Vastu Tips: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।

ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ବାସ୍ତୁଶାସ୍ତ୍ର ବିଷୟରେ ଜାଣିବା ପାଇଁ ଋଗ୍‌ବେଦ, ଯଜୁର୍ବେଦ, ସାମବେଦ ଏବଂ ଅଥର୍ବବେଦ ସହିତ ପୁରାଣ ଏବଂ ଅନ୍ୟ ଗ୍ରନ୍ଥମାନ ରହିଛି। କିନ୍ତୁ ଏହାର ସିଦ୍ଧାନ୍ତ ଋଗ୍‌ବେଦରେ ବର୍ଣ୍ଣିତ ଅଛି। ଏହା ସହିତ ପୁରାଣ ଶାସ୍ତ୍ରରେ ରାମାୟଣ, ମହାଭାରତ, ଜୈନ ଏବଂ ବୌଦ୍ଧଗ୍ରନ୍ଥ, ବୃହତ୍ ସଂହିତା ଆଦି ବିଭିନ୍ନ ଗ୍ରନ୍ଥରେ ବାସ୍ତୁଶାସ୍ତ୍ରର ମହତ୍ତ୍ୱ ଏବଂ ଉପଯୋଗିତାର ବର୍ଣ୍ଣନା କରାଯାଇଛି।

ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ବାସ୍ତୁ ପୁରୁଷ ଭବନର ପ୍ରଥମ ଏବଂ ପ୍ରମୁଖ ଦେବତା।

ଶାସ୍ତ୍ରରେ ଏକ ପୌରାଣିକ ସତ୍ୟ ବର୍ଣ୍ଣିତ ଅଛି ଯେ ପ୍ରାଚୀନ କାଳରେ ଅନ୍ଧକାସୁର ନାମକ ଏକ ଦୈତ୍ୟ ଏବଂ ଭଗବାନ ଶିବଙ୍କ ମଧ୍ୟରେ ପ୍ରଳୟଙ୍କରୀ ଯୁଦ୍ଧ ହୋଇଥିଲା। ଏହି ସମୟରେ ଭଗବାନ ଶିବଙ୍କ ଶରୀରରୁ ପ୍ରବଳ ଝାଳ ବାହାରି ପୃଥିବୀ ପୃଷ୍ଠରେ ପଡିଲା। ଏହି ଝାଳ ବିନ୍ଦୁରୁ ଏକ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲା ଏବଂ ଏହାର ଶରୀର କ୍ରମଶଃ ବଢିବାକୁ ଲାଗିଲା।

ଫଳରେ ଏହାର ଶରୀର ସମଗ୍ର ପୃଥିବୀ ଏବଂ ଆକାଶକୁ ଆଛାଦିତ କରିବାକୁ ଲାଗିଲା। ଏନେଇ ଦେବତାମାନେ ଭୟଭିତ ହୋଇ ସେହି ବିଶାଳ ପୁରୁଷକୁ ତଳମୁହାଁ କରି ପୃଥିବୀ ପୃଷ୍ଠରେ ମାଡି ବସିଲେ। ବିନା ଅପରାଧରେ ସେହି ବିଶାଳ ପୁରୁଷର ଏପରି ଅବସ୍ଥା ଯୋଗୁଁ ସେ ଭଗବାନ ଶିବଙ୍କୁ ନିଜର ମୁକ୍ତି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲା।

ତା’ ପ୍ରାର୍ଥନାରେ ଭଗବାନ ଶିବ ସନ୍ତୁଷ୍ଟ ହୋଇ ବରଦାନ ଦେଲେ ଯେ, ସମସ୍ତ ଶୁଭକର୍ମ, ପୂଜାକର୍ମ, ଗୃହାରମ୍ଭ, ଭୂମିପୂଜା ସମୟରେ ବାସ୍ତୁ ପୁରୁଷଙ୍କୁ ପ୍ରଥମେ ପୂଜାକରି ଶାନ୍ତି କରି ଶୁଭ କାର୍ଯ୍ୟ ଆରମ୍ଭ କଲେ ଶୁଭକର୍ମରେ ଶୁଭଫଳ ପ୍ରାପ୍ତି ହେବ। ନହେଲେ କର୍ତ୍ତାଙ୍କର ନାନାପ୍ରକାର ବାଧାବିଘ୍ନ ଘଟିଥାଏ। ତେବେ ଏବେ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)