Advertisment

Vastu Tips: ଘର ତିଆରି ପାଇଁ ନିଅଁ ଖୋଳୁଛନ୍ତି କି; ଜାଣନ୍ତୁ ବାସ୍ତୁ ନିୟମ…

ଘର ପାଇଁ ନିଅଁ ଖୋଳା ଏକ ମୁଖ୍ୟ କାମ। ଏହି ନିଅଁ ଖୋଳାରେ ମଧ୍ୟ ବାସ୍ତୁନିୟମ ରହିଛି। ଏହି ନିୟମ ନ ମାନିବା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବାଧାବିଘ୍ନ ଆସିବାର ଦେଖାଦେଇଛି। ତେବେ ଆସନ୍ତୁ ଏହି ଜାଣିବା ନିଅଁ ଖୋଳାର ବାସ୍ତୁ ନିୟମ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
The Vastu rules for foundation of house

The Vastu rules for foundation of house

Advertisment

ଗୃହ ନିର୍ମାଣ ଶିଳ୍ପକଳାର ଏକ ମୁଖ୍ୟ ଓ ମୌଳିକ ଅଙ୍ଗ। ଏହା ବିଜ୍ଞାନସମ୍ମତ ମଧ୍ୟ। ଯେହେତୁ ମାଟି, ପାଣି, ପବନ ଓ ଆଲୋକ ଆଦିକୁ ପ୍ରମୁଖ ଉପାଦାନ ଭାବରେ ନେଇ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଏହା ବିଜ୍ଞାନର ପରିସରଭୁକ୍ତ। ସୁଖ, ଶାନ୍ତି ଏବଂ ସୁରକ୍ଷା ପାଇଁ ଆମେ ସମସ୍ତେ ଗୃହ ଉପରେ ନିର୍ଭରଶୀଳ। ଏଣୁ ମନଇଚ୍ଛା ଯେକୌଣସି ଭୂମିରେ ଗୃହ କରିବା ଶୁଭ ନୁହେଁ ତତ୍ ସହିତ ନିର୍ମାଣଶୈଳୀରେ ନିର୍ଦ୍ଧିଷ୍ଟ ନୀତିନିୟମର ଉଲଙ୍ଘନ ମଧ୍ୟ ଶୁଭ ନୁହେଁ।

Advertisment

ଏଣୁ ଏହି ସମସ୍ତ ନୀତିନିୟମ ବାସ୍ତୁଶାସ୍ତ୍ରର ଅନ୍ତର୍ଭୁକ୍ତ। ନୀୟମାନୁମୋଦିତ ଗୃହ ସର୍ବସୁଖ ପ୍ରଦାୟିନୀ ହୋଇଥାଏ। ଏଣୁ ବାସ୍ତୁଶିଳ୍ପର ଶାଶ୍ୱତ ମୂଲ୍ୟବୋଧ ଥିବାରୁ ଏହା ଯୁଗ ଯୁଗ ଧରି ଜନସମାଜର କଲ୍ୟାଣ ନିମିତ୍ତ ଆଦୃତ୍ତ ହୋଇପାରିଛି। ପ୍ରାଚୀନ ବାସ୍ତୁଶାସ୍ତ୍ରର ମୌଳିକ ନିୟମକୁ ଆଧାର କରି ବର୍ତ୍ତମାନ ଯୁଗରେ ଗୃହ, ଆପାର୍ଟମେଣ୍ଟ, ବ୍ୟବସାୟସ୍ଥଳ, ମନ୍ଦିର, ଟାଉନ୍‌ ପ୍ଲାନିଙ୍ଗ୍ ଆଦିକୁ ପ୍ରଥମେ ନକ୍‌ସା ପ୍ରସ୍ତୁତ କରାଯାଇ ନିର୍ମାଣ ଯୁଗର ଶିଳ୍ପ କଳାକୁ ସଂଯୁକ୍ତ ବ୍ୟବହାର କରି ଅତି ଉତ୍ତମ ଫଳ ପାଇହେଉଥିବାରୁ, ବର୍ତ୍ତମାନ ବାସ୍ତୁଶାସ୍ତ୍ରର ପ୍ରଚଳନ ଖାଲି ଭାରତରେ ନୁହେଁ ଆମ ଭାରତୀୟ ବାସ୍ତୁବିଦ୍ୟା ସମଗ୍ର ବିଶ୍ୱରେ ଆଦୃତ ଲାଭକରିଛି।

ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଅଛି ଯେମିତି ଭୂମି ଚୟନ, ଗୃହାରମ୍ଭ ଦିବସ ନିର୍ଣ୍ଣୟ, ଭୂମିର ଶଲ୍ୟୋଦ୍ଧାର, ଭୂମିପୂଜା, ନିର୍ମାଣଜନିତ ତୃଟି, ନିରାକରଣର ପ୍ରତିକାର ବ୍ୟବସ୍ଥା ଆଦି ସୂକ୍ଷ୍ମ ବିଚାର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଶୁଭ। ଭୂଖଣ୍ଡର ଚାରିବାହୁ ସମକୋଣ ହେଲେ ଶୁଭଫଳ ମିଳିଥାଏ କିନ୍ତୁ ବେଳେ ବେଳେ ଭୂଖଣ୍ଡର କୋଣଗୁଡିକର ହାସ ବୃଦ୍ଧି ଥିବାରୁ ତା’ର ପ୍ରଭାବ ଭୂଖଣ୍ଡ ଉପରେ ପଡିଥାଏ। ଏଣୁ ନିର୍ମାଣ କାର୍ଯ୍ୟ ଏବଂ ଭୂମି ପୂଜା ପୂର୍ବରୁ ଏହି ବିସମ ବାହୁଥିବା କ୍ଷେତ୍ରକୁ ସଂଶୋଧନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା କଥା।

Advertisment

ଏହି ସଂଶୋଧନ ପାଇଁ ନିଜର କ୍ଷେତ୍ରକୁ ସୁଦୃଢ ଏବଂ ୪ଫୁଟ ତଳୁ ପାଚେରୀ ଉଠାଇ ସମବାହୁ କରିବେ ନହେଲେ ଏହିପରି ଭୂମିରେ ଶୁଭଶକ୍ତିର ଠିକ ସଂଚାଳନ ହୋଇପାରେ ନାହିଁ, ନାନା ପ୍ରକାର ବାଧାବିଘ୍ନ ଉପୁଜିଥାଏ। ଏଣୁ ଏହି କ୍ଷେତ୍ରକୁ ସଂଶୋଧନ ପରେ ଗୃହନିର୍ମାଣ ଆରମ୍ଭ ସମୟରେ ନିଅଁଖୋଳା ଆରମ୍ଭ ହୁଏ।

ଏହି ନିଅଁ ଖୋଳାରେ ମଧ୍ୟ ବାସ୍ତୁନିୟମ ରହିଛି। ଏହି ନିୟମ ନ ମାନିବା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବାଧାବିଘ୍ନ ଆସିବାର ଦେଖାଦେଇଛି। ତେବେ ଆସନ୍ତୁ ଏହି ଜାଣିବା ନିଅଁ ଖୋଳାର ବାସ୍ତୁ ନିୟମ ବିଷୟରେ ଜାଣିନେବା।

Advertisment
  • ବାସ୍ତୁ ନିୟମ ଅନୁସାରେ ପ୍ରଥମେ ଭୂମିରେ ଶୁଭ ଦେବାପରେ ଐଶାନ୍ୟ ବା ଉତ୍ତର-ପୂର୍ବ କୋଣରୁ ଖୋଳା ଆରମ୍ଭ କରି ଅଗ୍ନିକୋଣ ଆଡକୁ, ପୁଣି ଐଶାନ୍ୟ କୋଣରୁ ଆରମ୍ଭ କରି ବାୟୁକୋଣକୁ ଖନନ କରିବା ଉଚିତ। ତାପରେ ବାୟୁକୋଣରୁ ନୈଋତକୁ ଏବଂ ଅଗ୍ନିକୋଣରୁ ନୈଋତକୁ ଖୋଳିବେ ।
  • ସବୁବେଳେ ଧ୍ୟାନ ରଖିବେ ଭୂମିର ନିଅଁଖୋଳା ଆରମ୍ଭ ଐଶାନ୍ୟ ଏବଂ ଶେଷ ନୈଋତ ଅର୍ଥାତ୍ ଦକ୍ଷିଣ-ପଶ୍ଚିମ କୋଣରେ ହେବା ଶୁଭ ।

ପ୍ରତିକାର:

ଯଦି ଏହି ନିୟମ ନ ମାନି ନିର୍ମାଣ କାର୍ଯ୍ୟ କରିଛନ୍ତି ଏବଂ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଭୂମିରେ ଐଶାନ୍ୟ କୋଣରେ ପିତଳର ସ୍ୱସ୍ତିକ ଭୂମିରେ ସ୍ଥାପନା କରିବେ। ଏହାଦ୍ୱାରା ଶୁଭଫଳ ମିଳିପାରେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ