Advertisment

Vastu: ଆପଣଙ୍କ ଘରକୁ ଆସିପାରେ ବିପଦ...ମାନନ୍ତୁ ଏହି ବାସ୍ତୁ ନିୟମ...

ନୈଋତ ମୁହାଁ ଘର ବା ଜମି ଅନେକ କ୍ଷତି ଆଣିପାରେ। ଆସନ୍ତୁ ଜାଣିବା କାହାକୁ କୁହାଯାଏ ନୈଋତ ମୁହାଁ ଘର ବା ଜମି। ଏନେଇ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ, ଦୋଷ ଓ ପ୍ରତିକାର।

ଅଦ୍ୟତନ ହୋଇଛି
Vastu Tips For Home

The problem of South-West faced house and land

Advertisment

ଯେଉଁ ଗୃହ ବା ଜମିର ମୁଖ୍ୟଦ୍ୱାର ଦକ୍ଷିଣ-ପଶ୍ଚିମ କୋଣରେ ପଡୁଥିବ ଦେହି ଗୃହ ବା ଜମିକୁ ନୈଋତ ମୁହାଁ ଗୃହ ବା ଜମି କୁହାଯାଏ। ବାସ୍ତୁ ସିଦ୍ଧାନ୍ତରେ ଅନ୍ୟାନ୍ୟ ଦିଗ ବା କୋଣଠାରୁ ଏହି କୋଣର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି। ଏହି ନୈଋତ ମୁହାଁ ଗୃହରେ ଟିକିଏ ବି ବାସ୍ତୁ ଦୋଷ ରହିଲେ ତାହା ଅତ୍ୟନ୍ତ କ୍ଷତି କରିଥାଏ, କାରଣ ଏହି କୋଣର ଅଧିପତି ଗ୍ରହ ହେଉଛନ୍ତି ରାହୁ ଯାହାକୁ ଏହି ଯୁଗରେ ଅତ୍ୟନ୍ତ ପ୍ରଭାବୀ ଗ୍ରହ ବୋଲି କୁହାଯାଏ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ଦକ୍ଷିଣ ମୁହାଁ କି? ଆସିପାରେ ବିପଦ; ମାନନ୍ତୁ ଏହି ନିୟମ

ରାହୁ ଯଦି ଜଣଙ୍କ ଜାତକରେ ଶୁଭ ଅବସ୍ଥାରେ ଥିବେ ଏବଂ ସେ ରହୁଥିବା ଗୃହରେ ନୈଋତ କୋଣରେ ବାସ୍ତୁ ଦୋଷ ନଥାଏ ତେବେ ସେହି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ବହୁତ ଉନ୍ନତି କରିଥାଏ।

ନୈଋତ କୋଣର ବାସ୍ତୁ ନିୟମ:

ନୈଋତ କୋଣରେ ସବୁବେଳେ ଭାରି ନିର୍ମାଣ କାର୍ଯ୍ୟ କରିବା ଭୁଲ। ଅନ୍ୟାନ୍ୟ ଦିଗ ବା କୋଣ ଅପେକ୍ଷା ଏହି ନୈଋତ ସ୍ଥାନ ଓଜନିଆ ଏବଂ ଉଚ୍ଚା ହେବା ଗୃହ ପାଇଁ ମଙ୍ଗଳ। ଯେମିତି କି ଏହି କୋଣର ଦକ୍ଷିଣ ପଟକୁ ଶିଡିଘର କରିଲେ ଏହି କୋଣଟି ଓଜନିଆ ଏବଂ ଉଚ୍ଚ ହୋଇଥାଏ। ଏହି ଶିଡିରେ ଚଢିଲା ବେଳେ ଦକ୍ଷିଣ କିମ୍ବା ପଶ୍ଚିମ ମୁହାଁ ହୋଇ ଏବଂ ଦକ୍ଷିଣ ବର୍ତ୍ତହୋଇ ଚଢିଲେ ଶୁଭଫଳ ମିଳିଥାଏ। ଏହି ଶିଡି ନୈଋତ କୋଣ ପଶ୍ଚିମ ପଟକୁ ମଧ୍ୟ କରାଯାଇ ପାରେ । କିନ୍ତୁ କଦାପି ଠିକ୍ ଦକ୍ଷିଣ-ପଶ୍ଚିମ ବା ନୈଋତ ଭାଗରେ ସିଢିର ନିର୍ମାଣ କରିବା ନାହିଁ ।

Advertisment

ଏହି ନୈଋତ ମୁହାଁ ଗୃହର ନୈଋତ କୋଣରେ ବେଡ୍‌ରୁମ୍‌ ଥିଲେ ଏଥିରେ କେବଳ ସ୍ଥାୟୀ ଚାକିରି କ୍ଷେତ୍ରରେ କର୍ମକରୁଥିବା ବ୍ୟକ୍ତି ରହିବା କଥା। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବେଡ୍‌ରୁମ୍‌ ଏହି ଦିଗରେ ଥିଲେ କିମ୍ବା ଏହି ରୁମ୍‌କୁ ଶୋଇବା ପାଇଁ ବ୍ୟବହାର କଲେ ଅଶୁଭ ଫଳ ମିଳିଥାଏ। ଯେପରିକି ମାନସିକ ଚାପ ସବୁବେଳେ ଲାଗିରହେ। ବିବାହ ବିଳମ୍ବ ହେବାରେ ମଧ୍ୟ ଦେଖାଯାଏ।

ନୈଋତ ମୁହଁ ଗୃହରେ ପୋର୍ଟିକେ ନିର୍ମାଣ କଲେ ପୋର୍ଟିକୋର ଛାତ ଅନ୍ୟ ଛାତଠାରୁ ଉଚ୍ଚା କରିବା କଥା ଅନ୍ୟଥା ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ। ଯଦି ପୋର୍ଟିକର ଛାତ ଉଚ୍ଚା ହୁଏ ଦେବେ ଧନ ଆଗମନର ପଥ ସୁଗମ ହୋଇଥାଏ। ଯଦି ପୋର୍ଟିକ ଛାତ ନିଚାହୁଏ ତେବେ ଆର୍ଥିକ କ୍ଷତିର ସମ୍ଭାବନା ବଢିଯାଏ ଏବଂ ବ୍ୟବସାୟୀଙ୍କ ପାଇଁ ଏହି ପରିସ୍ଥିତି ଅତ୍ୟନ୍ତ ଖରାପ ଫଳ ପ୍ରଦାନ କରିଥାଏ।

Advertisment

ନୈଋତ ମୁହାଁ ଗୃହର ସାମ୍ନାପଟେ ଖାଲିସ୍ଥାନ ସବୁବେଳେ ଅନ୍ୟାନ୍ୟ ଦିଗର ଖାଲିସ୍ଥାନଠାରୁ କମ ରଖିବା ଶୁଭପ୍ରଦ। ଜରୁରୀ କ୍ଷେତ୍ରରେ ସମାନ ରଖାଯାଇପାରେ କିନ୍ତୁ କମ୍ କେବେ ବି ରଖିବେ ନାହିଁ। ଏପରି ହେଲେ ଘରେ ସବୁ ବେଳେ ବାଦ, ବିବାଦ ଲାଗି ରହିଥାଏ। ଯେତେ ବି ରୋଜଗାର କଲେ ଅଯଥା ଧନର ଅପବ୍ୟୟ ହୋଇଥାଏ।

ଏହି ନୈଋତ ଭାଗରେ ନିର୍ମାଣ କରାଯାଇଥିବା ଚଟାଣ ଉଚ୍ଚହେବା ନିହାତି ଆବଶ୍ୟକ। ଚଟାଣ ନିଚା ହେଲେ ଘରର ମୁଖିଆ ସବୁବେଳେ ଆର୍ଥକ ଅନଟନରେ ଦିନ କାଟିଥାନ୍ତି।

ପ୍ରତିକାର:

ଯଦି ନୈଋତ କୋଣରେ ଏହିପରି ଭୁଲ ନିର୍ମାଣ ହୋଇଥାଏ ତେବେ ତାକୁ ଠିକ କରିବା ପାଇଁ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପାରିବେ ଯାହା ବିନା ଭଙ୍ଗାରେ ବି ପ୍ରତିକାର କରିହେବ। ଏହି ପରିସ୍ଥିତିରେ ଗୃହ ଦିଗର ବାସ୍ତୁ ନିବାରଣ ଯନ୍ତ୍ରକୁ ବିଧି ବିଧାନର ସହ ସ୍ଥାପନା କରନ୍ତୁ ଏବଂ ଏହି ଦିଗରେ କୌଣସି ଅଳିଆ ଆବର୍ଜନା ରଖନ୍ତୁ ନାହିଁ।

Vastu Tips Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: