ଶୁଭ ନୁହେଁ। ଭଙ୍ଗା ବାସନ ବହୁଦିନ ଧରି ରହିଲେ, ଘରେ ଅକାରଣରେ ବା ସାମାନ୍ୟ କଥାକୁ ନେଇ କଳି ଝଗଡା ଲାଗିଥାଏ । ଭଙ୍ଗା ଖଟ ରହିଲେ ଅଚାନକ ଧନ ହାନି ହୋଇଥାଏ । ଘରେ ଜୀବନ ଜନ୍ତୁ ବାସ କଲେ ଘରର ଦେବତାମାନେ ଭୋଗ ଗ୍ରହଣ କରନ୍ତି ନାହିଁ। ବଡ ବଡ ଗଛ ରହିଲେ ତା ମୂଳରେ ସାପ ଜୀବ ଜନ୍ତୁମାନେ ବାସ କରିଥାନ୍ତି । ଫଳରେ ଘରକୁ ବିପଦ ଆସିଥାଏ । ଗୃହ କଲାବେଳେ ଏହି ସbu ପ୍ରତି ବିଶେଷ ଧ୍ୟାନ ଦେଲେ ଶୁଭ ଫଳ ପାଇବା । ଏବେ ଜାଣିବା ଘରର ଆକାର ଅନୁସାରେ ଫଳ କ’ଣ ମିଳେ ।

  • ବର୍ଗାକାର ଗୃହ ଅର୍ଥାତ୍ ଗୃହର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ହେଲେ ଏବଂ ସେହି ଗୃହରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ଅକାରଣରେ ଅତ୍ୟଧିକ ବ୍ୟୟ ହୋଇଥାଏ ଫଳରେ ଧନର ଅଭାବ ଦେଖାଦେଇଥାଏ ।
  • ଆୟତାକାର ଗୃହରେ ଦୀର୍ଘ, ପ୍ରସ୍ଥ ଠାରୁ ଦୁଇଗୁଣ ହେବା ଭଲ କିନ୍ତୁ ଏହାଠାରୁ ଅଧିକ ହେଲେ ଗୃହସ୍ୱାମୀ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।
  • ଚକ୍ରାକାର ବା ବୃତ୍ତାକାର ଗୃହ ଶାସ୍ତ୍ରରେ ଦରିଦ୍ରତା ଆଣିଥାଏ ବୋଲି କୁହାଯାଇଛି ।
  • ବିଷମ ବାହୁ ଗୃହ ଶୋକ ସୃଷ୍ଟି କରିଥାଏ ।
  • ପାଞ୍ଚକୋଣିଆ ଗୃହରେ ବସବାସ କଲେ ଗୃହକର୍ତ୍ତାଙ୍କ ସନ୍ତାନମାନେ କଷ୍ଟ ପାଇଥାନ୍ତି ।
  • ଛଅକୋଣିଆ ଗୃହ ମୃତ୍ୟୁ ଭଳି କଷ୍ଟ ଦେଇଥାଏ ।
  • ସାତକୋଣିଆ ଗୃହ ଅନେକ ଅଶୁଭ ଫଳ ଦେଇଥାଏ ।
  • ଆଠକୋଣିଆ ଗୃହ ରୋଗ ସୃଷ୍ଟି କରିଥାଏ ।
  • କଚ୍ଛପ ଆକାରର ଗୃହ ବନ୍ଧନ ଭୟ, ସୃଷ୍ଟି କରିଥାଏ ।
  • ଦଣ୍ଡାକାର ଗୃହ ବଂଶନାଶ କରିଥାଏ ।
  • କୁମ୍ଭ ଆକାରର ଗୃହ କୃଷ୍ଠରୋଗର କାରଣ ହୋଇଥାଏ ।
  • ଧନୁ ଆକାରର ଗୃହ ଚୋରି ଭୟ ସୃଷ୍ଟି କରିଥାଏ । ଏଭଳି ଗୃହରେ, ପାପୀ ଓ ମୁର୍ଖ ସନ୍ତାନମାନେ ଜନ୍ମ ନିଅନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି ।
  • ତିନି କୋଣିଆ ଗୃହରେ ବସବାସ କଲେ ପୁତ୍ରହାନି, ଦୁଃଖ, ଅମଙ୍ଗଳ ହୋଇଥାଏ।
Advertisment

ଯଦି ଗୃହ ଏହିସବୁ ଆକାରର ହୋଇଥାଏ ତେବେ ବାସ୍ତୁରେ ଏହାର ସଂଶୋଧନ କରି ଗୃହ ନିର୍ମାଣ କରିବା କଥା। କାରଣ ଏହିସବୁ ଆକାରର ଗୃହ ବହୁତ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ। ଏଣୁ ଏହି ସବୁ ଆକାର ଥିବା ଜାଗା ବା ଗୃହରେ ବସବାସ କଲେ ଏହି negative energy ଗୃହବାସୀଙ୍କ ଉପରେ ପ୍ରଭାବ ପକାଇଥାଏ । ଫଳରେ ଗୃହକର୍ତ୍ତା ଓ ଗୃହବାସୀ ଶାନ୍ତିରେ ନିବାସ କରିପାରନ୍ତି ନାହିଁ, ନାନା ବିଘ୍ନ ସହିବାକୁ ପଡିଥାଏ ।

ପ୍ରତିକାର- ମୁଖ୍ୟ ଦ୍ୱାରରେ ମଙ୍ଗଳ କଳସ ସ୍ଥାପନା କରନ୍ତୁ ଏବଂ ବାସ୍ତୁପୂଜା ପ୍ରତ୍ୟେକ ଛଅ ମାସରେ ଥରେ କରନ୍ତୁ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ