ପ୍ରିକସିଅସ୍ ପ୍ୟୁବର୍ଟି: ଶିଶୁ ଯୌନ ପରିପକ୍ୱତା

ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ। ଏହା ଅନେକ କାରଣ ପାଇଁ ଦେଖାଯାଏ। ଆସନ୍ତୁ ସବିଶେଷ ଜାଣିବା…

ପ୍ରିକସିଅସ୍ ପ୍ୟୁବର୍ଟି: ଶିଶୁ ଯୌନ ପରିପକ୍ୱତା

ୟୁନିଭର୍ସିଟି ହସ୍ପିଟାଲ, କୋପେନହେଗେନରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ବିଗତ କିଛି ବର୍ଷ ମଧ୍ୟରେ ଝିଅମାନଙ୍କ ମଧ୍ୟରେ ଖୁବ୍ କମ୍ ବୟସରୁ ବା ସମୟ ପୂର୍ବରୁ ପ୍ୟୁବର୍ଟି ବା ଋତୁସ୍ରାବ ଦେଖାଦେଉଛି। ଏହି ଟ୍ରେଣ୍ଡ୍ ଯେ କେବଳ କୋପେନହେଗେନରେ ଦେଖାଯାଉଛି ତା' ନୁହେଁ ବରଂ ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି।

Federation of Obstetrics' and Gynaecologists' Society of India ( FOGSI) ଦ୍ୱାରା ଚାରି ବର୍ଷ ବ୍ୟାପି କରାଯାଇଥିବା ଏକ ସର୍ଭେରେ ଦେଖାଯାଇଛି ଯେ ଭାରତୀୟ ସହରଗୁଡିକରେ ୮୦%ରୁ ଅଧିକ ଝିଅମାନଙ୍କ ମଧ୍ୟରେ ୮ - ୧୦ ବର୍ଷ ବୟସ ସୁଦ୍ଧା ଋତୁସ୍ରାବ ଦେଖାଯାଉଛି ଯାହାକୁ କି ପ୍ରିକସିଅସ୍ ପ୍ୟୁବର୍ଟି ( precocious puberty) କୁହାଯାଏ। ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ।

ଏତେ କମ୍ ବୟସରୁ ଋତୁସ୍ରାବ ଆରମ୍ଭ ହେବା ଦ୍ୱାରା ଏହି ଝିଅମାନଙ୍କର ସ୍ତନକର୍କଟ ତଥା ଅନ୍ୟ ଯୌନ ସ°କ୍ରମଣଗୁଡିକର ଆଶଙ୍କା ବଢିଯାଉଛି। ପ୍ରିକସିଅସ୍ ପ୍ୟୁବର୍ଟି ପାଇଁ ଏପର୍ଯ୍ୟନ୍ତ କୌଣସି ସଠିକ୍ କିମ୍ବା ଗୋଟିଏ କାରଣକୁ ଦାୟୀ କରା ଯାଇପାରି ନାହିଁ। ଏହା ଅନେକ କାରଣ ପାଇଁ ଦେଖାଯାଏ ବା ଏହା multifactorial; ଯେମିତିକି :

ପ୍ରିକସିଅସ୍ ପ୍ୟୁବର୍ଟି ଚିନ୍ତାଜନକ କାହିଁକି:

ମା'-ବାପା ଦାୟିତ୍ୱ:

ବିଶେଷଜ୍ଞମାନଙ୍କ ମତରେ ପ୍ରିକସିଅସ୍ ପ୍ୟୁବର୍ଟି ବା ଜଲ୍ଦି ଋତୁସ୍ରାବକୁ ସାଧାରଣତଃ ସ୍ୱାଭାବିକ ପ୍ରକ୍ରିୟା ଧରିନିଆଯାଏ ଏବଂ ଖୁବ୍ କମ୍ ସମୟରେ ସମସ୍ୟା ବୋଲି ଭାବି ମା'-ବାପା ପରାମର୍ଶ ପାଇଁ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତି। କିନ୍ତୁ ପ୍ରିକସିଅସ୍ ପ୍ୟୁବର୍ଟି କ୍ଷେତ୍ରରେ ମା'-ବାପାଙ୍କ ଦାୟିତ୍ୱ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେଉଁ ପଦକ୍ଷେପ ନେଲେ ଏହି ସମସ୍ୟାର ମୂଳୋତ୍ପାଟନ ହୋଇପାରିବ, ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ ସନ୍ଧାନ ମିଳିନି; ତଥାପି ଆମ ଦୈନନ୍ଦିନ ଜୀବନରେ ଆମେ କିଛି ପରିବର୍ତ୍ତନ ଆଣି ଏ ସମସ୍ୟାକୁ କିଛି ମାତ୍ରାରେ ଏଡାଇ ପାରିବା:

ଭୁବନେଶ୍ୱର

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)