Advertisment

ଆପଣଙ୍କ ଘର ଦକ୍ଷିଣ ମୁହାଁ କି? ଆସିପାରେ ବିପଦ; ମାନନ୍ତୁ ଏହି ନିୟମ

ଯଦି ଜାଗା ବା ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣ ମୁଖ ଭୁଖଣ୍ଡ ବା ଗୃହ କୁହାଯାଏ। ଦକ୍ଷିଣ ଦିଗକୁ ସାଧାରଣତଃ ଅଶୁଭ ଧରାଯାଇଥାଏ। ଯଦି ବାସ୍ତୁ ନିୟମ ଅନୁସାରେ ଗୃହ ନିର୍ମାଣ କରାଯାଏ ତେବେ ଅତି ଶୁଭଫଳ ପ୍ରାପ୍ତ ହେବାର ଦେଖାଯାଏ।

ଅଦ୍ୟତନ ହୋଇଛି
Vastu Tips for South-Facing Homes

The dangers in south faced house

Advertisment

ଯେଉଁ ଜାଗା ବା ଗୃହର ମୁଖ୍ୟ ରାସ୍ତା ଓ ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣ ମୁଖ ଭୁଖଣ୍ଡ ବା ଗୃହ କୁହାଯାଏ। ଦକ୍ଷିଣ ଦିଗକୁ ସାଧାରଣତଃ ଅଶୁଭ ଧରାଯାଇଥାଏ କିନ୍ତୁ ଅଶୁଭ ହେଲେ ବି ଯଦି ବାସ୍ତୁ ନିୟମ ଅନୁସାରେ ଗୃହ ନିର୍ମାଣ କରାଯାଏ ତେବେ ଅତି ଶୁଭଫଳ ପ୍ରାପ୍ତ ହେବାର ଦେଖାଯାଏ।

Advertisment

ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ଏବଂ ଦେବତା ହେଉଛନ୍ତି ଯମ। ଯମ ନାଁ ଶୁଣିଲେ ଯେ କେହି ବି ଭୟଭିତ ହେବା ସ୍ୱଭାବିକ, କାହିଁକି ସେ ହେଉଛନ୍ତି ମୃତ୍ୟୁର ଦେବତା। ଏଣୁ ଦକ୍ଷିଣମୁଖି ଗୃହରେ ବସବାସ କଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ଯଦି ବାସ୍ତୁର ନିୟମ ମାନି ଦକ୍ଷିଣମୁଖି ଗୃହର ନିର୍ମାଣ କରାଯାଏ ତେବେ ଗୃହକର୍ତ୍ତାଙ୍କୁ ଏବଂ ଗୃହବାସୀଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏବେ ଆସନ୍ତୁ ଜାଣିବା ଦକ୍ଷିଣମୁଖି ଗୃହରୁ ଶୁଭଫଳ ପ୍ରାପ୍ତି ପାଇଁ ବାସ୍ତୁ ସିଦ୍ଧାନ୍ତ।

Advertisment
  • ଦକ୍ଷିଣମୁଖି ଗୃହରେ ଗୃହର ଦକ୍ଷିଣ ପଟ ଉତ୍ତର ଓ ପୂର୍ବ ପଟ ଅପେକ୍ଷା ଉଚ୍ଚ ହେବା ଆବଶ୍ୟକ।
  • ଦକ୍ଷିଣମୁଖି ଗୃହରେ ଜଳ ନିଷ୍କାସନ ବ୍ୟବସ୍ଥା ଉତ୍ତର ଦିଗକୁ କରିଲେ ଧନଧାନ୍ୟ ଏବଂ ସମ୍ପୁର୍ଣ୍ଣତା ମିଳିଥାଏ
  • ଦକ୍ଷିଣ ମୁଖି ଗୃହର ଜଳ ନିଷ୍କାସନ ବ୍ୟବସ୍ଥା ପୂର୍ବ ଦିଗକୁ କଲେ ସୁଖ ଶାନ୍ତି ମିଳିଥାଏ। ଏଣୁ ନିଜର ଆବଶ୍ୟକତାକୁ ଦେଖି ଜଳ ନିଷ୍କାସନ ବ୍ୟବସ୍ଥା ଉତ୍ତର କିମ୍ବା ପୂର୍ବକୁ କରିପାରିବେ। ବହୁତ ଲୋକ ଏମିତି ଅଛନ୍ତି ଯାହାଙ୍କ ପାଖରେ ପ୍ରଚୁର ଧନସମ୍ପତ୍ତି ଅଛି କିନ୍ତୁ ସୁଖଶାନ୍ତିର ଅଭାବ ଅଛି। ଏହିପରି ଲୋକଙ୍କ ପାଇଁ ଦକ୍ଷିଣମୁଖି ଗୃହର ଜଳନିଷ୍କାସନ ବ୍ୟବସ୍ଥା ପୂର୍ବକୁ କଲେ ସୁଖ ଶାନ୍ତି ମିଳିଥାଏ। ଆଉ ଯଦି ଧନର ଅଭାବ ଅଛି ତେବେ ଉତ୍ତର ପଟକୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।
  • ଦକ୍ଷିଣ ମୁଖି ଗୃହର ଦକ୍ଷିଣ ପଟର ଛାତ ସବୁବେଳେ ଉତ୍ତର ପଟ ଛାତ ଅପେକ୍ଷା ଉଚ୍ଚ ହେଲେ ବହୁତ ଶୁଭଫଳ ମିଳିଥାଏ। ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।

ଦକ୍ଷିଣମୁଖି ଗୃହରେ ବାସ୍ତୁଦୋଷ ଥିଲେ ତା’ର ପ୍ରତିକାର :-

  • ଦକ୍ଷିଣମୁଖି ଗୃହର ଦକ୍ଷିଣ ଭାଗରେ କୂଅ, ନଳକୂଅ ଓ ଗର୍ତ୍ତ ଆଦି ଥିଲେ ଅର୍ଥହାନୀ ହେବା ସହ ଦୁର୍ଘଟଣାର ଭୟ ମଧ୍ୟ ଦେଖାଦିଏ। ଏହିପରି ସ୍ଥିତିରେ ଦକ୍ଷିଣ ପଟରେ ଥିବା କୂଅକୁ ବନ୍ଦକରି ପୂର୍ବ-ଐଶାନ୍ୟ କିମ୍ବା ଉତ୍ତର–ଐଶାନ୍ୟ ଦିଗରେ କୂଅ ନିର୍ମାଣ କରନ୍ତୁ। ଜାଗାର ଅଭାବ ଥିଲେ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ।
  • ଦକ୍ଷିଣମୁଖି ଗୃହରେ ମୁଖ୍ୟ ଦ୍ୱାର ନୈରୁତ କୋଣରେ ଥିଲେ ଆକସ୍ମିକ ଦୁର୍ଘଟଣା ଓ ନାନା ପ୍ରକାର ରୋଗ ଦେଖାଦିଏ। ଏଣୁ ଏହିପରି ସ୍ଥିତିରେ ମୁଖ୍ୟ ଦ୍ୱାର ଠିକ୍ ଜାଗାରେ ଆଉ ଗୋଟେ ଖୋଲି ପୁରୁଣା ଦ୍ୱାରକୁ ବନ୍ଦ କରିଦିଅନ୍ତୁ।
  • ଦକ୍ଷିଣମୁଖି ଗୃହର ମୁଖ୍ୟ ଦ୍ୱାର ଉପରେ ପ୍ରାଣ ପ୍ରତିଷ୍ଠିତ ମଙ୍ଗଳ ଯନ୍ତ୍ର ଏବଂ ସ୍ୱସ୍ତିକ ବିଧିବିଧାନର ସହ ସ୍ଥାପନା କଲେ ଦକ୍ଷିଣ ଦିଗର ଅଶୁଭତ୍ୱ ହ୍ରାସପାଏ।
Advertisment
Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ