ପରିବେଶ କହିଲେ ଆମ ଚାରି ପାଖରେ ଥିବା ଗଛଲତା, ବାତାବରଣ, ପରିସ୍କାର ପରିଚ୍ଛନ୍ନତାକୁ ବୁଝାଏ। ପରିବେଶ ଏବଂ ପରିସ୍ଥିତିର ପ୍ରଭାବ ମଣିଷ ଜୀବନ ଉପରେ ପଡେ। କଥାରେ ଅଛି "ଗାଁ ପରିମଳ ଧୋବା ତୁଠରୁ"।
ଏହି ଉକ୍ତିର ଅର୍ଥ ହେଉଛି ଯଦି ଗାଁର ଧୋବା ତୁଠ ପରିସ୍କାର ତେବେ ସେ ଗାଁର ପରିବେଶ ଶୁଦ୍ଧ। ଠିକ ସେହିପରି ଭୂଖଣ୍ଡ ଭବନ ପରିବେଶକୁ ଦେଖି ଅନୁମାନ କରାଯାଇ ପାରେ ଯେ ଘରର ଉର୍ଜା କେତେ ଭଲ କି ମନ୍ଦ। ଆମେ ବାସ କରୁଥିବା ଭବନର ନିର୍ମାଣ ଦିଗ, ରାସ୍ତା, ପରିବେଶ, ବୃକ୍ଷଲତା, ବାତାବରଣ, ପଡୋଶୀମାନଙ୍କ ଅବସ୍ଥା ଏବଂ ଜୀବନଯାପନ, ତଥା ସେଥିରେ ପଞ୍ଚତତ୍ତ୍ୱର ସମାବେଶ ଆମ ଉପରେ ପ୍ରଭାବ ପକାଇଥାଏ।
ବାସ୍ତୁଶାସ୍ତ୍ରରେ ବୃକ୍ଷଲତାଙ୍କ ମାଧ୍ୟମରେ ଅନେକ ଦୋଷ ନିବାରଣ କଥା ‘ମତ୍ସ୍ୟପୁରାଣ’ରେ ବର୍ଣ୍ଣନା କରାଯାଇଛି। ଏହି ବୃକ୍ଷଲତାକୁ ବଗିଚାରେ ଲଗାଇବା ସହିତ ଔଷଧ ପ୍ରସ୍ତୁତି କରି ଅନେକ ସମସ୍ୟାକୁ ସମାଧାନ କରାଯାଇଥାଏ।
Also Read
ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ
ଘରର ବାହାରେ ବାଡ଼ି ବଗିଚାରେ ଲୋକେ ନାନା ପ୍ରକାର ବୃକ୍ଷଲତା ନିଜ ପସନ୍ଦ ଅନୁସାରେ ଲଗାଇଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ଅନୁସାରେ ନିୟମକୁ ମାନି ରୋପଣ କରାଯାଏ ତେବେ ଅନେକ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।
- ଗୃହର ପାଖରେ କଣ୍ଟାଥିବା ଗଛ, ପିଆଶାଳ, ମହୁଲି, ବରକୋଳି ଗଛ ଲଗାଇବେ ନାହିଁ।
- ଗୃହରେ ଯଦି ଅଶୁଭ ଗଛ ଅଛି ତେବେ ଏହାକୁ ବିଧାନର ସହ ଓପାଡି ଦେବେ ଅନ୍ୟଥା କିଛି ଶୁଭଗଛ ଯେମିତି ଅଶୋକ, ନାଗେଶ୍ୱର, ଆଦି ଗଛ ଲଗାଲେ ଭଲ।
- ଘର ବଗିଚାରେ ଚମ୍ପା, ଗୋଲାପ, ଡାଳିମ୍ବ, ତୁଳସି, ବେଲ, ଅପରାଜିତା, ନଡ଼ିଆ, ଭୃଙ୍ଗରାଜ, ଅଙ୍ଗୁର ଆଦି ନିଜ ସୁବିଧା ହିସାବରେ ଲଗାଇବା ଗୃହ ପରିବେଶ ପାଇଁ ଶୁଭ।
- ଶ୍ମଶାନ, ଦେବାଳୟ, ଉଇହୁଙ୍କାଯୁକ୍ତ ବୃକ୍ଷ ,ଆଶ୍ରମରେ ବଢିଥିବା ଗଛ, ଚଡ଼କ ମାରିଥିବା ବୃକ୍ଷ, ତୋଫାନରେ ଗଳି ପଡିଥିବା ବୃକ୍ଷ, ମହୁଫେଣା ଥିବା ବୃକ୍ଷର କାଠ ଘର ତିଆରିରେ ଲଗାଇବା ଠିକ ନୁହେଁ।
- ଘର ଭିତରେ ମନିପ୍ଲାଣ୍ଟ ଗଛ ଲଗାଇଲେ ଏହାକୁ ପୂର୍ବ, ଉତ୍ତର, ବା ଈଶାନରେ ରଖାଯାଇପାରେ।
- ବାସ୍ତୁଶାସ୍ତ୍ର ମତରେ ପୂର୍ବ ଦିଗରେ ବଡ ବୃକ୍ଷ ରହିବା ଉଚିତ ନୁହେଁ କାରଣ ସୂର୍ଯ୍ୟଙ୍କ କିରଣ ସିଧା ସଳଖ ଘର ଭିତରକୁ ଆସିବାରେ ଅସୁବିଧା ହେଇଥାଏ।