Advertisment

Vastu Tips: ଗୃହ ନିର୍ମାଣ ବେଳେ ସାବଧାନ! ଏହି କୋଣକୁ ବନ୍ଦ କଲେ ମହାବିପଦ

ଗୃହ ନିର୍ମାଣ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ତେଣୁ ଗୃହ ନିର୍ମାଣ କଲାବେଳେ କେଉଁ ଦିଗରେ କ’ଣ ନିର୍ମାଣ କରିବା ଦରକାର ତାହା ସ୍ଥିରିକୃତ କରିସାରିଲା ପରେ ହିଁ ଗୃହ ନିର୍ମାଣ ଆରମ୍ଭ କରିବା ସବୁଠାରୁ ଭଲ। ଅନ୍ୟଥା ପରେ ଭଙ୍ଗାରୁଜା କରିବାକୁ ପଡିପାରେ।

ଅଦ୍ୟତନ ହୋଇଛି
This mistake in building a house can be a great danger

This mistake in building a house can be a great danger

Advertisment

ବାସ୍ତୁଶାସ୍ତ୍ରାନୁସାରେ ଗୃହ ନିର୍ମାଣ ସମୟରେ ଯେତେ ବାସ୍ତୁ ଦୋଷ କମ୍ ହେବ ସେତେ ଭଲ। ଏନେଇ ଗୃହ ନିର୍ମାଣ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ତେଣୁ ଗୃହ ନିର୍ମାଣ କଲାବେଳେ କେଉଁ ଦିଗରେ କ’ଣ ନିର୍ମାଣ କରିବା ଦରକାର ତାହା ସ୍ଥିରିକୃତ କରିସାରିଲା ପରେ ହିଁ ଗୃହ ନିର୍ମାଣ ଆରମ୍ଭ କରିବା ସବୁଠାରୁ ଭଲ; ଅନ୍ୟଥା ପରେ ଭଙ୍ଗାରୁଜା କରିବାକୁ ପଡିପାରେ।

Advertisment

ଏହାର କାରଣ ହେଉଛି ଏମିତି ଅନେକଗୁଡ଼ିଏ ସ୍ଥାନ ରହିଛି ଯେଉଁଠି ବାସ୍ତୁଦୋଷ ଉତ୍ପନ୍ନ ହେଲେ ତାକୁ ପ୍ରତିକାର କରିବା ଦ୍ୱାରା ମଧ୍ୟ ଶୁଭଫଳ ମିଳିବାରେ ବହୁତ ବିଳମ୍ବ ହୋଇଥାଏ। ଯେମିତି ଐଶାନ୍ୟ ବା ଉତ୍ତର-ପୂର୍ବ କୋଣ। ଏହା ଏତେ ସମ୍ବେଦନଶୀଳ ସ୍ଥାନ ଯେ ଗୃହ ନିର୍ମାଣରେ ଏହି ସ୍ଥାନରେ ବାସ୍ତୁଦୋଷ ଉତ୍ପନ୍ନ ହେଲେ ଗୃହର ସର୍ବନାଶ ହୋଇପାରେ। ଏହି ସ୍ଥାନର ବାସ୍ତୁଦୋଷ ବିଷୟ ପୂର୍ବରୁ ଏହି ସ୍ତମ୍ଭରେ ଲେଖାହୋଇଛି, ଆପଣମାନେ ଏହାକୁ ପଢି ଜାଣିପାରିବେ।

ଏହି ସ୍ଥାନରେ ଭାରି ବା ଓଜନଦାର ନିର୍ମାଣ ସଦାସର୍ବଦା ବର୍ଜନୀୟ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ସ୍ଥାନରେ ବାସ୍ତୁପୁରୁଷଙ୍କର ମସ୍ତକ ରହିଛି। ବାସ୍ତୁ ପୁରୁଷ ମଣ୍ଡଳର ଏହା ଏକ ପ୍ରମୁଖ ସ୍ଥାନ। ଏଣୁ ଏହି ସ୍ଥାନରେ କେବେବି ଭୁଲ ନିର୍ମାଣ କରିବା କଥା ନୁହେଁ।

Advertisment

ସେମିତି ଏହି ବାସ୍ତୁପୁରୁଷଙ୍କର ପାଦ ରହିଛି ନୈଋତ ବା ଦକ୍ଷିଣ-ପଶ୍ଚିମ କୋଣରେ ଏହା ମଧ୍ୟ ବାସ୍ତୁପୁରୁଷ ମଣ୍ଡଳର ଅନ୍ୟ ଏକ ପ୍ରମୁଖ ସ୍ଥାନ। ଏହି ସ୍ଥାନରେ ବାସ୍ତୁଦୋଷ କିପରି ଉତ୍ପନ୍ନ ହୁଏ ତାହା ପୂର୍ବ ଲେଖାରେ ବର୍ଣ୍ଣନା ହୋଇଛି।

ଏହି ଲେଖାରେ ଏହାର ଅନ୍ୟ ଏକ ଦିଗ ପ୍ରତି ଜାଣିବା ଯାହା ନିର୍ମାଣ କ୍ଷେତ୍ରରେ ଅନେକ ପ୍ରକାର ଅସୁବିଧା ସୃଷ୍ଟି କରିଥାଏ। ଯଦି ଭୂମିର ପରିସୀମାର ନୈଋତ (ଦକ୍ଷିଣ/ପଶ୍ଚିମ) କୋଣ ଏବଂ ଗୃହ ନିର୍ମାଣ ପରିସୀମାର ନୈଋତ କୋଣ ମଧ୍ୟରେ ଖାଲିସ୍ଥାନ ନ ଥାଏ ଏବଂ ଅନ୍ୟ ଦିଗରେ ଖାଲି ସ୍ଥାନ ଥାଏ ତେବେ ଆମକୁ ବୁଝିବାକୁ ହେବ ଯେ ଭୂମିର ନୈଋତ କୋଣ ବନ୍ଦ କରାଯାଇଛି।

Advertisment

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସ୍ଥାନରେ ଭାରି ବା ଓଜନଦାର ନିର୍ମାଣ କାର୍ଯ୍ୟ କରାଯିବା ଉଚିତ। ଏଣୁ ଏହି ସ୍ଥାନରେ ସିଢିଘର ହେଉଛି ପ୍ରଥମ ଶୁଭସ୍ଥାନ, କାରଣ ଶିଢିଘର ନିର୍ମାଣ ଅନ୍ୟାନ୍ୟ ନିର୍ମାଣ ଠାରୁ ଉଚ୍ଚା ହୋଇଥାଏ। ଏହା ସହିତ ଏହି ସ୍ଥାନରେ ଶୟନ କକ୍ଷ କରାଯାଇଥାଏ, କାରଣ ବେଡ୍‌, ଆଲ୍‌ମିରା ଆଦି ଭାରି ଜିନିଷ ରଖିବା ଦ୍ୱାରା ମଧ୍ୟ ଏହି ସ୍ଥାନଟି ଓଜନିଆ ହୋଇଥାଏ।

ଏହିପରି ଯଦି ନିର୍ମାଣ କରାଯାଏ ତେବେ ଏହା ଠିକ। କିନ୍ତୁ ଏହିପରି ନିର୍ମାଣ କଲା ପରେ ଯଦି ଏହି କୋଣର କାନ୍ଥକୁ ଲଗାଇ ଏବଂ ଭୂମିର ପାଚେରୀକୁ ଲଗାଇ କୌଣସି ନିର୍ମାଣ କରାଯାଏ ତାହେଲେ ବି ଏହା ଘୋର ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। ଯାହାଫଳରେ ଗୃହସ୍ୱାମୀ ଏବଂ ଗୃହବାସୀମାନେ ସବୁବେଳେ ଦୁଃଖ ଭୋଗ କରନ୍ତି।

ଏପରି ରୋଗସବୁ ଦେଖାଯାଏ ଯେ ଯାହା ଦୀର୍ଘ ସମୟ ଧରି ଲାଗି ରହେ ଏବଂ ଗୃହରେ ସବୁବେଳେ କିଏ ନା କିଏ ରୋଗରେ ପଡିଥାଏ। ଏହି ସ୍ଥାନରେ ଶୟନ କକ୍ଷ ଥିଲେ ଉଚ୍ଚ ରକ୍ତଚାପଜନିତ ରୋଗ ସୃଷ୍ଟିହୁଏ ଯାହାକୁ ନେଇ ଯେତେ ଔଷଧ ସେବନ କଲେ ମଧ୍ୟ ନିୟନ୍ତ୍ରଣ ହୁଏ ନାହିଁ। ଏହିପରି ରୋଗ ଏବଂ ଶୋକ ଲାଗି ରହିଥାଏ।

ପ୍ରତିକାର:

ଯଦି ଏଭଳି ପରିସ୍ଥିତି ଦେଖାଯାଏ ତେବେ ଏହି ସ୍ଥାନରେ ରାହୁଯନ୍ତ୍ର ସ୍ଥାପନ କରନ୍ତୁ। ଶୁଭଫଳ ମିଳିବାର ସମ୍ଭାବନା ରହିଛି।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ