Advertisment

Vastu Tips: ଘରେ ଏହିସବୁ ଫଟୋଚିତ୍ର ଆଣିପାରେ ବିପଦ

ଧାର୍ମିକ ଫଟୋଚିତ୍ରର ପ୍ରଭାବ ଆମ ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ। ଏଣୁ ଧାର୍ମିକ ଚିତ୍ର ଘରେ ଲଗାଇବାକୁ ହେଲେ ବାସ୍ତୁର କେତେକ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଏହା ଅଶୁଭ ଫଳ ଦେଇପାରେ।

ଅଦ୍ୟତନ ହୋଇଛି
Vastu Tips For Home

These photographs can bring danger in the home

Advertisment

ବୈଦିକ ଯୁଗରୁ ହିନ୍ଦୁଧର୍ମରେ ପ୍ରକୃତିର ପ୍ରତ୍ୟେକ ବସ୍ତୁରେ ଦେବତାଙ୍କର ସ୍ୱରୂପକୁ ପୂଜା ଅର୍ଚ୍ଚନା କରିବାର ବିଧାନ ପ୍ରଚଳିତ ହୋଇଆସୁଛି। ଏଥିପାଇଁ ଦେବଦେବୀଙ୍କର ଫଟୋଚିତ୍ରରେ ଦେବତାଙ୍କୁ ସ୍ଥାପନା କରାଯାଇ ପୂଜାପାଠ ହୋଇଆସୁଛି।

Advertisment

ବିଭିନ୍ନ ଗଛଲତା, ପଥର ମୂର୍ତ୍ତିରେ ଆମେ ଦେବତାଙ୍କ ସ୍ୱରୂପକୁ ନେଇ ପୂଜା କରିଆସୁଛେ। ଯେମିତି ସୃଷ୍ଟିକର୍ତ୍ତା ରୂପେ ବ୍ରହ୍ମା, ପାଳନକର୍ତ୍ତା ରୂପେ ବିଷ୍ଣୁ ଓ ସଂହାର କର୍ତ୍ତା ରୂପେ ଶିବ, ଧନପ୍ରଦାୟିନୀ ମା’ ମହାଲକ୍ଷ୍ମୀ, ବିଘ୍ନହର୍ତ୍ତା ଗଣେଷ, ବିଦ୍ୟାଦାୟିନୀ ମା’ ସରସ୍ୱତୀ ଏବଂ ଜଗତକଲ୍ୟାଣକାରୀ ଦୁର୍ଗତିନାସିନୀ, ଜଗଦମ୍ବା, ଆଦିଶକ୍ତି ଜଗତ ଜନନୀ ମା’ ଦୁର୍ଗାଙ୍କୁ ମାନ୍ୟତା ମିଳିଛି ଠିକ୍ ସେହିପରି ନିର୍ମାଣ କାର୍ଯ୍ୟରେ ଭୂମିର ଦେବତା ବାସ୍ତୁ ପୁରୁଷଙ୍କୁ ମାନ୍ୟତା ମିଳିଛି।

ଏହି ଦେବଦେବୀଙ୍କ ପୂଜା ଖାଲି ହିନ୍ଦୁଧର୍ମରେ ନୁହେଁ ଅନ୍ୟ ଧର୍ମ ଏବଂ ଦେଶରେ ଅନ୍ୟ ନାମରେ ପୂଜା କରାଯାଉଛି। ନିର୍ମାଣାଧିନ ଭୂମିରେ ବାସ୍ତୁପୁରୁଷ ଅଧୋମୁଖୀ ହୋଇ ଐଶାନ୍ୟରେ ମୁଣ୍ଡ ଓ ନୈଋତ କୋଣରେ ଗୋଡ଼ ରହିଛି। ଏହି ବାସ୍ତୁପୁରୁଷଙ୍କର ଶରୀରରେ ବିଭିନ୍ନ ଦେବତାଙ୍କ ଅବସ୍ଥିତି ରହିଛି। ଏହାକୁ ଧ୍ୟାନରେ ରଖି ଭୂମିରେ ନିର୍ମାଣ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ। ଯାହାର ନିୟମ ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି।

Advertisment

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଭୁଲ୍ ସ୍ଥାନରେ ନିର୍ମାଣ କାର୍ଯ୍ୟ ହୋଇଥିଲେ ବାସ୍ତୁ ପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି ମାନ୍ୟତା ଅଛି, ଯାହାର ଅନୁରୂପ ଆମ ଉପରେ କୁପ୍ରଭାବ ପଡିଥାଏ। ଖାଲି ନିର୍ମାଣ କାର୍ଯ୍ୟରେ ନୁହେଁ, ଗୃହରେ ବିଭିନ୍ନ ଧାର୍ମିକ ଫଟୋଚିତ୍ରର ପ୍ରଭାବ ମଧ୍ୟ ଆମର ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ।

Advertisment

ଏଣୁ ଧାର୍ମିକ ଚିତ୍ର ଗୃହରେ ଲଗାଇବାକୁ ହେଲେ କେଉଁ ନିୟମ ପ୍ରତି ଧ୍ୟାନ ଦେବା ତାହା ନିମ୍ନରେ ଦିଆଗଲା। ଏହାକୁ ମାନିଲେ ଶୁଭଫଳ ମିଳିପାରେ।

  • ଗୃହରେ ରାମାୟଣ ଓ ମହାଭାରତର କୌଣସି ପ୍ରକାର ଯୁଦ୍ଧର ଚିତ୍ର ଲଗାଇବା ଉଚିତ ନୁହେଁ। ଏହା ଥିଲେ ଗୃହରେ ସବୁବେଳେ କଳି ଝଗଡ଼ାର ସ୍ଥିତି ଉପୁଜିଥାଏ
  • ବଡ଼ ବଡ଼ ପଥର, କାଠ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତୀ ରଖିବା ମଧ୍ୟ ଶୁଭ ନୁହେଁ
  • କଳି ଝଗଡ଼ା କିମ୍ବା କାନ୍ଦୁଥିବା କାହାର ବି ଫଟୋ ଘରେ ରଖିବା ଶୁଭ ନୁହେଁ
  • ସାପ, ଶିଆଳ, ବାଘ, ସିଂହ, ଆଦି ହିଂସ୍ର ଜୀବଜନ୍ତୁଙ୍କ ଫଟୋ ରଖିବା ଶୁଭ ନୁହେଁ
  • ସ୍ୱର୍ଗବାସୀ ପୂର୍ବଜଙ୍କର ଫଟୋ ଉତ୍ତରରେ ଏବଂ ପୂର୍ବ ପଟରେ ରଖିବା ଉଚିତ ନୁହେଁ ଏହା ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ପଟରେ ରଖିବେ
  • ଜୀବିତ ବ୍ୟକ୍ତିମାନଙ୍କର ଫଟୋ ସବୁବେଳେ ଉତ୍ତର, ପୂର୍ବ ଦିଗରେ ରଖିବା ଶୁଭ
  • ଧାର୍ମିକ ଫଟୋ ପରସ୍ପର ସମ୍ମୁଖରେ ରହିବା ଶୁଭ ନୁହେଁ
  • ଗୃହର ମୁଖ୍ୟଦ୍ୱାରରେ ଶୁଭ ଚିହ୍ନ ଯଥା ଓଁ, ସ୍ୱସ୍ତିକ, ଶୁଭ କଳସର ଫଟୋ ଚିତ୍ର ଲଗାଇବା ଶୁଭ ହୋଇଥାଏ
  • ଯେଉଁ ଫଟୋ ଚିତ୍ର ରଖିଲେ ମନକୁ ଶାନ୍ତି ମିଳିଥାଏ ସେହିପରି ଫଟୋ ଚିତ୍ର ଲଗାଇବା ଶୁଭ
  • ପିଲାମାନଙ୍କ ପଢ଼ାଘରେ, ଗଣେଷ, ସରସ୍ୱତୀ, ମହାପୁରୁଷ ଓ ଗୁରୁଜନଙ୍କ ଫଟୋ ରଖିବା ଶୁଭ

ଗୃହରେ ଫଟୋଚିତ୍ରମାନ ରଖିବାକୁ ଇଛା ହେଲେ ଉପରୋକ୍ତ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ଶୁଭଫଳ ମିଳିବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଆପଣଙ୍କ ବଗିଚାରେ ଏହିସବୁ ଗଛ ଲଗାନ୍ତୁ; ମିଳିବ ଶୁଭ ଫଳ

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ